Categories: ଜାତୀୟ

ଅମ୍ରିତପାଲ୍‌ଙ୍କୁ ଖୋଜୁଛି ଡ୍ରୋନ୍‌

ହୋସିଆରପୁର,୩୦।୩: ଫେସ୍‌ବୁକ୍‌ରେ ଭିଡିଓ ଜାରି କରି ଫେରାର୍‌ ଥିବା ଦାବି କରିବା ପରେ ଖଲିସ୍ତାନୀ ସମର୍ଥକ ଅମ୍ରିତପାଲ୍‌ଙ୍କୁ ଧରିବାରେ ପଞ୍ଜାବ ପୋଲିସ ଅଧିକ ତତ୍ପର ହୋଇଉଠିଛି। ଗୁରୁବାର ଅମ୍ରିତ୍‌ପାଲଙ୍କୁ ଧରିବା ପାଇଁ ପଞ୍ଜାବ ହୋସିଆରପୁର ଜିଲାର ବିଭିନ୍ନ ଗ୍ରାମରେ ପୋଲିସ ପକ୍ଷରୁ ଡ୍ରୋନ୍‌ ମୁତୟନ କରାଯାଇଛି। ମାରନୈନ ଗ୍ରାମରେ ମଧ୍ୟ ପୋଲିସ ପକ୍ଷରୁ କଡ଼ାକଡ଼ି ଯାଞ୍ଚ କରାଯାଇଛି। ପ୍ରତିଟି ଗାଡ଼ିକୁ ପୋଲିସ ଯାଞ୍ଚ କରୁଥିବା ବେଳେ ବିଭିନ୍ନ ଚେକ୍‌ପୋଷ୍ଟରେ ମଧ୍ୟ ପୋଲିସ ଜଗିରହିଛନ୍ତି। ଅମ୍ରିତପାଲ୍‌ଙ୍କ ସହ ସମ୍ପୃକ୍ତି ନେଇ ପୋଲିସ ୩୬୦ ଜଣଙ୍କୁ ଗିରଫ କରିଥିବା ବେଳେ ୩୪୮ଙ୍କୁ ଛାଡ଼ିଦିଆଯାଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି।

Share