Categories: ଜାତୀୟ

ରାଷ୍ଟ୍ର ନିର୍ମାଣର ବୋଝ ଥିବା କାନ୍ଧ ଉପରେ ଡ୍ରଗ୍ସ୍‌ ଆତଙ୍କ…

ନୂଆଦିଲ୍ଲୀ,୯।୧୦: ଦେଶର ଯୁବପିଢ଼ିଙ୍କୁ ଡ୍ରଗ୍ସ୍‌ ପ୍ରଭାବିତ କରୁଛି। ଏହା ଦେଶର ଭବିଷ୍ୟତ ପାଇଁ ବିପଦ। ଯୁବପିଢ଼ିଙ୍କ କାନ୍ଧରେ ରାଷ୍ଟ୍ର ନିର୍ମାଣ ବୋଝ ରହିଛି। ମାତ୍ର ସେମାନେ ଡ୍ରଗ୍ସ୍‌ କବଳରେ ପଡ଼ିବାରେ ଲାଗିଛନ୍ତି। ଫଳରେ ଡ୍ରଗ୍ସ୍‌ ଆତଙ୍କ ଯୋଗୁ ଦେଶରେ ସଙ୍କଟ ସୃଷ୍ଟି ହେବାରେ ଲାଗିଛି। ଭାରତୀୟ ତଟରକ୍ଷୀ ବାହିନୀର ଅଳଙ୍କରଣ ଉତ୍ସବରେ ଯୋଗଦେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏଭଳି କହିଛନ୍ତି।

ପ୍ରତିବନ୍ଧିତ ନିଶା ପଦାର୍ଥର ବିକ୍ରି, କାରବାର ଉପରେ ରୋକ ଲଗାଇବା ଜରୁରୀ। ଏହା ଦ୍ୱାରା ଦେଶର ଅର୍ଥବ୍ୟବସ୍ଥା ସହିତ ଭବିଷ୍ୟତକୁ ସୁରକ୍ଷିତ ଏବଂ ସୁଦୃଢ଼ କରାଯାଇ ପାରିବ ବୋଲି ସେ କହିଛନ୍ତି।

ଭାରତୀୟ ତଟରକ୍ଷୀ ବାହିନୀ ଅସ୍ତ୍ରଶସ୍ତ୍ର ଚୋରା କାରବାର ଏବଂ ନିଶାଦ୍ରବ୍ୟ ବ୍ୟବସାୟ ରୋକିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ସମୁଦ୍ର ବାଟେ ହୋଉଥିବା ଡ୍ରଗ୍ସ୍‌ ଚୋରା ଚାଲାଣ ବିରୋଧରେ ତଟରକ୍ଷୀ ବାହିନୀ ପକ୍ଷରୁ ଜାରି ରହିଥିବା କାର୍ଯ୍ୟ ବେଶ୍‌ ପ୍ରଶଂସନୀୟ ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି। ତେଣୁ ସମୁଦ୍ରର ସୁରକ୍ଷା ଅପରିହାର୍ଯ୍ୟ ହୋଇ ପଡ଼ିଛି। ଏହା ଦ୍ୱାରା ଦେଶର ଆଭ୍ୟନ୍ତରୀଣକୁ ସୁରକ୍ଷିତ ରଖାଯାଇ ପାରିବ ବୋଲି ସେ କହିଛନ୍ତି। ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ତଟରକ୍ଷୀ ବାହିନୀ ଯବାନଙ୍କୁ ବୀରତା ପୁରସ୍କାର ପ୍ରଦାନ କରିଛନ୍ତି।

Share