ଝାରପଡ଼ା ଜେଲ୍‌ରେ ନିଶା କାରବାର

ଭୁବନେଶ୍ୱର,୨୧।୩ (ସୂର୍ଯ୍ୟକାନ୍ତ ବେହେରା)ରାଜ୍ୟର ଅନ୍ୟତମ ପ୍ରମୁଖ ଜେଲ୍‌ ତଥା ଭୁବନେଶ୍ୱରସ୍ଥିତ ଝାରପଡ଼ା ଜେଲ୍‌ ଭିତରକୁ ବିଭିନ୍ନ ପ୍ରକାର ନିଶାଦ୍ରବ୍ୟ, ମାଦକଦ୍ରବ୍ୟ ଓ ବେଆଇନ ସାମଗ୍ରୀ ଯାଉଛି। କଏଦୀମାନେ ନିଶା ଖାଇ ଅୟସ୍‌ ଜୀବନ ବିତାଉଥିବାବେଳେ ନିର୍ଦ୍ଦିଷ୍ଟ ତଥା ଏକାଧିକ ଗ୍ୟାଙ୍ଗ୍‌ର ସଦସ୍ୟମାନେ ରାଜ୍‌ କରୁଛନ୍ତି। ଏମାନଙ୍କୁ ଜେଲ କର୍ମଚାରୀମାନେ ସହଯୋଗ କରୁଥିବା ଭଳି ସଙ୍ଗିନ ଅଭିଯୋଗ ମଧ୍ୟ ହେଉଛି। ଜେଲରେ ଦୁଇ ବିଚାରାଧୀନ କଏଦୀ ଗୋଷ୍ଠୀ ମଧ୍ୟରେ ମାର୍‌ପିଟ ଘଟଣାକୁ ନେଇ କମିଶନରେଟ ପୋଲିସ ପକ୍ଷରୁ ହୋଇଥିବା ଯାଞ୍ଚରୁ ନିଶା କାରବାର ପ୍ରମାଣ ମିଳିଛି। ତେବେ ଏ ସମ୍ପର୍କରେ ସୂଚନା ଦେଇ ଡିସିପି ପ୍ରତୀକ ସିଂ କହିଛନ୍ତି, ଡିସିପିଙ୍କ ନେତୃତ୍ୱରେ ୬ଜଣ ଏଡିସିପି, ୧୩ଜଣ ଇନ୍ସପେକ୍ଟର, ୨୦ଜଣ ସବ୍‌ଇନ୍ସପେକ୍ଟରଙ୍କ ସହିତ ୪ ପ୍ଲାଟୁନ ଫୋର୍ସ ବୁଧବାର ସକାଳ ସାଢେ ୫ଟାରେ ଯା଼ଞ୍ଚ କରିଥିଲା। ପୋଲିସ ଟିମ୍‌ ଜେଲ୍‌ର ୫ଟି ସ୍ବତନ୍ତ୍ର ବ୍ଲକ, ୩୫ଟି ପୁରୁଷ ବିଚାରାଧୀନ ୱାର୍ଡ, ୨୧ଟି ସ୍ବତନ୍ତ୍ର ମହିଳା ୱାର୍ଡ, ରୋଷେଇ ଘର ଆଦି ସ୍ଥାନରେ ଯାଞ୍ଚ କରିଥିଲେ ମଧ୍ୟ ବିଶେଷ କିଛି ଆପତ୍ତିଜନକ ସାମଗ୍ରୀ ମିଳି ନ ଥିଲା। କିନ୍ତୁ କମନ ଏରିଆରୁ କିଛି ଗଞ୍ଜେଇ, ସିଗାରେଟ, ବିଡି, ଖଇନ ଓ ଲାଇଟର୍‌, ଚିଲମ ଆଦି ମିଳିଛି। ଏପରି ସାମଗ୍ରୀ କିପରି ଜେଲ ଭିତରକୁ ନ ଆସିବ, ସେଥିପାଇଁ ଜେଲ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରାଯାଇଛି। ଜେଲର ସୁରକ୍ଷା ଓ ଆଗାମୀ ଦିନରେ ନିର୍ବାଚନ ଆସୁଥିବାରୁ ଏପରି ଯାଞ୍ଚ ଜାରି ରହିବ ବୋଲି ସେ କହିଛନ୍ତି।
ଜେଲ୍‌ ପରିସରରୁ ଗଞ୍ଜେଇ ସହ ବିଭିନ୍ନ ମାଦକଦ୍ରବ୍ୟ ମିଳିବା ପରେ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏସବୁ କିଏ ବ୍ୟବହାର କରୁଥିଲେ, ଜେଲ୍‌ ପରିସରକୁ ଏସବୁ ଗଲା କିପରି ସେନେଇ ଡିସିପି କୌଣସି ମତ ରଖିନାହାନ୍ତି। ଏସବୁ ଘଟଣା ଜେଲ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତା ଓ ଢିଲା ସୁରକ୍ଷା ବ୍ୟବସ୍ଥାକୁ ସାମ୍ନାକୁ ଆଣିଛି। ସିସିଟିଭି ସର୍ଭେଲାନ୍ସ, ସୁରକ୍ଷାକର୍ମୀ ମୁତୟନ ଥିବା ସତ୍ତ୍ୱେ ଜେଲ ଭିତରକୁ କାହା ଛତ୍ରଛାୟାରେ ମାଦକ ଦ୍ରବ୍ୟ ଯାଉଛି, ତାକୁ ନେଇ ନାନା ଚର୍ଚ୍ଚା ଆରମ୍ଭ ହୋଇଛି। କେହି କେହି ଜେଲ କର୍ତ୍ତୃପକ୍ଷ ଓ ଅପରାଧୀଙ୍କ ମଧ୍ୟରେ ମଧୁ ଚନ୍ଦ୍ରିକା ଥିବା ଅଭିଯୋଗ କରିଛନ୍ତି ତ ପୁଣି କେହି ଅନ୍ତେବାସୀଙ୍କ ସଂପର୍କୀୟଙ୍କଠାରୁ ହାତଗୁଞ୍ଜା ନେଉଥିବା କଥା ଉଠାଇଛନ୍ତି। ଏନେଇ ଜଣେ ଜେଲଫେରନ୍ତା ବିଚାରାଧୀନ କଏଦୀ ନାମ ଗୋପନ ରଖି କହିଛନ୍ତି, ଟେନିସ ବଲ୍‌କୁ କାଟି ତାହା ଭିତରେ ଗଞ୍ଜେଇ ଭର୍ତ୍ତି କରି ପାଚେରି ବାହାର ପଟୁ ଭିତରକୁ ଫୋପଡ଼ା ଯାଉଛି। ଏନେଇ ଜେଲ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି। ତେବେ ଏନେଇ ଜେଲ କର୍ତ୍ତୃପକ୍ଷଙ୍କଠାରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ଅପରପକ୍ଷେ ଏହି ଘଟଣାକୁ ନେଇ ବରିଷ୍ଠ ଅଧୀକ୍ଷକ ଧୀରେନ୍ଦ୍ର ବାରିକ ଜେଲରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।
ଗତ ୧୭ ତାରିଖ ଅପରାହ୍ନରେ ସାମାନ୍ୟ କଥାକୁ ନେଇ ଜେଲରେ ବିଚାରାଧୀନ କଏଦୀ ଚକ୍ରଧର ବାରିକ, ଜଗନ୍ନାଥ ମହାନ୍ତି ଓ ପାପୁନ ମାଝି ରବିବାର ଅପରାହ୍ନରେ ଜେଲ କ୍ୟାଣ୍ଟିନରୁ ଆସୁଥିବାବେଳେ ଶମ୍ଭୁନାଥ ବାରିକଙ୍କ ସହିତ ଧକ୍କା ହୋଇଥିଲା। ଫଳରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା ଏବଂ ଚକରା ଗ୍ୟାଙ୍ଗର ସମସ୍ତେ ମିଳିତ ଭାବରେ ଶମ୍ଭୁନାଥଙ୍କୁ ଆକ୍ରମଣ କରିଥିବାରୁ ସେ ଗୁରୁତର ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri