ମରୁଡ଼ି କବଳରେ କେନ୍ଦ୍ରାପଡ଼ାର ଧାନଚାଷ

କେନ୍ଦ୍ରାପଡ଼ା ଅଫିସ,୬।୮: ବାତ୍ୟା ୟାସ୍‌ ବ୍ୟତୀତ ଫେବୃୟାରୀଠାରୁ କେନ୍ଦ୍ରାପଡ଼ା ଜିଲାରେ ସ୍ବାଭାବିକ ବର୍ଷା ହୋଇନାହିଁ। ମୌସୁମୀ ପ୍ରବେଶକୁ ଇତିମଧ୍ୟରେ ଦେଢ଼ ମାସ ବିତିଯାଇଥିଲେ ମଧ୍ୟ ବର୍ଷା ଅଭାବରୁ ଚଳିତବର୍ଷ ଖରିଫ ଧାନ ଚାଷ ପ୍ରଭାବିତ ହେବା ଆଶଙ୍କା ପ୍ରକାଶ ପାଇଛି। ଜୁଲାଇରେ ସ୍ବାଭାବିକ ବର୍ଷା ପରିମାଣଠାରୁ ୧୩୩ ମିଲିମିଟର କମ୍‌ ବର୍ଷା ହୋଇଛି। ଅପରପକ୍ଷରେ କେନାଲକୁ ଭରସା କରିଥିବା ଚାଷୀ ପାଣି ନ ପାଇ ଜମି ଧାନ ବେଉଷଣ କରି ହାତବାନ୍ଧି ବସିଛନ୍ତି। ଏ ନେଇ ଜିଲାର ଖରିଫ ଧାନ ଚାଷ ମରୁଡି କବଳରେ ବୋଲି ଚାଷୀମାନେ ମତ ଦେଇଛନ୍ତି।
କୃଷି ବିଭାଗ ତଥ୍ୟ ଅନୁଯାୟୀ, ଜିଲାର ସମୁଦାୟ ୧ ଲକ୍ଷ ୫୨ ହଜାର ହେକ୍ଟର ମଧ୍ୟରୁ ୬୫,୦୩୨ ହେକ୍ଟର ଜମିରେ ଜଳସେଚନ ସୁବିଧା ଅଛି। ସେଥିରୁ ୪୫,୯୧୪ ହେକ୍ଟର ଜମିରେ କେନାଲ ମାଧ୍ୟମରେ ଜଳସେଚିତ ହେଉଛି। ମହାନଦୀ ନର୍ଥ ଡିଭିଜନ ଅନ୍ତର୍ଗତ ଡେରାବିଶ ବ୍ଲକର ୨,୯୬୧ହେକ୍ଟର, ମାର୍ଶାଘାଇ ବ୍ଲକର ୧,୦୫୫ହେକ୍ଟର ଜମି କେନାଲ ମାଧ୍ୟମରେ ଜଳସେଚିତ ହୋଇଥାଏ। ସେହିପରି କେନ୍ଦ୍ରାପଡ଼ା ଡିଭିଜନ ଅନ୍ତର୍ଗତ କେନ୍ଦ୍ରାପଡା ବ୍ଲକର ୧୬,୩୫୭ ହେକ୍ଟର, ଡେରାବିଶର ୭,୮୪୦ ହେକ୍ଟର, ମହାକାଳପଡ଼ାର ୩୦୦୭ ହେକ୍ଟର ଓ ପଟ୍ଟାମୁଣ୍ଡାଇ ବ୍ଲକର ୧୧,୦୪୯ ହେକ୍ଟର ଜମିକୁ କେନାଲ ମାଧ୍ୟମରେ ପାଣି ଯୋଗାଣ ହୋଇଥାଏ। ଅପରପକ୍ଷରେ ଜିଲାର ଆଳି, ରାଜକନିକା ଓ ରାଜନଗର ବ୍ଲକ ଅଞ୍ଚଳରେ କେନାଲ ନ ଥିବାରୁ ଚାଷୀ ବର୍ଷା ଓ ଉଠା ଜଳସେଚନ ଉପରେ ନିର୍ଭର କରିଥାନ୍ତି। ଜିଲା ଜରୁରିକାଳୀନ ବିଭାଗ ତଥ୍ୟ ଅନୁଯାୟୀ, ମେ ମାସରେ ଜିଲାରେ ୪୩୬ ମି.ମି. ବର୍ଷା ହୋଇଥିଲା। ଫେବୃୟାରୀଠାରୁ ଏପ୍ରିଲ ପର୍ଯ୍ୟନ୍ତ ଜିଲାରେ ସ୍ବାଭାବିକ ବର୍ଷା ପରିମାଣ ୧୦୧ ମି.ମି. ହେବାକୁ ଥିବାବେଳେ ଏହି ୩ ମାସ ମଧ୍ୟରେ ମାତ୍ର ୩୧ ମି.ମି. ବର୍ଷା ହୋଇଛି। ଜୁନରେ ସ୍ବାଭାବିକ ବର୍ଷା ହୋଇଛି। ଜୁଲାଇରେ ଜିଲାରେ ସ୍ବାଭାବିକ ବର୍ଷା ପରିମାଣ ହାରାହାରି ୩୧୭ ମିମି ଥିବାବେଳେ ମାତ୍ର ୧୮୪ ମିମି ବର୍ଷା ହୋଇଛି, ଯାହାକି ୧୩୩ ମିମି ବର୍ଷା କମ୍‌ ହୋଇଛି। ଫଳରେ କେତେକ ଜମି ପଡିଆ ଥିବାବେଳେ ଧାନ ତଳି ରୁଆ ଜମି ଫାଟିବା ଆରମ୍ଭ କଲାଣି।
ଏ ସମ୍ପର୍କରେ କୃଷକ ନେତା ଗୟାଧର ଧଳ କୁହିଛନ୍ତି, ଜିଲାରେ ଚାଷୀଙ୍କ ଜଳସେଚନ ପାଇଁ ପ୍ରବାହିତ ୭ ନଦୀ ଓ ୨୭ ନାଳ ଓ କେନାଲକୁ ଉପଯୋଗ କରିବା ଆବଶ୍ୟକ। ବ୍ରାହ୍ମଣୀ ଓ ମହାନଦୀ ସିଷ୍ଟମରେ ଥିବା ନଦୀଗୁଡିକରେ ଆନିକଟ କରାଯାଇ ମଧୁର ଜଳକୁ ଚାଷ କାର୍ଯ୍ୟରେ ବ୍ୟବହାର କରାଯାଇ ପାରିବ। ଏ ନେଇ ଜିଲାବାସୀ ବାରମ୍ବାର ଦାବି କରୁଥିଲେ ମଧ୍ୟ କୌଣସି ସୁଫଳ ମିଳିପାରୁନାହିଁ। ସାମାଜିକ କର୍ମୀ ପ୍ରତାପ ଚନ୍ଦ୍ର ପାଢ଼ୀ କହିଛନ୍ତି, କେନ୍ଦ୍ରାପଡ଼ା ଜିଲାରର ଆର୍ଥିକ ଭିତ୍ତିଭୂମି କୃଷି ଉପରେ ନିର୍ଭର କରୁଛି। ପ୍ରଶାସନ ପକ୍ଷରୁ ଜଳକର ଆଦାୟ ହେଉଥିଲେ ମଧ୍ୟ ଉପଯୁକ୍ତ ସମୟରେ ପାଣି ଯୋଗାଣ ହେଉନାହିଁ। ଫଳରେ ପାଣି ଅଭାବରୁ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି। ପ୍ରତିବର୍ଷ କେନାଲ ସଫା ଓ ପୁନରୁଦ୍ଧାର ନାମରେ ଘାସ ସଫା ହେଉଛି। ଏଥିରେ କେବଳ ଟଙ୍କା ହଡପ ହେଉଛି। ଏ ନେଇ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଗଲେ ମଧ୍ୟ ଅଣଦେଖା କରାଯାଉଛି। କେନ୍ଦ୍ରାପଡା ବ୍ଲକ ଦେପୁରା ଗ୍ରାମର ଚାଷୀ ଜଗଦୀଶ ପତି କହିଛନ୍ତି, କେନ୍ଦ୍ରାପଡ଼ା କେନାଲ, ଜମ୍ବୁ କେନାଲ ଓ ଗୋବରୀ କେନାଲରେ ଦଳ ଭର୍ତ୍ତି ହୋଇରହିଛି ଫଳରେ କେନାଲ ପାଣି ତଳମୁଣ୍ଡକୁ ଯାଇପାରୁନାହିଁ। ଏହାବ୍ୟତୀତ ସହରର ଆବର୍ଜନାରେ କେନ୍ଦ୍ରାପଡ଼ା କେନାଲ ପୋତି ହୋଇଗଲାଣି। ଏହାକୁ ସଫା କରିବା ଆଳରେ ଜଳ ସମ୍ପଦ ବିଭାଗ ପାଣି ଛାଡିବାକୁ ବିଳମ୍ବ କରୁଛି। ଫଳରେ ଧାନ ଚାଷ କ୍ଷତିଗ୍ରସ୍ତ ହେଉଛି। ଏ ସମ୍ପର୍କରେ ଜଳ ସମ୍ପଦ ବିଭାଗ ନିର୍ବାହୀ ଅଧିକାରୀ ପ୍ରବୋଧ କୁମାର ରାଉତଙ୍କୁ ପଚାରିବାରେ କେତେକ କେନାଲର ପୁନରୁଦ୍ଧାର କାର୍ଯ୍ୟ ଚାଲିଥିବାରୁ ପାଣି ଛଡାଯାଇ ନ ଥିଲା। ତେବେ ଜୁଲାଇ ୧୫ ରୁ କେନାଲ ମାଧ୍ୟମରେ ପାଣି ଛଡାଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘରରେ ଯୋଗ ଦେବାକୁ ଯାଉଥିବାବେଳେ ଅଘଟଣ: ୪୦ ଫୁଟ୍‌ ତଳକୁ ଖସିଲା ବୋଲେରୋ

ମୋରଡା,୧୮।୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅଞ୍ଚଳରେ ଏକ ପୋଲରୁ ୪୦ ଫୁଟ୍‌ ତଳକୁ ବୋଲେରୋ ଖସି ପଡିଛି। ଫଳରେ ୩ ଜଣ ଗୁରୁତର...

୨୦୨୬ରୁ ଚମକିବ ୩ରାଶିଙ୍କ ଭାଗ୍ୟ, ଯାହା ଛୁଇଁବେ ପାଲଟିବ ସୁନା!

୨୦୨୬ ବର୍ଷ ପାଖେଇ ଆସୁଛି, ଏବଂ ଏହି ନୂତନ ବର୍ଷରେ ହେଉଥିବା ଗ୍ରହ ପରିବର୍ତ୍ତନ କିଛି ରାଶି ପାଇଁ ବିଶେଷ ସୌଭାଗ୍ୟ ଆଣିବ ବୋଲି କହିଛନ୍ତି...

୨୬ ମାର୍ଚ୍ଚରୁ IPL ଆରମ୍ଭ , ଏହି ଦିନ ଖେଳାଯିବ ଫାଇନାଲ; କାର୍ଯ୍ୟସୂଚୀ ଘୋଷଣାରେ ପାକିସ୍ତାନରେ ହଙ୍ଗାମା

ନୂଆଦିଲ୍ଲୀ,୧୮।୧୨: IPL ୨୦୨୬ ମିନି ନିଲାମ ପରେ, ସମସ୍ତ ୧୦ଟି ଦଳର ଦଳ ଚୂଡ଼ାନ୍ତ ହୋଇଛି। ଏହି ସମୟରେ, ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI)...

ହଠାତ୍‌ ରାଗିଗଲେ ବୁମ୍‌ରା, ପ୍ରଶଂସକଙ୍କ ମୋବାଇଲ୍‌ ଛଡ଼ାଇନେଲେ…ଦେଖନ୍ତୁ VIDEO

ଲକ୍ଷ୍ନୌ,୧୮।୧୨: ଲକ୍ଷ୍ନୌରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚତୁର୍ଥ ଟି-୨୦ ମ୍ୟାଚ ବାତିଲ ହୋଇଗଲା। ଜସପ୍ରୀତ ବୁମରାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ...

ପ୍ରଧାନମନ୍ତ୍ରୀ ମୋଦିଙ୍କ ନୂତନ ବର୍ଷର ଉପହାର: ଜାନୁଆରୀ ୧ରୁ ସାରା ଦେଶରେ…

ନୂଆଦିଲ୍ଲୀ,୧୮।୧୨: ନୂତନ ବର୍ଷ ୨୦୨୬ ସାରା ଦେଶର ଲକ୍ଷ ଲକ୍ଷ ଗ୍ୟାସ ଗ୍ରାହକଙ୍କୁ ଖୁସି କରିବ ବୋଲି ଖୁସିର ଖବର ଆଣିଛି। ପେଟ୍ରୋଲିୟମ ଏବଂ ପ୍ରାକୃତିକ...

ନୂଆବର୍ଷରେ ଶନିଙ୍କ ସିଧା ଚଳନରେ ବଦଳିଯିବ ଭାଗ୍ୟ; ଏହି ୩ ରାଶିଙ୍କର ବାଜିବ ଲଟେରୀ, ବଢିଚାଲିବ ସମ୍ପତ୍ତି!

ନଅଟି ଗ୍ରହ ମଧ୍ୟରେ ଶନିକୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗ୍ରହ ବୋଲି ବିବେଚନା କରାଯାଏ। ଶନି ସବୁଠାରୁ ଧୀର ଗତିରେ ଗତି କରନ୍ତି, ପ୍ରତି ଅଢ଼େଇ ବର୍ଷରେ...

ୟୁନୁସଙ୍କୁ କଡ଼ା ଜବାବ ଦେଲା ଭାରତ: ନେଲା ବଡ଼ ପଦକ୍ଷେପ, ବାଂଲାଦେଶରେ…

ନୂଆଦିଲ୍ଲୀ,୧୮।୧୨: କେନ୍ଦ୍ର ସରକାର ଡିସେମ୍ବର ୧୭, ୨୦୨୫ରେ ବାଂଲାଦେଶର ରାଜଧାନୀ ଢାକାରେ ଥିବା ଭାରତୀୟ ଭିସା ଆବେଦନ କେନ୍ଦ୍ର (IVAC)କୁ ବନ୍ଦ କରିବାକୁ ଏକ ନୋଟିସ...

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଆସନ୍ତା ଶିକ୍ଷାବର୍ଷରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ମିଳିବ ମାଗଣା…

ବ୍ରହ୍ମପୁର,୧୮।୧୨(ସ୍ମୃତି ରଞ୍ଜନ ମହାଲିକ): ରାଜ୍ୟରେ ଶିକ୍ଷାକ୍ଷେତ୍ରର ବିକାଶ କରିବା ପାଇଁ ସରକାର ପ୍ରତିବଦ୍ଧତାର ସହ କାମ କରୁଛନ୍ତି। କେବଳ ପ୍ରାଥମିକ ଶିକ୍ଷା ପାଇଁ ଚଳିତବର୍ଷ ବଜେଟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri