ସକାଳୁ ସକାଳୁ ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ: କୋଲକାତାର ଯୁବକଙ୍କୁ ଅଟକ ରଖିଲା ପୋଲିସ

ପୁରୀ, ୯।୭(ଅଜିତ୍‌ କୁମାର ମହାନ୍ତି): ପୁଣି ଶ୍ରୀମନ୍ଦିରେ ଉପରେ ଉଡିଲା ଡ୍ରୋନ। ଗୁରୁବାର ସକାଳ ପ୍ରାୟ ୫:୩୦ ମିନିଟ ସମୟରେ ଶ୍ରୀମନ୍ଦିର ପରିସରରେ ଏକ ଡ୍ରୋନ ଉଡ଼ୁଥିବା ଦେଖିବାକୁ ମିଳିଥିଲା । ଦୀର୍ଘ ସମୟ ଧରି ଶ୍ରୀ ମନ୍ଦିର ଚାରିପାଖରେ ଉଡ଼ିଥିଲା । ଏ ନେଇ ଦୃଷ୍ଟି ଗୋଚର ହେବା ପରେ ଏସ୍‌ିଙ୍କ ନିକଟରେ ଏ ନେଇ ସୂଚନା ପହଞ୍ଚିଥିଲା। ସୂଚନା ପାଇବା ମାତ୍ରେ ଏସ୍ପି ପ୍ରତୀକ ସିଂଙ୍କ ନିର୍ଦ୍ଦେଶକ୍ରମେ ଏକ ସୱତନ୍ତ୍ର ପୋଲିସ ଟିମ ଗଠନ କରାଯିବା ସହ ସିଂହଦ୍ୱାର ଥାନା ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ନିୟୋଜିତ କରାଯାଇଥିଲା। ପୋଲିସ ଟିମ ତତ୍‌କ୍ଷଣାତ୍‌ ମାଟିମଣ୍ଡପ ସାହି ଅଞ୍ଚଳରେ ଡ୍ରୋନ୍‌ଟିକୁ ସଫଳତାର ସହ ଜବତ କରାଯିବା ସହ ଏହାକୁ ପରିଚାଳନା କରୁଥିବା ବ୍ୟକ୍ତି ଜୟକୃଷ୍ଣ ମଣ୍ଡଳଙ୍କୁ ଅଟକ ରଖାଯାଇଛି। ସେ କୋଲକାତାର ବୋଲି ଜଣାପଡ଼ିଛି। ଘଟଣାରେ ବ୍ୟବହୃତ ଡ୍ରୋନ୍ଟିକୁ ଜବତ କରାଯାଇଥିବାବେଳେ ଅଭିଯୁକ୍ତଙ୍କୁ ସିଂହଦ୍ୱାର ଥାନାରେ ଅଟକ ରଖାଯାଇ ତଦନ୍ତ କରାଯାଉଛି ।

 

Dharitri – Odisha’s No.1 Odia Daily

 

Share