Categories: ଜାତୀୟ

ଡ୍ରୋନ୍‌ ଆକ୍ରମଣ ହେବ ବିଫଳ: ଏଲ୍‌ଓସିରେ ଭାରତୀୟ ଯବାନଙ୍କୁ ୨୮ ଦିନିଆ ତାଲିମ

ଶ୍ରୀନଗର, ୧୪।୧୦: ଜମ୍ମୁ-କଶ୍ମୀରର ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖା(ଏଲ୍‌ଓସି)ରେ ଡ୍ରୋନ୍‌ ଆକ୍ରମଣର ଭୟ ରହିଛି। ଏହାଦ୍ୱାରା ଭାରତୀୟ ଯବାନଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହେଉଛି। ଏହାକୁ ଦୃଷ୍ଟିରେ ରଖି ପାକିିସ୍ତାନ ସୈନ୍ୟ ଅବା ଆତଙ୍କବାଦୀଙ୍କ ପକ୍ଷରୁ କରାଯାଉଥିବା ଡ୍ରୋନ୍‌ ଆକ୍ରମଣକୁ ବିଫଳ କରିବା ଲାଗି ଭାରତୀୟ ଯବାନଙ୍କୁ ୨୮ ଦିନିଆ ତାଲିମ ପ୍ରଦାନ କାର୍ଯ୍ୟକ୍ରମର ଆରମ୍ଭ କରାଯାଇଛି। ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ ଗୁପ୍ତ ସୂଚନା ମିଳିଥିଲା ଯେ, ଏଲ୍‌ଓସିରେ ଡ୍ରୋନ୍‌ ଦ୍ୱାରା ଆକ୍ରମଣ କରାଯିବାର ଷଡ଼ଯନ୍ତ୍ର ରଚାଯାଉଛି। ଏଥିରେ ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ପକ୍ଷରୁ ସିପିଇସି ଜ୍ଞାନକୌଶଳ ଉପରେ କାର୍ଯ୍ୟ କରୁଥିବା ଚାଇନା କମ୍ପାନୀଠାରୁ ବହୁ ସଂଖ୍ୟକ ହେକ୍ସାକାପ୍ଟର କିଣାଯାଇଛି। ଏହାକୁ ଭାରତୀୟ ଯବାନଙ୍କ ଉପରେ ଡ୍ରୋନ୍‌ ଆକ୍ରମଣରେ ବ୍ୟବହାର କରାଯିବ। ଏହି ସତର୍କ ସୂଚନା ମିଳିବା ପରେ ଭାରତୀୟ ଯବାନଙ୍କୁ ପରିସ୍ଥିତିର ମୁକାବିଲା କରିବା ସହିତ ଡ୍ରୋନ୍‌କୁ ଧ୍ୱଂସ କରିବା ତାଲିମ ପ୍ରଦାନ ଆରମ୍ଭ କରାଯାଇଛି।

Share