ଗୁଆଡାଲାଜାରା,୧୮ା୬: ମେକ୍ସିକୋ ବିପକ୍ଷ ମ୍ୟାଚ୍ ପୂର୍ବରୁ ଦକ୍ଷିଣ କୋରିଆର ଜାତୀୟ ଫୁଟବଲ ଦଳର ଟ୍ରେନିଂ କ୍ୟାମ୍ପ ପାଖରେ ଗୁରୁବାର ଉଡ଼ୁଥିବା ଏକ ଡ୍ରୋନକୁ ମେକ୍ସିକାନ ସାମରିକ ବାହିନୀ ଖସାଇ ଦେଇଛି।
ବେସାମରିକ ବଳ ଏକ ଅପଞ୍ଜୀକୃତ ଡ୍ରୋନ ଚିହ୍ନଟ କରିବା ପାଇଁ ସ୍ବତନ୍ତ୍ର ଉପକରଣ ବ୍ୟବହାର କରିଥିବା ନେଇ ମେକ୍ସିକାଲ ଫେଡେରାଲ ପକ୍ଷରୁ କୁହାଯାଇଛି। ତେବେ ଉକ୍ତ ଡ୍ରୋନ ଦ୍ୱାରା ଦକ୍ଷିଣ କୋରିଆ ଦଳର ଷ୍ଟ୍ରାଟେଜୀ ଜାଣିବା ପାଇଁ ଉଦ୍ୟମ କରାଯାଉଥିଲା କି ନାହିଁ, ତାହା ଜଣାପଡ଼ି ନାହିଁ।
ହେଲେ ଏହି ଘଟଣାକୁ ଦକ୍ଷିଣ କୋରିଆ କୋଚ୍ ହଙ୍ଗ ମିଉଙ୍ଗ-ବୋ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ସହ ଆୟୋଜକ ମେକ୍ସିକୋ ତା’ର ପ୍ରଥମ ମ୍ୟାଚ୍ ଜିତିଥିବା ବେଳେ ଦକ୍ଷିଣ କୋରିଆ ସମାନ ଦିନ ଚେକ ରିପବ୍ଲିକକୁ ପରାସ୍ତ କରିଥିଲା।