ରାତିରେ ବୁଲୁଛି ଡ୍ରୋନ କ୍ୟାମେରା, ଲୋକେ ଭୟଭୀତ

ଖଡ଼ିଆଳ,୮।୮(ଡି.ଏନ.ଏ.): ନୂଆପଡ଼ା ଜିଲାରେ ଚୋର ଆତଙ୍କ ବଢ଼ିବାରେ ଲାଗିଥିବାବେଳେ ବର୍ତ୍ତମାନ ଖଡ଼ିଆଳ ଅଞ୍ଚଳରେ ତାର ପ୍ରଭାବ ପଡିଛି। ଖଡ଼ିଆଳର ବିଭିନ୍ନ ଗ୍ରାମାଞ୍ଚଳରେ ଡ୍ରୋନ କ୍ୟାମେରା ଉଡୁଥିବା ନେଇ ଲୋକଙ୍କ ଭୟ ଦ୍ବିଗୁଣିତ ହୋଇଥିବା ଜଣାପଡିଛି। କିଛି ଦିନ ହେଲା ତୁକୁଲା, କିରିକିଟା, ନେହେନା, ସାନମହେଶ୍ବର ଏପରିକି ସମ୍ବେଦନଶୀଳ ସ୍ଥାନ ତିଖାଲି ଡ୍ୟାମ ପରିସରରେ ଡ୍ରୋନ କ୍ୟାମେରା ଉଡୁଥିବା ଫଟୋ ସ୍ଥାନୀୟ ଲୋକମାନେ ଉତ୍ତୋଳନ କରି ଦେଖାଉ ଥିବାବେଳେ ଖଡ଼ିଆଳ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଗୌତମ ତାଣ୍ଡିଙ୍କ ଉଦ୍ୟମରେ ଗୋଟିଏ ପ୍ରତିନିଧି ଦଳ ଆସି ଖଡ଼ିଆଳ ଥାନା ଅଧିକାରୀ ଅନିରୁଦ୍ଧ ମୁଦୁଲିଙ୍କୁ ଭେଟି ତାର ତଦନ୍ତ ପାଇଁ ଦାବି କରିଥିଲେ। ଫଳରେ ଜନସାଧାରଣ ଦିନରାତି ଭୟଭୀତ ଅବସ୍ଥାରେ ଥିବା ଜଣା ପଡ଼ିଛି। ଗ୍ରାମାଞ୍ଚଳରେ ଗ୍ରାମବାସୀ ଏକତ୍ରିତ ହୋଇ ସଚେତନତା ସୃଷ୍ଟି କରିବା ସହିତ କୌଣସି ଅଜଣା ବ୍ୟକ୍ତିଙ୍କୁ ଗ୍ରାମରେ ପ୍ରବେଶ ନିଷେଧ କରିବାକୁ ନିଷ୍ପତ୍ତି ନେଉଥିବା ଜଣାପଡିଛି। ନୂଆପଡ଼ା ଜିଲାର ପ୍ରମୁଖ ସହର ଖଡ଼ିଆଳ ଶିକ୍ଷା, ସ୍ବାସ୍ଥ୍ୟ ଓ ବ୍ୟବସାୟିକ ପ୍ରାଣ କେନ୍ଦ୍ର ହୋଇଥିବାରୁ ସବୁବେଳେ ଚଳଚଞ୍ଚଳ ରହୁଛି। ହେଲେ ଚୋର ଭୟ ନେଇ ଲୋକଙ୍କ ମଧ୍ୟରେ ସାସମୟରେ ଆତଙ୍କ ଖେଳିଯାଇଛି। ଅନ୍ୟ ପକ୍ଷରେ ଖଡ଼ିଆଳ ସହରକୁ ଅନ୍ୟ ରାଜ୍ୟରୁ ଅଣ ଓଡିଆ ବହୁତ ପରିମାଣରେ ଆସି ରହୁଛନ୍ତି। ହେଲେ ସେମାନଙ୍କ ବିଷୟରେ ପ୍ରଶାସନ ନିକଟରେ ତଥ୍ୟ ନାହିଁ। ସରକାରୀ ନିୟମ ଅନୁଯାୟୀ ବାହାର ରାଜ୍ୟରୁ ଆସି ଜଣେ ବ୍ୟକ୍ତି ବହୁତ ଦିନ ଧରି ରହୁଛି ତାହେଲେ ନିକଟସ୍ଥ ପ୍ରଶାସନ ପାଖରେ ତାର ସମ୍ପୂର୍ଣ୍ଣ ତଥ୍ୟ ରହିବା କଥା। ତାହା ସ୍ଥାନୀୟ ପ୍ରଶାସନ ନିକଟରେ ନିଟକରେ ନଥିବାରୁ ଜନସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଅଣ ଓଡିଆ ଆସି ଖଡ଼ିଆଳର ବିଭିନ୍ନ ଲଜ ତଥା ଅନେକ ଲୋକଙ୍କ ଘରେ ଭଡା ସୂତ୍ରରେ ରହୁଥିବା ବେଳେ ସମ୍ପୃକ୍ତ ଲଜ କିମ୍ବା ଘର ମାଲିକ ସେମାନଙ୍କ ଠାରେ ରହୁଥିବା ବ୍ୟକ୍ତିଙ୍କ ତଥ୍ୟ ପୋଲିସକୁ ତୁରନ୍ତ ଦେବାକୁ ଜନସାଧାରଣରେ ଦାବି କରିଛନ୍ତି। ଚୋରମାନେ ଦିନରେ ନାନାଦି ଧନ୍ଦା କରି ଗ୍ରାମ ଗ୍ରାମ ବୁଲି ତଥ୍ୟ ସଂଗ୍ରହ କରୁଥିବାବେଳେ ରାତ୍ରରେ ସେମାନେ ବିଭିନ୍ନ ପ୍ରକାର ମାରଣାସ୍ତ୍ର ଧରି ଚୋରି କାର୍ଯ୍ୟରେ ନିୟୋଜିତ ହେଉଥିବା ଜନସାଧାରଣରେ ଚର୍ଚ୍ଚା ହେଉଛି। ଏନେଇ ଖଡ଼ିଆଳ ଆଇଆଇସି ମୁଦୁଲିଙ୍କୁ ଅବଗତ କରିବାରୁ ଦୁଇ ତିନି ଦିନ ହେଲା ପୋଲିସ ପ୍ରଶାସନ ପକ୍ଷରୁ ବାହାର ରାଜ୍ୟରୁ ଆସିଥିବା ଅଣ ଓଡିଆଙ୍କୁ ଚିହ୍ନଟ କରି ସେମାନଙ୍କୁ ତାଙ୍କ ଘରକୁ ପଠାଇ ଦେଇଛୁ। ଅଣଓଡିଆ ଆସି ରହିଲେ ସମ୍ପୃକ୍ତ ଲଜ ମାଲିକ, ଭଡାରେ ଦେଇଥିବା ଘର ମାଲିକ ସେମାନଙ୍କ ଆଧାର କାର୍ଡ ତଥା ପରିଚିତ ପୁଲିସ ପାଖରେ ଦେବାକୁ କୁହାଯାଇଥିବା ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ IPL ମ୍ୟାଚ୍‌ ଖେଳିବାକୁ କେତେ ଟଙ୍କା ନିଅନ୍ତି ବିରାଟ କୋହଲି: ଜାଣିଲେ ଉଡିଯିବ ହୋଶ୍‌

ନୂଆଦିଲ୍ଲୀ,୪।୪: IPL ହେଉଛି ବିଶ୍ୱର ସବୁଠାରୁ ବଡ଼ କ୍ରୀଡା ଲିଗ ମଧ୍ୟରୁ ଗୋଟିଏ। ସାରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ପ୍ରତିଦିନ ଇଣ୍ଡିଆନ ପ୍ରିମିୟର ଲିଗ ମ୍ୟାଚ…

‘ଟ୍ରମ୍ପ ଦୟାକରି କିଛି କୁହନ୍ତୁ…’ ଆମେରିକା ରାଷ୍ଟ୍ରପତିଙ୍କୁ ପରିହାସ କଲା ଇରାନ

ତେହରାନ,୪।୪:  ଗତ ୨୪ଘଣ୍ଟା ମଧ୍ୟରେ ଦୁଇଟି ଆମେରିକୀୟ ଯୁଦ୍ଧ ବିମାନ ଖସାଇବା ପରେ ଇରାନ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ପରିହାସ କରିଛନ୍ତି । ଆମେରିକୀୟ ରାଷ୍ଟ୍ରପତିଙ୍କୁ ପରିହାସ କରି…

ସାଧାରଣ ଲୋକଙ୍କ କଥା କହୁ କହୁ କେମିତି ‘ଆମ ଆଦମୀ ପାର୍ଟି’ର ‘ଖଳନାୟକ’ ପାଲଟିଗଲେ ରାଘବ ଚଢା? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୪।୪: ରାଜନୀତିର ପ୍ରକୃତି ଅଦ୍ଭୁତ। କେତେବେଳେ ବନ୍ଧୁ ଶତ୍ରୁ ହୋଇଯାଏ, ଆଉ କେତେବେଳେ ଶତ୍ରୁ ବନ୍ଧୁ ହୋଇଯାଏ। ରାଜନୀତି କ୍ଷେତ୍ରରେ, ପବନର ଦିଗ ନିରନ୍ତର ପରିବର୍ତ୍ତନ ହୁଏ…

ମାତ୍ର ୧୧ ବଲ୍‌ରେ ବାଜି ପଲଟାଇ ଦେଲେ ଶିକ୍ଷକଙ୍କ ପୁଅ: ରାତାରାତି ପାଲଟିଲେ ସୁପରଷ୍ଟାର

ନୂଆଦିଲ୍ଲୀ,୪।୪: ଆଇପିଏଲରେ ଅଜଣା ଏବଂ ନୂତନ ଖେଳାଳିମାନେ ସୁପରଷ୍ଟାର ମାନ୍ୟତା ହାସଲ କରିପାରିବେ। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଏବଂ ପଞ୍ଜାବ କିଙ୍ଗ୍ସ (ପିବିକେଏସ) ମଧ୍ୟରେ ଆଇପିଏଲ…

ଧନୀ ହେବାକୁ ଛାହୁଁଥିଲେ, ଛାଡ଼ନ୍ତୁ ଏହି ୫ ଅଭ୍ୟାସ: ନଚେତ୍‌ ପଡ଼ିବ ଅଭାବ

ମଧ୍ୟବିତ୍ତ ବର୍ଗର ଲୋକମାନେ ପ୍ରାୟତଃ ଭାବନ୍ତି, ବେଳେବେଳେ ହଠାତ୍‌ ସେମାନଙ୍କର ଆର୍ଥିକ ସଙ୍କଟ ଆସିଯାଉଛି; କିନ୍ତୁ ଏହା ବାସ୍ତବରେ ନୁହେଁ। ଏହା ଏକ ପରିସ୍ଥିତି ଯାହା ଧୀରେ…

ଶପଥ ନେଇ ନିଜ ନିଜର ଦାୟିତ୍ୱ ଗ୍ରହଣ କଲେ ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତା

ପୁରୁଷୋତ୍ତମପୁର,୪ା୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତାମାନେ ଶନିବାର ଶପଥ ନେଇ ନିଜନିଜର ଦାୟିତ୍ୱ ଗ୍ରହଣ କରିଛନ୍ତି। ଓକିଲ ସଂଘ କକ୍ଷରେ ଆୟୋଜିତ…

ମଧ୍ୟସ୍ଥତା କରୁ କରୁ ବଢିଲାଣି ପାକିସ୍ତାନର ଅଡୁଆ, UAE ମାଗିଲାଣି ୩.୫ ବିଲିୟନ ଡଲାର

ଇସଲାମାବାଦ,୪।୪: ଇରାନ ଏବଂ ଆମେରିକା ମଧ୍ୟରେ ବିବାଦର ଅନ୍ତ ଘଟାଇବା ପାଇଁ ପାକିସ୍ତାନ ମଧ୍ୟସ୍ଥତା କରିବାକୁ ଚେଷ୍ଟା କରିଥିଲା। ତଥାପି, ପାକିସ୍ତାନ – ଯାହା ନିଜେ ଆର୍ଥିକ…

ଛାତ୍ରୀଛାତ୍ର-ଶିକ୍ଷକଙ୍କ ମଧ୍ୟରେ ସୁସମ୍ପର୍କ ଗଢ଼ିବାକୁ ପ୍ରୟାସ

ମୋହନା,୪।୪( ମନ୍ମଥ ମିଶ୍ର ): ଗଜପତି ଜିଲା ମୋହନାରେ ଥିବା ପିଏମଶ୍ରୀ ଏସ୍‌ଏସ୍‌ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ସତ୍ୟ ରଞ୍ଜନ କରଙ୍କ ତତ୍ୱାବଧାନରେ ପ୍ରବେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri