ଭୁବନେଶ୍ୱର,୭।୭: ଓଡ଼ିଶା ଡ୍ରାଇଭର ମହାସଂଘ ମଙ୍ଗଳବାରଠାରୁ ସାରା ରାଜ୍ୟରେ ‘ଷ୍ଟିଅରିଂ ଛାଡ଼’ ଆନ୍ଦୋଳନ ଆରମ୍ଭ କରିବାକୁ ଘୋଷଣା କରିଛି। ୬ ଦଫା ଦାବି ନେଇ ଏହି ଆନ୍ଦୋଳନ ଡାକରା ଦିଆଯାଇଛି।
ମହାସଂଘର ସଭାପତି ପ୍ରଶାନ୍ତ ମେଣ୍ଡୁଲି ସୂଚନା ଦେଇ କହିଛନ୍ତି ଯେ, ଜରୁରୀକାଳୀନ ସେବା (ଯଥା ଆମ୍ବୁଲାନ୍ସ, ଅଗ୍ନିଶମ ସେବା ଆଦି)ରେ ନିୟୋଜିତ ଡ୍ରାଇଭରମାନେ ଏହି ଆନ୍ଦୋଳନରେ ସାମିଲ ହେବେ ନାହିଁ।
ଏହି ଆନ୍ଦୋଳନ ଯୋଗୁଁ ରାଜ୍ୟରେ ସାଧାରଣ ଯାତାୟାତ ବ୍ୟବସ୍ଥା ଉପରେ ପ୍ରଭାବ ପଡ଼ିପାରେ। ମହାସଂଘ ତରଫରୁ ଦାବିଗୁଡ଼ିକର ସମାଧାନ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସୂଚନା ମିଳିଛି।


