ଶ୍ରୀମନ୍ଦିର ଉପରେ ଉଡ଼ାଉଥିଲେ ଡ୍ରୋନ୍‌, ଅଭିଯୁକ୍ତଙ୍କୁ ପୋଲିସ କାବୁ କରି…

ପୁରୀ,୨୨ା୧(ଅଜିତ କୁମାର ମହାନ୍ତି): ଶ୍ରୀମନ୍ଦିର ସୁରକ୍ଷାରେ ବାରମ୍ବାର ତ୍ରୁଟି ଦେଖିବାକୁ ମିଳୁଛି। କିଛି ଦିନ ବ୍ୟବଧାନରେ ଶ୍ରୀମନ୍ଦିର ନିଷିଦ୍ଧାଞ୍ଚଳରେ ଡ୍ରୋନ୍‌ ଉଡୁଥିବା ଦେଖିବାକୁ ମିଳୁଛି। ତେବେ ପୋଲିସ ଉକ୍ତ ଡ୍ରୋନ୍‌ ଜବତ କରିବା ସହ ଡ୍ରୋନ୍‌ ଚଳାଉଥିବା ବ୍ୟକ୍ତିଙ୍କୁ କାବୁ କରିଛନ୍ତି। ବୁଧବାର ଅପରାହ୍ନରେ ଶ୍ରୀମନ୍ଦିର ନିଷିଦ୍ଧାଞ୍ଚଳ ଅଞ୍ଚଳରେ ଡ୍ରୋନ୍‌ ଉଡ଼ୁଥିବା ଦେଖିବାକୁ ମିଳିଥିଲା। ଡ୍ରୋନ ଉଡ଼ିଥିବା ନେଇ ପୋଲିସ ଜାଣିବା ପରେ ପୋଲିସର ସ୍ବତନ୍ତ୍ର ଟିମ୍‌ ଡ୍ରୋନର ପିଛା କରି ଡ୍ରୋନ୍‌ଟିକୁ ଦୋଳମଣ୍ଡଳ ସାହି ଜହ୍ନିମୁଣ୍ଡିଆ ଛକ ନିକଟରୁ କାବୁ କରିବାରେ ସଫଳ ହୋଇଛି। ଏଥିସହ ଡ୍ରୋନ୍‌ ଉଡାଉଥିବା ବ୍ୟକ୍ତିଙ୍କୁ ମଧ୍ୟ ଅଟକ ରଖି ପଚରାଉଚରା କରୁଛି। ତେବେ ଏନେଇ ପୋଲିସ ପକ୍ଷରୁ କୁହାଯାଇଛି କି ପୁରୀ ଶ୍ରୀମନ୍ଦିର ପରିକ୍ରମା ପରିସରରେ ବୁଧବାର ଏକ ଡ୍ରୋନ୍‌ ଉଡୁଥିବା ଖବର ନଜରକୁ ଆସିଥିଲା। ଖବର ନଜରକୁ ଆସିବା ପରେ ଏସ୍‌ପି ପ୍ରତୀକ ସିଂଙ୍କ ନିର୍ଦ୍ଦେଶ କ୍ରମେ ସିଂହଦ୍ୱାର ଥାନା ସମେତ ଅନ୍ୟ ଏକ ସ୍ବତନ୍ତ୍ର ଟିମ୍‌ ଡ୍ରୋନ୍‌କୁ କାବୁ କରିଛି। ଦୁଇଟି ଯାକ ଟିମ୍‌ ପୁରୀ ଦୋଳମଣ୍ଡପ ସାହି ଜହ୍ନିମୁଣ୍ଡିଆ ନିକଟରୁ ଡ୍ରୋନ୍‌କୁ କାବୁ କରିଥିଲେ। ତେବେ ଡ୍ରେନ୍‌ଟିକୁ ଉଡ଼ାଉଥିବା ବ୍ୟକ୍ତିଜଣଙ୍କ କଟକର ମଧୁସୂଦନ ଷଡ଼ଙ୍ଗୀ (୨୫)ବୋଲି ଜଣାଯାଇଛି। ସିଂହଦ୍ୱାର ପୋଲିସ ଯୁବକଙ୍କୁ ଥାନାରେ ଅଟକ ରଖିବା ସହ ଡ୍ରୋନ୍‌କୁ ଜବତ କରି ତଦନ୍ତ ଜାରି ରଖିଛି। ତେବେ ପୋଲିସର ପ୍ରଶାସନର ଏତେ ସୁରକ୍ଷା ସତ୍ତ୍ୱେ ଅନେକ ସମୟରେ ଶ୍ରୀମନ୍ଦିର ନିଷିଦ୍ଧାଞ୍ଚଳ ଅଞ୍ଚଳରେ ଡ୍ରୋନ୍‌ ଉଡ଼ିଥିବା ଦେଖିବାକୁ ମିଳୁଛି। ତେଣୁ ଏଥିପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି କରାଯାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପଟ୍ଟାଙ୍ଗି ବ୍ଲକ ପଛ ପାହାଡ଼ରେ ଲାଗିଛି ନିଆଁ: ଲିଭାଇବା ପାଇଁ ଜଙ୍ଗଲ ବିଭାଗର ଜୋରଦାର କସରତ,ଏଯାଏ…

