ନାଳ ପାର୍‌ ହେଉଥିବା ବେଳେ ବୁଡ଼ିଗଲେ

ଠାକୁରମୁଣ୍ଡା,୨୪।୧୦(ଡି.ଏନ.ଏ.): ନାଳ ପାର୍‌ ହେଉଥିବା ବେଳେ ଜଣେ ବ୍ୟକ୍ତି ବୁଡ଼ିଯାଇ ପ୍ରାଣ ହରାଇଛନ୍ତି। ମୃତକ ହେଲେ ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ ଅଧୀନ ଚମ୍ପାଝର ପଞ୍ଚାୟତ କିରିକିଚିପାଳ ଗ୍ରାମର ଦାମୁ ବିନ୍ଧାଣି।

ସୂଚନା ଅନୁଯାୟୀ, ସେ କୌଣସି କାମରେ ଶନିବାର ରାତି ପ୍ରାୟ ୯ଟା ବେଳେ ନୂଆକେଶଡିହା ଗ୍ରାମକୁ ଚାଲି ଚାଲି ଯାଇଥିଲେ। ଉକ୍ତ ଗ୍ରାମକୁ ଯିବା ପୂର୍ବରୁ କଣ୍ଟିଆନାଳ ପାର୍‌ ହେଉଥିବା ସମୟରେ ପାଣିରେ ବୁଡ଼ି ଯାଇଥିଲେ। ରବିବାର ସ୍ଥାନୀୟ ଲୋକେ ନାଳରେ ମୃତଦେହ ଭାସୁଥିବା ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ। ଗ୍ରାମବାସୀଙ୍କ ସହାୟତାରେ ପାଣିରୁ ମୃତଦେହ ବାହାର କରାଯାଇଥିଲା। ଖବର ପାଇ ମହୁଲଡିହା ଥାନା ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଏନେଇ ଥାନାରେ ଅପମୃତ୍ୟୁ ମାମଲା (ନଂ.୧୩/୨୧) ରୁଜୁ ହୋଇଛି।