Categories: ଜାତୀୟ

ସୀମାରେ ଡ୍ରୋନ୍‌ ଦ୍ୱାରା ନିଶା କାରବାର, ୧୫ କୋଟି ଟଙ୍କାର ହେରୋଇନ ଜବତ…

ଶ୍ରୀଗଙ୍ଗାନଗର, ୭।୬ : ଇଣ୍ଡୋ-ପାକ ଅନ୍ତର୍ଜାତୀୟ ସୀମାରେ ପାକିସ୍ତାନର ଘୃଣ୍ୟ କାର୍ଯ୍ୟ ବନ୍ଦ ହେବାର ନା ଧରୁନି। ଭାରତ-ପାକ ସୀମାରେ ଥିବା ଶ୍ରୀଗଙ୍ଗନଗର ଜିଲାରେ ସାଢ଼େ ୩ କିଲୋଗାମ୍‌ ହେରୋଇନ ବିଏସ୍‌ଏଫ୍‌ ପକ୍ଷରୁ ଜବତ ହୋଇଛି। ଏହା ସହିତ ଚାରିଜଣ ଚୋରା ଚାଲାଣକାରୀଙ୍କୁ ଗିରଫ ହୋଇଛନ୍ତି। ଜବତ ହେରୋଇନ୍‌ର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୧୫ କୋଟି ଟଙ୍କା ହେବ ବୋଲି କୁହାଯାଉଛି।

ଏହି ହିରୋଇନ ଡ୍ରୋନ୍‌ ମାଧ୍ୟମରେ ସୀମାରେ ଥିବା ଭାରତୀୟ ସୀମାରେ ଫିଙ୍ଗି ଦିଆଯାଇଛି। ଗିରଫ ହୋଇଥିବା ଚୋରା ଚାଲାଣକାରୀଙ୍କୁ ପଚରାଉଚରା ଜାରି ରହିଛି। ଗତ ଏକ ସପ୍ତାହ ମଧ୍ୟରେ ସୀମାରେ ଡ୍ରଗ୍ସ ଧରାଯିବାର ଏହା ହେଉଛି ଦ୍ୱିତୀୟ ପ୍ରମୁଖ ଘଟଣା । ଏହାପୂର୍ବରୁ ଡ୍ରୋନ ମାଧ୍ୟମରେ ଡ୍ରଗ ଚୋରା ଚାଲାଣ ମଧ୍ୟ ଏଠାରେ ଜାରି ରହିଛି। ସୂଚନାନୁସାରେ, ଗଜସିଂହପୁର ପୋଲିସ ଷ୍ଟେସନ ଅଞ୍ଚଳରେ ଥିବା ଖାୟାଲିୱାଲା ଚେକ ପୋଷ୍ଟ ନିକଟରୁ ଏସବୁ ସାମଗ୍ରୀ ଜବତ କରାଯାଇଛି। ]

ମଙ୍ଗଳବାର ସକାଳେ ଏହାର ଜି ଶାଖାର ଇନପୁଟ ଆଧାରରେ ବିଏସ୍‌ଏଫ୍‌ ପକ୍ଷରୁ ସର୍ଚ୍ଚ ଅପରେଶନ କରାଯାଇଥିଲା। ଏହି ହିରୋଇନ ଏକ ବଣ୍ଡଲରେ ରଖାଯାଇଥିଲା। ଏହାକୁ ଡ୍ରୋନ ମାଧ୍ୟମରେ ଭାରତୀୟ ସୀମାକୁ ପଠାଯାଇଥିଲା। ବିଏସ୍‌ଏଫ୍‌ ଦ୍ୱାରା ଧରାଯାଇଥିବା ଚାରିଜଣ ଚୋରା ଚାଲାଣକାରୀ ପଞ୍ଜାବର ବାସିନ୍ଦା। ବିଏସଏଫର ଅଧିକାରୀମାନେ ତାଙ୍କୁ ପଚରାଉଚରା କରୁଛନ୍ତି।

ସୂଚନାଯୋଗ୍ୟ ସାତ ଦିନ ପୂର୍ବେ, ପ୍ରାୟ ୩୫ କୋଟି ମୂଲ୍ୟର ହିରୋଇନ ଜବତ ହୋଇଥିଲା। ଏହି ମାମଲାରେ ୫ ଜଣ ଚୋରା ଚାଲାଣକାରୀଙ୍କୁ ଗିରଫ କରାଯାଇଥିଲା। ଗୋଟିଏ ସପ୍ତାହ ମଧ୍ୟରେ, ଏଭଳି ଦ୍ୱିତୀୟ ଘଟଣାକୁ ଦୃଷ୍ଟିରେ ରଖି ବିଏସ୍‌ଏଫ୍‌ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଗତ ଏକ ବର୍ଷ ମଧ୍ୟରେ ସୀମାରେ ଚୋରା ନିଶାଦ୍ରବ୍ୟ ଚାଲାଣକାରୀମାନେ ଅଧିକ ସକ୍ରିୟ ହେବାରେ ଲାଗିଛନ୍ତି । ଏନେଇ ଲଗାତାର ପାଟ୍ରୋଲିଂ କରାଯାଉଥିବା ନେଇ ବିଏସ୍‌ଏଫ୍‌ ପକ୍ଷରୁ କୁହାଯାଇଛି।

Share