ପଟ୍ଟାଙ୍ଗି, ୧୦।୩ (ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ କାର୍ଯ୍ୟାଳୟର ପଛ ଭାଗରେ ଥିବା ପାହାଡ଼ରେ ମଙ୍ଗଳବାର ସାରେ ଭୟାବହ ନିଆଁ ଲାଗିଥିବା ଦେଖିବାକୁ…

ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରୁ ଗର୍ଭବତୀ ମହିଳା ନିଖୋଜ: ଟାଉନ ଥାନାରେ ଏତଲା

ରାୟଗଡ଼ା, ୧୦।୩ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରୁ ଜଣେ ଗର୍ଭବତୀ ମହିଳା ରହସ୍ୟଜନକ ଭାବେ ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ…

ବିକୁଥିଲେ ଗୋ-ମାଂସ, ଗୁପ୍ତ ସୂଚନା ପାଇ ମାଡ଼ି ବସିଲା ପୋଲିସ

ଅତାବିରା, ୧୦ା୩ (ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଟୋପ ଗ୍ରାମରେ ଚଢ଼ାଉ କରି ପୋଲିସ ବିପୁଳ ପରିମାଣର ଗୋ-ମାଂସ ଜବତ କରିବା ସହ…

ସଫଳତାର ସହ ଭଞ୍ଜନଗର ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟରେ ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନୀ ଉଦଯାପିତ

ଭଞ୍ଜନଗର, ୧୦/୩ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ପ୍ରସିଦ୍ଧ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟରେ ଦୁଇଦିନ ଧରି ଚାଲିଥିବା ଶିକ୍ଷଣ ସାମଗ୍ରୀ…

ଶିକ୍ଷକ ଅଭାବରୁ ଭୁଶୁଡ଼ିଛି ଶିକ୍ଷା ବ୍ୟବସ୍ଥା: ପରୀକ୍ଷା ବର୍ଜନ କରି ବିରିକୋଟ ବିଦ୍ୟାଳୟରେ ତାଲା ପକାଇଲେ ଶତାଧିକ ଅଭିଭାବକ

ଥୁଆମୂଳ ରାମପୁର, ୧୦ା୩ (ଦୁର୍ଗା କୀର୍ତ୍ତି): ସରକାରଙ୍କ “ସଭିଏଁ ପଢନ୍ତୁ, ସଭିଏଁ ବଢନ୍ତୁ” ନାରା ଏବେ କଳାହାଣ୍ଡି ଜିଲାରେ ପ୍ରହସନ ପାଲଟିଛି। ଶିକ୍ଷା ବ୍ୟବସ୍ଥାର ଚରମ ଅବହେଳାକୁ…

ଧରିତ୍ରୀ ପ୍ରଭାବ: ଓ୍ବାର୍ଡ ମେମ୍ବର ଉଆଁସୀଙ୍କ ଘରେ ପହଞ୍ଚିଲା ବ୍ଲକ ପ୍ରଶାସନ, ତ୍ୱରିତ କାର୍ଯ୍ୟାନୁଷ୍ଠାନ ପରେ…

ଥୁଆମୂଳ ରାମପୁର, ୧୦।୩ (ଦୁର୍ଗା କୀର୍ତ୍ତି): ଗଣମାଧ୍ୟମର ଶକ୍ତି ଏବଂ ସାମାଜିକ ଦାୟିତ୍ୱବୋଧର ଆଉ ଏକ ବଡ଼ ଉଦାହରଣ ଦେଖିବାକୁ ମିଳିଛି। ’ଧରିତ୍ରୀ’ ସମେତ ବିଭିନ୍ନ ଦୈନିକ…

ଦିଗପହଣ୍ଡି ବ୍ଲକ ଶିକ୍ଷାଧିକାରୀଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା: ଗୁଣାତ୍ମକ ଶିକ୍ଷାଦାନର ଅଭିବୃଦ୍ଧି…                

ଦିଗପହଣ୍ଡି,୧୦। ୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭାରପ୍ରାପ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ସନ୍ତୋଷ କୁମାର ମହାପାତ୍ରଙ୍କୁ ମଙ୍ଗଳବାର ଅଖିଳ ଭାରତୀୟ ପ୍ରାଥମିକ ଶିକ୍ଷକ ମହାସଂଘ…

ବାଇକ୍‌ରେ କରୁଥିଲେ ଗଞ୍ଜେଇ ଚାଲାଣ: ଯୁବକଙ୍କୁ ମାଡ଼ି ବସିଲା ଦିଗପହଣ୍ଡି ଅବକାରୀ ବିଭାଗ, ଖାନତଲାସି ପରେ…

ଦିଗପହଣ୍ଡି, ୧୦।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଅବକାରୀ ବିଭାଗ ପକ୍ଷରୁ ଏକ ବଡ଼ ଧରଣର ସଫଳତା ମିଳିଛି। ମଙ୍ଗଳବାର ପୂର୍ବାହ୍ନ ପ୍ରାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri