୭ ଦଫା ଦାବି ନେଇ ଡ୍ରାଇଭର ସଙ୍ଘର ଷ୍ଟିୟରିଂ ଛାଡ଼ ଆନ୍ଦୋଳନ: ଯାତ୍ରୀବାହୀ ବସ ଚଳାଚକ ସମ୍ପୂର୍ଣ୍ଣ ବନ୍ଦ

ଦାରିଙ୍ଗବାଡି, ୮।୭ (ଅରୁଣ ସାହୁ):ସରକାର ଶୁଣିଲେନି। ସମୟ ସୀମା ପାର ହେଲା। ରାସ୍ତାକୁ ଓହ୍ଲାଇଲେ ରାଜ୍ୟର ଡ୍ରାଇଭର ସଙ୍ଘ। ଦାରିଙ୍ଗବାଡି ଶାଖାର ଡ୍ରାଇଭରମାନେ ୭ ଦଫା ଦାବି ନେଉ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ କରୁଛନ୍ତି। ଫଳରେ ଦାରିଙ୍ଗବାଡିରୁ ଫୁଲବାଣୀ, ବ୍ରହ୍ମପୁର, ବାଲିଗୁଡା, ରାଇକିଆ, ବ୍ରାହ୍ମଣୀଗାଁ, ମୋହନା, ଭଂଜନଗର ଆଦି ଅଞ୍ଚଳକୁ ଯାତ୍ରୀବାହୀ ବସ ଚଳାଚକ ସମ୍ପୂର୍ଣ୍ଣ ବନ୍ଦ ରହିଥିବାବେଳେ ଭାରୀଯାନ ଟ୍ରକ, ମିନି ଟ୍ରକ, ଜିପ ଆଦି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି।

କିଛି ସରକାରୀ ବସ ଚଳାଚଳ ହେଉଥିବାବେଳେ ସରକାରୀ ବସ ଡ୍ରାଇଭରଙ୍କୁ ମଧ୍ୟ ଷ୍ଟିୟରିଂ ଛାଡିବାକୁ ଦାରିଙ୍ଗବାଡି ସଙ୍ଘ ପକ୍ଷରୁ ନିବେଦନ କରାଯାଇଛି। ସେମାନଙ୍କ ଦାବିଗୁଡିକ ମଧ୍ୟରେ ଅଟୋ ଚାଳକଙ୍କୁ ସରକାର ଶ୍ରମିକ ଭାବେ ନ ଦେଖି ସେମାନଙ୍କୁ ୱେଲଫେର ବୋର୍ଡରେ ସାମିଲ କରାଇବା ସହ ରାଜପଥର ପ୍ରତି ୧୦ କିମି ଦୂରତାରେ ଶୌଚାଳୟ, ବିଶ୍ରାମ ବ୍ୟବସ୍ଥା, ରାସ୍ତା ଦୁର୍ଘଟଣା ଓ ଅନ୍ୟାନ୍ୟ କାରଣରୁ ଲୋକଙ୍କ ଆକ୍ରୋଶର ଶିକାର ହେଉଛନ୍ତି। ତେଣୁ ସାମାଜିକ ସୁରକ୍ଷା ଯୋଗାଇବା ଗାଡିମୋଟର ଯାଞ୍ଚକୁ ପୋଲିସ ପ୍ରଶାସନ ଦ୍ୱାରା ନ କରାଇବା, ୬୦ ବର୍ଷ ପରେ ପେନସନ ବ୍ୟବସ୍ଥା କରାଇବା ଆଦି ଦାବି ରହିଛି। ଏହି ଆନ୍ଦୋଳନରେ ଦାରିଙ୍ଗବାଡି ଡ୍ରାଇଭର ସଙ୍ଘ ର ସଭାପତି ପ୍ରଭଞ୍ଜନ ନାୟକ, ଉପ ସଭାପତି ସନ୍ତୋଷ ଦିଗାଲ, ସମ୍ପାଦକ ରୁଦ୍ରଦେବ ମଲିକ, ଆଡମିନ ସଞ୍ଜୟ ମାଲବିଶୋଇ, ସଦସ୍ୟ ବିରଞ୍ଚି ବେହେରା ବାସୁଦେବ ନାୟକ,ସଞ୍ଜୟ ନାୟକ,ସମୀର ଦିଗାଲ ପ୍ରମୁଖ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଶାନ୍ତିଶୃଙ୍ଖଳା ତଦାରଖ ପାଇଁ ଡିଏସପି କନକ କୁମାର ମାଝିଙ୍କ ନେତୃତ୍ୱରେ ପୋଲିସ ବାହିନୀ ଉପସ୍ଥିତ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri