Categories: ଖେଳ

ପ୍ରଥମଥର ପାଇଁ ଟି-୨୦ରେ ବିଶ୍ୱକପ୍‌ରେ ଲାଗୁ ହେବ ଏହି ନିୟମ

ନୂଆଦିଲ୍ଲୀ,୧୦।୧୦: ଆଇସିସି ଟି -୨୦ ବିଶ୍ୱକପ ୨୦୨୧ ୟୁଏଇ ଏବଂ ଓମାନରେ ୧୭ ଅକ୍ଟୋବରରୁ ଆରମ୍ଭ ହେଉଛି। ଏହି ଟୁର୍ନାମେଣ୍ଟ ପୂର୍ବରୁ ଭାରତରେ ଅନୁଷ୍ଠିତ ହେବାର ଥିଲା, କିନ୍ତୁ କରୋନା ହେତୁ ଏହାକୁ ସ୍ଥାନାନ୍ତର କରାଯାଇଥିଲା। ଏବେ ବିଶ୍ୱକପ ଆରମ୍ଭ ହେବା ପୂର୍ବରୁ ଆଇସିସି ଏକ ବଡ଼ ନିଷ୍ପତ୍ତି ନେଇଛି। ଆଇସିସି ଟି -୧୦ ବିଶ୍ୱକପରେ ପ୍ରଥମ ଥର ପାଇଁ ଡିଆର୍‌ଏସ୍‌ ନିୟମ ବ୍ୟବହାର କରିବାକୁ ଯାଉଛି। ଟୁର୍ଣ୍ଣାମେଣ୍ଟରେ ଏହାର ବ୍ୟବହାରକୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଅନୁମୋଦନ କରିଛି। ପ୍ରତ୍ୟେକ ଦଳ ପ୍ରତ୍ୟେକ ଇନିଂସରେ ଡିଆରଏସ୍‌ର ଦୁଇଟି ସୁଯୋଗ ପାଇବେ। ଏହାପୂର୍ବରୁ ଟିଆରଏସ ବିଶ୍ୱକପରେ ଡିଆର୍‌ଏସ୍‌ ବ୍ୟବହାର କରାଯାଇ ନ ଥିଲା। ଶେଷ ଥର ପାଇଁ ଟି -୨୦ ବିଶ୍ୱକପ ୨୦୧୬ରେ ଖେଳାଯାଇଥିଲା। ସେହି ବିଶ୍ୱକପ୍‌ରେ ଡିଆର୍‌ଏସ୍‌ ଏହି ଫର୍ମାଟରେ ବ୍ୟବହୃତ ହୋଇ ନ ଥିଲା।
ୱେଷ୍ଟଇଣ୍ଡିଜରେ ଖେଳାଯାଇଥିବା ମହିଳା ଟି -୨୦ ବିଶ୍ୱକପ ୨୦୧୮ରେ ଆଇସିସି ଟି -୨୦ ଟୁର୍ନାମେଣ୍ଟରେ ପ୍ରଥମ ଥର ପାଇଁ ଡିଆରଏସ୍‌ ବ୍ୟବହୃତ ହୋଇଥିଲା। ଏହା ପରେ, ୨୦୨୦ ରେ ଅଷ୍ଟ୍ରେଲିଆରେ ଖେଳାଯାଇଥିବା ମହିଳା ଟି -୨୦ ବିଶ୍ୱକପରେ ମଧ୍ୟ ଏହି ବ୍ୟବସ୍ଥା ବ୍ୟବହୃତ ହୋଇଥିଲା। ଯେକୌଣସି ଦଳ ଡିଆରଏସ୍‌ରୁ ବହୁତ ଲାଭବାନ ହୁଅନ୍ତି କାରଣ ଅନେକ ଥର ଖେଳାଳିମାନେ ଫିଲ୍ଡ ଅମ୍ପାୟାରଙ୍କ ନିଷ୍ପତ୍ତିରେ ଖୁସି ନ ଥାନ୍ତି, ତେବେ ଏବେ ସେମାନେ ଏହାର ସମୀକ୍ଷା କରିପାରିବେ।

Share