ଚନ୍ଦ୍ରଭାଗାରେ ବୁଡ଼ ପକାଇଲେ: ୩ଲକ୍ଷ ଶ୍ରଦ୍ଧାଳୁ

କୋଣାର୍କ,୨୯।୧(ଡି.ଏନ୍‌.ଏ.): ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ କୋଣାର୍କ ସନ୍ନିକଟ ପୁରାଣ ବର୍ଣ୍ଣିତ ଚନ୍ଦ୍ରଭାଗାରେ ଶନିବାର ମାଘସପ୍ତମୀ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଚନ୍ଦ୍ରଭାଗା ତୀର୍ଥରେ ଭୋରରୁ ପ୍ରାୟ ୩ଲକ୍ଷରୁ ଊଦ୍ଧର୍‌ବ ଶ୍ରଦ୍ଧାଳୁ ମାଘ ବୁଡ଼ ପକାଇବା ସହ ବେଳାଭୂମି ମହୋଦଧି ତଟରେ ସୂର୍ଯ୍ୟ ଦର୍ଶନ କରି ପୂଜାର୍ଚ୍ଚନା କରିଛନ୍ତି। ଖବର ଅନୁଯାୟୀ, କୋଣାର୍କ ଏନ୍‌ଏସି ଅଧୀନ ମାଧିପୁର ଗ୍ରାମର ବାବା ତ୍ରିବେଣୀଶ୍ବର, ସନ୍ଥପୁର ଗ୍ରାମର ବାବା ଈଶାଣେଶ୍ୱର ଓ କୁରୁଜଙ୍ଗ ଗ୍ରାମର ବାବା ଦକ୍ଷିଣେଶ୍ବର ମହାଦେବ ପ୍ରମୁଖ ତ୍ରିଶମ୍ଭୁ ନିଜ ନିଜର ପୀଠରୁ ଶୁକ୍ରବାର ରାତିରେ ସୁଶୋଭିତ ବିମାନରେ ବିଜେ କରି ଉଜ୍ଜ୍ୱଳ ଆଲୋକମାଳା, ଆଧ୍ୟାତ୍ମିକ କାର୍ଯ୍ୟକ୍ରମ, ଘଣ୍ଟ ଓ ମର୍ଦ୍ଦଳର ତାଳେ ତାଳେ ଶୋଭାଯାତ୍ରାରେ ବାହାରି ଏନ୍‌ଏସି ଭୋଗ ମଣ୍ଡପରେ ରାତି ୧୨ଟା ୫୦ରେ ପହଞ୍ଚତ୍ଥିଲେ। ସେଠାରେ ଧାର୍ମିକ ରୀତିନୀତି ଅନୁଯାୟୀ ତ୍ରିଶମ୍ଭୁଙ୍କ ପୂଜାର୍ଚ୍ଚନା ସହ ଭୋଗ ଲାଗି କରାଯାଇଥିଲା। ପରେ ତ୍ରିଶମ୍ଭୁ ପୁଣି ଯାତ୍ରାରେ ବାହାରି କୋଣାର୍କସ୍ଥିତ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ଓ କୋଣାର୍କ ପୂର୍ତ୍ତ ବିଭାଗ ଡାକବଙ୍ଗଳାରେ ପହଞ୍ଚତ୍ଥିଲେ। ସେଠାରେ ତ୍ରିଶମ୍ଭୁଙ୍କ ପୂଜାର୍ଚ୍ଚନା ଓ ଭୋଗ ଲାଗି କାର୍ଯ୍ୟ ସମ୍ପାଦିତ ହୋଇଥିଲା। ଏହାପରେ ବାବା ତ୍ରିବେଣୀଶ୍ବର, ବାବା ଈଶାଣେଶ୍ୱର ଓ ବାବା ଦକ୍ଷିଣେଶ୍ବର ମହାଦେବଙ୍କୁ ସେବାୟତମାନେ ଉଜ୍ଜ୍ୱଳ ଆଲୋକମାଳା ଓ ବିରାଟ ପଟୁଆରରେ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀ ଅଭିମୁଖେ ଯାତ୍ରା କରିଥିଲେ। ସେଠାରେ ରାତି ୩ଟା ୫୦ରେ ତ୍ରିଶମ୍ଭୁ ମହୋଦଧି ପ୍ରଦକ୍ଷିଣ କରିବା ପରେ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀ ସ୍ନାନମଣ୍ଡପରେ ଅବସ୍ଥାନ କରିଥିଲେ। ତ୍ରିଶମ୍ଭୁଙ୍କ ପୂଜକମାନେ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରୁ ପବିତ୍ର ଜଳ ଆଣିବା ପରେ ବାବା ତ୍ରିବେଣୀଶ୍ବର, ବାବା ଈଶାଣେଶ୍ୱର ଓ ବାବା ଦକ୍ଷିଣେଶ୍ବର ମହାଦେବଙ୍କୁ ତୀର୍ଥ ପୁଷ୍କରିଣୀ ସ୍ନାନ ମଣ୍ଡପରେ ପରମ୍ପରା ଅନୁଯାୟୀ ମାଘ ସ୍ନାନ, ପୂଜାର୍ଚ୍ଚନା, ହୋମଯଜ୍ଞ ଓ ଭୋଗ ଲାଗି ଆଦି କାର୍ଯ୍ୟ ସମ୍ପାଦନ କରାଯାଇଥିଲା। ପରେ ତ୍ରିଶମ୍ଭୁଙ୍କ ମହାସ୍ନାନ ବିଧି ସମ୍ପନ୍ନ ହେବାପରେ ଅଭିମନ୍ତ୍ରିତ ଜଳକୁ ତିନିଠାକୁର ପୂଜକମାନେ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ପକାଇଥିଲେ। ଏହାପରେ ସାଧୁସନ୍ଥଙ୍କ ଦ୍ବାରା ବିଭିନ୍ନ କାର୍ଯ୍ୟକ୍ରମ ହୋଇଥିଲା।
ଜିଲା ପ୍ରଶାସନ ପକ୍ଷରୁ ପୂର୍ବ ନିର୍ଦ୍ଧାରିତ ସମୟ ରାତି ୪ଟା ୪୧ରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଲକ୍ଷାଧିକ ଶ୍ରଦ୍ଧାଳୁ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ମାଘସପ୍ତମୀ ଉପଲକ୍ଷେ ବୁଡ଼ ପକାଇଥିଲେ। ଜିଲାପାଳ ସମର୍ଥ ବର୍ମାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅତିରିକ୍ତ ଜିଲାପାଳ(ପ୍ରଶାସନ) ପ୍ରଦୀପ ସାହୁ, ଉପଜିଲାପାଳ ଭବତାରଣ ସାହୁ, ଗୋପ ତହସିଲଦାର ତଥା କୋଣାର୍କ ଏନଏସି ନିର୍ବାହୀ ଅଧିକାରୀ ଏସ୍‌.କେ. ସାଗିର, ଗୋପ ଅତିରିକ୍ତ ତହସିଲଦାର ଶରତ ଚନ୍ଦ୍ର ପରିଡା, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ ସେଠୀ, ଜିଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରାଙ୍କ ଉପସ୍ଥିତିରେ ତ୍ରିଶମ୍ଭୁଙ୍କ ପୂଜାର୍ଚ୍ଚନା ଓ ସ୍ନାନ କାର୍ଯ୍ୟ ସମ୍ପାଦିତ ହୋଇଥିଲା। ଏସ୍‌ପି କେ. ବିଶାଲ ସିଂଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅତିରିକ୍ତ ଏସ୍‌ପି ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ନିମାପଡା ଏସ୍‌ଡିପିଓ ଦେବାଶିଷ ମିଶ୍ର ଓ କୋଣାର୍କ ଥାନାଧିକାରୀ ରଞ୍ଜନ କୁମାର ମଲ୍ଲିକଙ୍କ ସମେତ ୩୦ ପ୍ଲାଟୁନ ପୋଲିସ ଫୋର୍ସ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ବୁଡ଼, ଟ୍ରାଫିକ ନିୟନ୍ତ୍ରଣ, ଶୃଙ୍ଖଳିତ ବ୍ୟାରିକେଡ ବ୍ୟବସ୍ଥା ଓ ପାର୍କିଂ ବ୍ୟବସ୍ଥା ସୁଚାରୁରୂପେ ସମ୍ପାଦିତ ହୋଇଥିଲା। ମେଳା ଅବସରରେ ମେଳାପଡ଼ିଆରେ ଜିଲା ସଂସ୍କୃତି ବିଭାଗ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ, ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ହଜିଲା ଖୋଜିଲା ମଞ୍ଚ, ୩୦୦ଜଣ ସ୍ବେଚ୍ଛାସେବୀ ମୁତୟନ କରାଯାଇଥିଲା। ଅନ୍ୟପଟେ ପାନୀୟଜଳ ଯୋଗାଣ ନିମନ୍ତେ ଓ୍ବାଟକୋ ପକ୍ଷରୁ ୬୦ଟି ନଳକୂପ ଖନନ, କୋଣାର୍କ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ୧୦୦ଟି ଅସ୍ଥାୟୀ ଶୌଚାଳୟ ଓ ଟ୍ୟାଙ୍କର ରଖାଯାଇଥିଲା। ଚନ୍ଦ୍ରଭାଗାରେ ଶ୍ରଦ୍ଧାଳୁ ବୁଡ଼ ପକାଇବା ପରେ ଭଗବାନ ସୂର୍ଯ୍ୟ ନାରାୟଣଙ୍କ ଦର୍ଶନ ସହ ମହୋଦଧି କୂଳରେ ସୂର୍ଯ୍ୟ ନାରାୟଣଙ୍କ ପୂଜାର୍ଚ୍ଚନା କରିଥିଲେ। ଅପରପକ୍ଷେ ମାଘସପ୍ତମୀ ଅବସରରେ ସୂର୍ଯ୍ୟମନ୍ଦିର ପ୍ରବେଶ ଶୁଳ୍କ ଛାଡ ଥିବାରୁ ଶ୍ରଦ୍ଧାଳୁମାନେ ସୂର୍ଯ୍ୟମନ୍ଦିର ପରିଦର୍ଶନ କରିବା ସହ ଗ୍ରହ ଶାନ୍ତି ନିମନ୍ତେ ନବଗ୍ରହ ମନ୍ଦିରରେ ପୂଜାର୍ଚ୍ଚନା ଓ ହୋମଯଜ୍ଞ ଆଦି କାର୍ଯ୍ୟ ସମ୍ପାଦନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଶ୍ରୀରାମ ନବମୀର ୭୫ ବର୍ଷ ପୂର୍ତ୍ତି ସମାରୋହ, ଯୋଗଦେଲେ ଯୁବ ନେତା ନୀଳମାଧବ ସିଂଦେଓ

ରିଷିଡ଼ା, ୮ା୪ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ତେରେସିଂହା ପଞ୍ଚାୟତ ବିନ୍ଧାଣି ଗ୍ରାମରେ ପବିତ୍ର ରାମନବମୀ ପାଳନର ୭୫ ବର୍ଷ ପୂର୍ତ୍ତି ସମାରୋହ ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri