ବ୍ରିଟେନରେ ମରୁଡ଼ି, ଫ୍ରାନ୍ସରେ ବନାଗ୍ନି

ଲଣ୍ଡନ/ ପ୍ୟାରିସ୍‌,୧୩ା୮: ଲଗାତର ଅନାବୃଷ୍ଟି ଓ ଗ୍ରୀଷ୍ମ ପ୍ରବାହ ଯୋଗୁ ଇଂଲଣ୍ଡର ବିଭିନ୍ନ ଭାଗରେ ମରୁଡ଼ି ଦେଖାଦେଇଛି। କ୍ରମାଗତ ୫ ମାସ ଧରି ସ୍ବାଭବିକଠାରୁ କମ୍‌ ବର୍ଷା ହୋଇଛି। ଜୁଲାଇରେ ହାରାହାରି ବୃଷ୍ଟିପାତ ୩୫% ରହିଥିବାବେଳେ ଶନିବାର କେତେକ ଭାଗରେ ତାପମାତ୍ରା ୩୭ ଡିଗ୍ରୀ ସେଲ୍‌ସିୟସ୍‌ ଛୁଇଁବା ଆଶଙ୍କା କରାଯାଉଛି। ଇଂଲଣ୍ଡ ଓ ଓ୍ବେଲ୍ସରେ ଚାରିଦିନିଆ ଚରମ ଗ୍ରୀଷ୍ମପ୍ରବାହ ଲାଗିରହିଥିବାରୁ ଆଲର୍ଟ ଜାରି କରାଯାଇଛି। ୧୯୩୫ ମସିହା ପରେ ଏପରି ଶୁଷ୍କତା କେବେ ଦେଖିବାକୁ ମିଳି ନ ଥିଲା। ବ୍ରିଟେନ ସରକାର ଶୁକ୍ରବାର ଇଂଲଣ୍ଡର ଦକ୍ଷିଣ, କେନ୍ଦ୍ରୀୟ ଓ ପୂର୍ବାଞ୍ଚଳରେ ଆନୁଷ୍ଠାନିକ ଭାବେ ମରୁଡ଼ି ଘୋଷଣା କରିଛନ୍ତି। ଗ୍ଲୁସେଷ୍ଟରଶାୟାରର ପଶ୍ଚିମ ଭାଗରୁ ଦକ୍ଷିଣ ଇଂଲଣ୍ଡ ପର୍ଯ୍ୟନ୍ତ ପ୍ରବାହିତ ୩୫୬ କି.ମି. ଲମ୍ବ ଥମ୍ସ ନଦୀର ଜଳଉତ୍ସ ଶୁଷ୍କ ହୋଇଯାଇଛି। ଏଥି ସକାଶେ ସମ୍ପୃକ୍ତ ଅଞ୍ଚଳରେ ପାଣିର ଘରୋଇ ଓ ବ୍ୟବସାୟିକ ବ୍ୟବହାର ଉପରେ କଟକଣା ଜାରି କରାଯାଇଛି। ଅର୍ଥାତ୍‌ ସାଧାରଣ ଲୋକେ ଓ କମ୍ପାନୀଗୁଡ଼ିକ ପାଣିର ଉପଯୋଗ ସରକାରଙ୍କ ହିସାବରେ କରିବେ। ଇଂଲଣ୍ଡରେ ୨୦୧୮ରେ ଶେଷ ଥର ପାଇଁ ମରୁଡ଼ି ଦେଖିବାକୁ ମିଳିଥିଲା। ଏହା ପୂର୍ବରୁ ୨୦୧୧ରେ ମଧ୍ୟ ତା’ଠୁ ବଳି ଭୟଙ୍କର ସ୍ଥିତି ଉପୁଜିଥିଲା। ଜୀବାଶ୍ମ ଇନ୍ଧନ ଜଳେଣିରୁ ଅଙ୍ଗାରକାମ୍ଳ ମାତ୍ରା ବୃଦ୍ଧି ପାଉଥିବାରୁ ଆଗକୁ ପାଗ ଆହୁରି ଖରାପ ହେବ ବୋଲି ଜଳବାୟୁ ବିଜ୍ଞାନୀମାନେ ସତର୍କ କରାଇଛନ୍ତି।
ଦକ୍ଷିଣ-ପଶ୍ଚିମରେ ଥିବା ବୋର୍ଡେଅକ୍ସ ଜଙ୍ଗଲରେ ନିଅଁ। ଲାଗିଛି। ନିଅଁ। ଲିଭାଇବା ପାଇଁ ୧,୦୦୦ରୁ ଊର୍ଦ୍ଧ୍ୱ ଅଗ୍ନିଶମ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ବନାଗ୍ନି ଯୋଗୁ ଅଦ୍ୟାବଧି ୭,୪୦୦୦ ହେକ୍ଟର (୧୮,୨୮୬ ଏକର) ଜଙ୍ଗଲ ଜଳିପୋଡ଼ି ଛାରଖାର ହୋଇଯାଇଛି। ଫଳରେ ୧୦ ହଜାରରୁ ଅଧିକ ବାସିନ୍ଦା ବାସଚ୍ୟୁତ ହୋଇ ଗଣପଳାୟନ କରିଛନ୍ତି। ପର୍ତ୍ତୁଗାଲ ଓ ସ୍ପେନ୍‌ରେ ଗ୍ରୀଷ୍ମ ପ୍ରବାହ ଯୋଗୁ ୧,୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri