ଚଢ଼ାଉ ସତ୍ତ୍ୱେ ବଢୁଛି ନିଶା କାରବାର

ଖୋର୍ଦ୍ଧା ଅଫିସ,୨୩ା୧୨: ଖୋର୍ଦ୍ଧାରେ ବ୍ରାଉନସୁଗାର କାରବାର ବଢ଼ିଚାଲିଛି। କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ୍‌, ଅବକାରୀ, ଅବକାରୀ ଗୁଇନ୍ଦା, ଫ୍ଲାଇଙ୍ଗ ସ୍କ୍ବାଡ୍‌ ଏବଂ ପୋଲିସର ବାରମ୍ବାର ଚଢ଼ାଉ ସତ୍ତ୍ୱେ ଏହି କାରବାର ଥମୁନାହିଁ। କୋଲକାତା, ବାଲେଶ୍ୱର ଓ ଜଳେଶ୍ୱରରୁ ବିଭିନ୍ନ ଗଳାବାଟ ଦେଇ ଖୋର୍ଦ୍ଧାରେ ବ୍ରାଉନସୁଗାର ପହଞ୍ଚିବା ପରେ ଏଠାରୁ ଗ୍ରାମାଞ୍ଚଳ ସମେତ ପଡ଼ୋଶୀ ଜିଲାକୁ ପଠାଯାଉଛି। ଏହି କାରବାରରେ ମହିଳା, ଯୁବପିଢ଼ି ଓ ଛାତ୍ରଙ୍କ ସମ୍ପୃକ୍ତି ରହିଥିବା ନଜିର ରହିଛି। ସ୍ବଳ୍ପ ସମୟରେ ଅଧିକ ଟଙ୍କା ରୋଜଗାର ଲାଳସାରେ ଏହି କାରବାରରେ ଲିପ୍ତ ରହୁଛନ୍ତି।
ରାଜଧାନୀ ପରେ ଖୋର୍ଦ୍ଧା ସହର ବ୍ରାଉନସୁଗାର କାରବାରର ପେଣ୍ଠସ୍ଥଳୀ ପାଲଟିଛି। ନିଶା ବେପାରୀମାନେ ଖୁଲମଖୁଲା ବେପାର କରୁଛନ୍ତି। ଗୁରୁଜଙ୍ଗ, ସାମନ୍ତରାପୁର, ଠେଙ୍ଗାହାଟ, ଜେମାଦେଇ, ବରୁଣେଇ ଶିଳ୍ପାଞ୍ଚଳ ବ୍ରାଉନସୁଗାରର ହବ୍‌ ପାଲଟିଛି। ପାନ ଦୋକାନ, ମୋବାଇଲ ଦୋକାନ, ଗ୍ରସେରି, ପରିବା ଦୋକାନ ଆଳରେ ନିଶା କାରବାର ଚାଲିଛି। ନିୟମିତ ବ୍ୟବଧାନରେ ଏହି ଅଞ୍ଚଳଗୁଡ଼ିକରୁ ବ୍ରାଉନସୁଗାର ଜବତ କରାଯାଉଛି। ଅଧିକାରୀମାନେ ଜବତ ବେଳେ ବେପାରୀଙ୍କୁ ଧରୁଥିବା ବେଳେ ଏହି କାରବାରର ମାଷ୍ଟରମାଇଣ୍ଡ ଧରାପଡୁନାହାନ୍ତି। ଦୁଇ ବର୍ଷ ମଧ୍ୟରେ ବିଭିନ୍ନ ଅଞ୍ଚଳରେ ପୋଲିସ, ଏସଟିଏଫ, ଅବକାରୀ ପକ୍ଷରୁ ଚଢ଼ାଉ କରାଯାଇ ପ୍ରାୟ ୪ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ବ୍ରାଉନସୁଗାର ଜବତ ହୋଇଛି। ତଥାପି ଏହା ଥମିବା ପରିବର୍ତ୍ତେ ବଢୁଛି। ଗତ ବର୍ଷ ଖୋର୍ଦ୍ଧା ପୋଲିସ ସାମନ୍ତରାପୁରର ଜଣେ ନିଶା ବେପାରୀଙ୍କ ପ୍ରାୟ ୧.୫କୋଟିର ବେଆଇନ ଭାବେ ଗଚ୍ଛିତ କରିଥିବା ସମ୍ପତ୍ତିକୁ ସିଲ୍‌ କରିଥିଲା। ତେବେ ଏନେଇ ମାଫିଆଙ୍କ ମହଲରେ ଛନକା ପଶିଥିଲା। ପୋଲିସ ପକ୍ଷରୁ ନିଆଯାଇଥିବା ଏହି ପଦକ୍ଷେପ ପର ଠାରୁ ସେଭଳି କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଇନାହିଁ। ତେବେ ନିଶା କାରବାରର ମାଷ୍ଟରମାଇଣ୍ଡଙ୍କ ନିକଟରେ ପୋଲିସ ନ ପହଞ୍ଚିବା ପର୍ଯ୍ୟନ୍ତ ଖୋର୍ଦ୍ଧା ସହରକୁ ନିଶା କବଳରୁ ମୁକ୍ତି କରିବାରେ ସଫଳ ହୋଇପାରିବ ନାହିଁ ବୋଲି ସାଧାରଣରେ ମତପ୍ରକାଶ ପାଇଛି। ଅନ୍ୟପକ୍ଷରେ ଏ ସମ୍ପର୍କରେ ଏସ୍‌ପି ସିଦ୍ଧାର୍ଥ କଟ୍ଟାରିଆ କହିଛନ୍ତି, ଖୋର୍ଦ୍ଧା ନିଶାମୁକ୍ତ ଲାଗି ଅଭିଯାନ ଜାରି ରହିଛି। ନିକଟରେ ଦୁଇ ଜଣ ନିଶା ବେପାରୀଙ୍କ ଘରେ ବେଆଇନ କାର୍ଯ୍ୟକଳାପ ଚାଲିଥିବା ଜଣାପଡିବା ପରେ ପ୍ରଶାସନ ସହାୟତାରେ ଘରକୁ ନଷ୍ଟ କରାଯାଇଛି। ଏପରିକି ନିଶା ବେପାର ଦ୍ୱାରା ସମ୍ପତ୍ତି ଅର୍ଜନ କରିଥିବା ଜଣାପଡିବା ପରେ ଏହାକୁ ବାଜ୍ୟାପ୍ତ ପ୍ରକ୍ରିୟା ମଧ୍ୟ ଜାରି ରହିଛି। ନିଶା ବେପାରୀ ଏବଂ ଜେଲରୁ ଫେରନ୍ତା ବେପାରୀଙ୍କ ଉପରେ ପୋଲିସର ନଜର ରହିଛି। ନିଶା ବେପାରକୁ ପ୍ରଶ୍ରୟ ଦିଆଯିବ ନାହିଁ। ଚଳିତ ବର୍ଷ ଅକ୍ଟୋବର ସୁଦ୍ଧା ଖୋର୍ଦ୍ଧା ପୋଲିସ ୨୫ଟି ଏନଡିପିଏସ ଆକ୍ଟରେ ମାମଲା ରୁଜୁ ହୋଇଛି। ସେଥିରୁ ୧୮ଟି ବ୍ରାଉନସୁଗାର ଏବଂ ୭ଟି ଗଞ୍ଜେଇ ମାମଲା। ୪୩ଜଣଙ୍କୁ ଗିରଫ କରାଯାଇଛି। ସେଥିରୁ ୩୯ ପୁରୁଷ ଓ ୪ଜଣ ମହିଳା ଅଛନ୍ତି। ୧ କେଜି ୩ଶହ ଗ୍ରାମ ବ୍ରାଉନସୁଗାର ଏବଂ ୨୧୮କେଜି ଗଞ୍ଜେଇ ଜବତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଚାପ ଖେଳିବେ ମହାପ୍ରଭୁ, ଚନ୍ଦନଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଆରମ୍ଭ

ପୁରୀ,୨୩।୪: ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟାରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାରେ ୨୧ ଦିନବ୍ୟାପୀ ନରେନ୍ଦ୍ର...

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri