Categories: ଜାତୀୟ

ମିଲିଟାରୀ ଷ୍ଟେଶନ ଉପରେ ଡ୍ରୋନ୍‌, ୨୫ ରାଉଣ୍ଡ୍‌ ଗୁଳି ଫାୟାରିଂ…

ଶ୍ରୀନଗର,୨୮।୬: ଜମ୍ମୁ-କଶ୍ମୀରର ଏୟାରଫୋର୍ସ ଷ୍ଟେଶନରେ ଡ୍ରୋନ୍‌ ଦ୍ୱାରା ଆତଙ୍କବାଦୀ ଆକ୍ରମଣ କରିବାର ଗୋଟିଏ ଦିନ ପରେ ସୋମବାର ଭୋର୍‌ ୩ଟା ସମୟରେ ପୁଣି ଆକାଶରେ ଡ୍ରୋନ୍‌ ଉଡ଼ି ବୁଲିଛି। ଜମ୍ମୁର ମିଲିଟାରୀ ଷ୍ଟେଶନ ଉପରେ ଡ୍ରୋନ୍‌ ଉଡୁଥିବା ଦେଖି ସେନା ଯବାନଙ୍କ ପକ୍ଷରୁ ୨୫ ରାଉଣ୍ଡ୍‌ ଗୁଳି ଫାୟାରିଂ କରାଯାଇଛି। ସ୍ଥାନୀୟ କାଲୁଚକଠାରେ ଥିବା ମିଲିଟାରୀ ଷ୍ଟେଶନ ଉପରେ ଡ୍ରୋନ୍‌ ଉଡୁଥିବାର ଦେଖି ଗୁଳି ଫାୟାରିଂ କରାଯାଇଥିଲା। କିଛି ସମୟ ପରେ ଡ୍ରୋନ୍‌ ଅଦୃଶ୍ୟ ହୋଇଯାଇଥିଲା। ସେନା ପକ୍ଷରୁ ଡ୍ରୋନ୍‌ର ସନ୍ଧାନରେ ସର୍ଚ୍ଚ ଅପରେଶନ୍‌ ଜାରି ରହିଛି। ସେନା ଯବାନଙ୍କ ଫାୟାରିଂ ଯୋଗୁ ପୁଣି ଏକ ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର ବିଫଳ ହୋଇଯାଇଛି।

Share