ନିଶା ବେପାରୀଙ୍କୁ କଠୋର ଦଣ୍ଡ ମିଳୁ: ହାଇକୋର୍ଟ

କଟକ ଅଫିସ,୨୧।୮: ଗତ ଦଶ ବର୍ଷ ଭିତରେ ଦେଶରେ ନିଶା ବେପାର ବହୁଗୁଣରେ ବଢ଼ିଯାଇଛି। ନିଶା କାରବାରକୁ ରୋକିବା ପାଇଁ ଏନ୍‌ଡିପିଏସ୍‌ ଆକ୍ଟ ରହିଛି। ତଥାପି ନିଶା ମାଫିଆମାନେ ଖସି ଯାଉଛନ୍ତି। ଏଣୁ ନିଶା କାରବାର ସମ୍ପର୍କିତ ମାମଲାଗୁଡ଼ିକର ଶୁଣାଣି ବେଳେ ଅଭିଯୁକ୍ତଙ୍କୁ ଆଇନ୍‌ ଅନୁଯାୟୀ କଠୋରରୁ କଠୋରରୁ ଦଣ୍ଡ ମିଳିବା ଆବଶ୍ୟକ ବୋଲି ହାଇକୋର୍ଟ ପ୍ରକାଶ କରିଛନ୍ତି। ଜଣେ ଅଭିଯୁକ୍ତଙ୍କ ଜାମିନ୍‌ର ଶୁଣାଣି ବେଳେ ବିଚାରପତି ସଞ୍ଜୀବ କୁମାର ପାଣିଗ୍ରାହୀ ଉପରୋକ୍ତ ରାୟ ଦେଇଛନ୍ତି।
ବଲାଙ୍ଗୀର ସଦର ଥାନା ପୋଲିସ ନିଶା କାରବାର ଅଭିଯୋଗରେ ବିକାଶ ଦୁରିଆ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲା। ତାଙ୍କ ବିରୋଧରେ ଏନ୍‌ଡିପିଏସ୍‌ ଆକ୍ଟର ଧାରା ୨୧(ସି) ଏବଂ ୨୯ରେ ମାମଲା ରହିଛି। ବଲାଙ୍ଗୀର ଦୌରାଜଜ୍‌ ତଥା ସ୍ବତନ୍ତ୍ର ଜଜ୍‌ଙ୍କ କୋର୍ଟରେ ଏହି ମାମଲା ବିଚରାଧୀନ ଥିବାବେଳେ ସେ ଜାମିନ୍‌ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହି ମାମଲାରେ ପୂର୍ବରୁ ମୁଖ୍ୟ ଅଭିଯୁକ୍ତଙ୍କୁ ଜାମିନ୍‌ ମିଳିଥିବାରୁ ବିକାଶଙ୍କୁ ମଧ୍ୟ ହାଇକୋର୍ଟ ଜାମିନ୍‌ ପ୍ରଦାନ କରିଛନ୍ତି। ତେବେ ମାମଲାର ଶୁଣାଣି ବେଳେ କୋର୍ଟ କହିଛନ୍ତି ଯେ, ନିଶା ଚାଲାଣ ଓ ବେପାର ବର୍ତ୍ତମାନ ସାମାଜିକ ବ୍ୟାଧିରେ ପରିଣତ ହେଲାଣି। ଯୁବପିଢ଼ିଙ୍କ ମଧ୍ୟରେ ଏହା ହିଂସ୍ର ଆଚରଣ ବଢ଼ାଉଛି। ନିଶା ଦ୍ରବ୍ୟ ଉପତ୍ାଦନ, କାରବାର, ଚାଲାଣ, ବ୍ୟବହାର, ବିକ୍ରି, ଆମଦାନୀ ଆଦି ରୋକିବା ଲକ୍ଷ୍ୟ ନେଇ ଏନ୍‌ଡିପିଏସ୍‌ ଆକ୍ଟ କାର୍ଯ୍ୟକାରୀ କରାଯାଇଥିଲା। ହେଲେ ସମସ୍ତ ସୀମା ସରହଦକୁ ଟପି ବର୍ତ୍ତମାନ ନିଶା କାରବାର ବହୁ ପରିମାଣରେ ବଢ଼ିଯାଇଛି। କାଶ ଓ ଯନ୍ତ୍ରଣା ଉପଶମ କରୁଥିବା ଭଳି ଅନେକ ଔଷଧ ଯଥା କଫ୍‌ଶିରପ୍‌ରେ ସାମାନ୍ୟ ମାଦକ ଅଂଶ ରହୁଛି। ହେଲେ ଏହି ଔଷଧକୁ ମଧ୍ୟ ନିଶା ପାଇଁ ବ୍ୟବହାର କରାଯାଉଛି। ଏନ୍‌ଡିପିଏସ୍‌ ଆକ୍ଟ କାର୍ଯ୍ୟକାରୀ ହେଉଥିବା ସତ୍ତ୍ବେ ଅନେକ ମାମଲାରେ ଦୋଷୀମାନେ ଖସି ଯାଉଛନ୍ତି। ଏଣୁ ନିଶା କାରବାର ସମ୍ପର୍କିତ ମାମଲାଗୁଡ଼ିକର ଶୁଣାଣି ବେଳେ ଅଭିଯୁକ୍ତଙ୍କୁ କଠୋରରୁ କଠୋର ଦଣ୍ଡ ଦେବା ଆବଶ୍ୟକ ବୋଲି କୋର୍ଟ ନିର୍ଦ୍ଦେଶରେ ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

ରାଜ୍ୟରେ ଝଡ଼ବର୍ଷା ଆଲର୍ଟ

ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେଲା ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ହେଲେ ଅପରାହ୍ନରେ ହଠାତ୍‌ ବଦଳି ଯାଉଛି ପାଗ। ମାଡ଼ି ଆସୁଛି କାଳବୈଶାଖୀ। କାଳବୈଶାଖୀ ପ୍ରଭାବରେ…

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

ମଧ୍ୟପ୍ରାଚ୍ୟ ଉତ୍ତେଜନା ଉପରେ ପାକିସ୍ତାନର ‘ମଧ୍ୟସ୍ଥତା’: ଇରାନ ସ୍ପଷ୍ଟ କଲା ମତ, ଇସ୍ରାଏଲ କହିଲା – ପାକିସ୍ତାନ ଉପରେ ଭରସା ନାହିଁ

ତେହରାନ,୫।୪: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ, କୂଟନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ଏହି ସମୟରେ, ଇରାନର ଉପ-ବୈଦେଶିକ ମନ୍ତ୍ରୀ ସେୟଦ ଆବାସ ଆରାକଚି…

ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ

କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri