Posted inଜାତୀୟ

Video: ଇଣ୍ଡିଗୋ ବିମାନରେ ମହୁମାଛି ଉପଦ୍ରବ, ଏକ ଘଣ୍ଟା ବିଳମ୍ବରେ ଉଡିଲା ସୁରଟ-ଜୟପୁର ବିମାନ, ଜାଣନ୍ତୁ କେମିତି ମିଳିଲା ମୁକ୍ତି

ସୁରଟ,୮।୭: ସୋମବର ଗୁଜରାଟର ସୁରତ ବିମାନବନ୍ଦରରେ ଏକ ଅଜବ ଘଟଣା ଦେଖିବାକୁ ମିଳିଥିଲା। ସୁରଟରୁ ଜୟପୁର ଯାଉଥିବା ଏକ ଇଣ୍ଡିଗୋ ବିମାନ ମହୁମାଛି ଯୋଗୁ ଠିକ ସମୟରେ ଉଡ଼ାଣ କରି ପାରି ନଥିଲା। ଅନେକ ମହୁମାଛି ବିମାନର ଖୋଲା ଲଗେଜ ଦ୍ୱାରକୁ ଆକ୍ରମଣ କରିଥିଲେ, ଯାହା ଫଳରେ ବିମାନଟି ୧ ଘଣ୍ଟା ବିଳମ୍ବରେ ଉଡିଥିଲା।
ସୋମବାର ସା ୪ଟା୨୦ ରେ ସୁରଟରୁ ଜୟପୁର ଯାଉଥିବା ଇଣ୍ଡିଗୋର ଏୟାରବସ ବିମାନ A320 ଜୟପୁର ପାଇଁ ଉଡ଼ାଣ ଭରିବାକୁ ଥିଲା। କିନ୍ତୁ, ମହୁମାଛି ଯୋଗୁ ଏହା ବିଳମ୍ବ ହୋଇଥିଲା ଏବଂ ବିମାନଟି ୧ ଘଣ୍ଟା ପରେ ସା ୫ଟା୨୬ ରେ ସୁରଟ ବିମାନବନ୍ଦରରୁ ଉଡ଼ିଥିଲା।
ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ, ସମସ୍ତ ଯାତ୍ରୀ ବିମାନରେ ଚଢ଼ି ସାରିଥିଲେ ଏବଂ ସେମାନଙ୍କର ଲଗେଜ ମଧ୍ୟ ରଖାଯାଇଥିଲା। ତା’ପରେ ହଠାତ ଖୋଲା ଲଗେଜ ଦ୍ୱାର ଉପରେ ମହୁମାଛି ବସି ପଡ଼ିଥିଲେ। ଏହି ଘଟଣା ପରେ ବିମାନବନ୍ଦରରେ ହଇଚଇ ସୃଷ୍ଟି ହୋଇଥିଲା।
ଶେଷରେ, ମହୁମାଛିମାନଙ୍କୁ ଘଉଡ଼ାଇବା ପାଇଁ ଧୂଆଁର ସାହାଯ୍ୟ ନିଆଯାଇଥିଲା, କିନ୍ତୁ ଏହି ପ୍ରୟାସ ମଧ୍ୟ ବିଫଳ ପ୍ରମାଣିତ ହୋଇଥିଲା। ଏହା ପରେ, ଅଗ୍ନିଶମ ବିଭାଗ ମଧ୍ୟ ସତର୍କ ହୋଇଗଲା। ଅଗ୍ନିଶମ ବାହିନୀର କର୍ମଚାରୀମାନେ ରନୱେକୁ ଯାଇ ମହୁମାଛିମାନଙ୍କ ଉପରେ ପାଣି ସିଞ୍ଚନ କରିଥିଲେ, ଯାହା ପରେ ମହୁମାଛିମାନେ ସେଠାରୁ ଚାଲିଯାଇଥିଲେ। ତଥାପି, ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟା ପ୍ରାୟ ୧ ଘଣ୍ଟା ସମୟ ନେଇଥିଲା।
ମହୁମାଛିମାନେ ଚାଲିଯିବା ପରେ, କର୍ମଚାରୀମାନେ ଆଶ୍ୱସ୍ତିର ନିଶ୍ୱାସ ମାରିଥିଲେ, ଯାହା ପରେ ATS ମଧ୍ୟ ଉଡ଼ାଣ ପାଇଁ ବିମାନକୁ ସବୁଜ ସଙ୍କେତ ଦେଇଥିଲା। ଏପର୍ଯ୍ୟନ୍ତ ଏହି ଘଟଣାକୁ ନେଇ ଇଣ୍ଡିଗୋ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ। ସୁରଟରୁ ଉଡ଼ାଣ ଆରମ୍ଭ କରିବା ପରେ, ବିମାନଟି ୧ ଘଣ୍ଟା ବିଳମ୍ବରେ ଜୟପୁରରେ ଅବତରଣ କରିଥିଲା। ସମସ୍ତ ଯାତ୍ରୀ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି।

ସୌଜନ୍ୟ: ଗୁଜରାଟ ଜାଗରଣ


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତାକାଲି ପଡୁଛି ୩ ରାଜଯୋଗ; ୫ ରାଶିଙ୍କ ବଦଳିବ ଭାଗ୍ୟ, ମୋଟା ଅଙ୍କର ରୋଜଗାରକୁ ବଡ଼ କମ୍ପାନୀରୁ ଅଫର୍‌

୯ ସେପ୍ଟେମ୍ୱର, ୨୦୨୬ ହେଉଛି ଭାଦ୍ରବ ମାସ କୃଷ୍ଣ ପକ୍ଷର ତ୍ରୟୋଦଶୀ ତିଥି ଏବଂ ବୁଧବାର। ଏହା ସହିତ ଏହି ଦିନଟି ଦ୍ୱିତୀୟ ଚତୁର୍ମାସ୍ୟାର ୧୭ଶ ଦିନ…

ନୂଆଖାଇ ପୂର୍ବରୁ ଭତ୍ତା ଟଙ୍କା ଦିଅ, ନଚେତ୍ ଆନ୍ଦୋଳନ! ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କଲା ବିଜେଡି, ସ୍ମାରକପତ୍ର…

ବରଗଡ଼,୮।୯(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ସାମାଜିକ ନିରାପତ୍ତା ଭତ୍ତା ପ୍ରଦାନ କରିବା ଦାବିରେ ବରଗଡ଼ ଜିଲା ବିଜେଡି ପକ୍ଷରୁ ରାଜ୍ୟପାଳଙ୍କ…

ରାହୁଙ୍କ ମକର ରାଶିରେ ଗୋଚର, ୨୦୨୮ ଯାଏ ୩ ରାଶିରେ ଧନବର୍ଷା, ଚାକିରିରେ ମିଳିବ ପ୍ରମୋଶନ

ଶୁକ୍ର ଗ୍ରହ ୧୧ ସେପ୍ଟେମ୍ୱର ୨୦୨୬ରେ ନକ୍ଷତ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି। ସେ ଚିତ୍ରା ନକ୍ଷତ୍ରରୁ ବାହାରି ରାହୁଙ୍କ ଅଧୀନରେ ଥିବା ସ୍ୱାତୀ ନକ୍ଷତ୍ରରେ ଗୋଚର କରିବେ।…

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର, ୨୦% ମିଳିବ ବୋନସ ଆଉ ତା’ ସହ…

ନୂଆଦିଲ୍ଲୀ,୮।୯: କର୍ମଚାରୀମାନଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଏବେ ନୂତନ ଶ୍ରମ କୋଡ (Labour Code) ଅଧୀନରେ କର୍ମଚାରୀମାନଙ୍କୁ ପ୍ରାୟ ୨୦ ପ୍ରତିଶତ ପର୍ଯ୍ୟନ୍ତ…

ଘର ତିଆରି ନାଁରେ ୧୬ ଲକ୍ଷ ଟଙ୍କା ନେଇ ଫେରାର , ବାଉନ୍ସ ହେଲା ଚେକ୍‌: ଅଭିଯୁକ୍ତ ଯୁବକ ଗିରଫ

ପାରଳାଖେମୁଣ୍ଡି,୮ା୯(ଗିରିଧାରୀ ପରିଛା): ୧୬ ଲକ୍ଷ ଟଙ୍କା ଠକେଇ ଓ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ପାରଳାଖେମୁଣ୍ଡି ଥାନା ପୋଲିସ ଆନ୍ଧ୍ରପ୍ରଦେଶର ଜଣେ ଯୁବକଙ୍କୁ ଗିରଫ କରି…

ନିଖୋଜ MKCG ମେଡିକାଲ ଛାତ୍ର ସାଗର ସାହୁ ମୟୂରଭଞ୍ଜରୁ ଉଦ୍ଧାର, ଝାଡ଼ଖଣ୍ଡରୁ ଫେରୁଥିବା ବେଳେ…

ଭୁବନେଶ୍ୱର/ବାରିପଦା, ୮।୯: ଗତ ଅଗଷ୍ଟ ୩୧ ତାରିଖରୁ ନିଖୋଜ ଥିବା ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି(MKCG) ମେଡିକାଲ କଲେଜର ଛାତ୍ର ସାଗର ସାହୁ(୨୧) ସୁରକ୍ଷିତ ଭାବେ ଉଦ୍ଧାର…

ଭାରତ-ଆଫଗାନିସ୍ତାନ ଟି୨୦ ସିରିଜ୍‌ ଏହି ଚ୍ୟାନେଲର ହେବ ପ୍ରସାରଣ, ଜାଣନ୍ତୁ…

ନୂଆଦିଲ୍ଲୀ,୮ା୯: ଆସନ୍ତା ୧୩ ତାରିଖରୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ହେବାକୁ ଥିବା ଅନ୍ତର୍ଜାତୀୟ ଟି୨୦ ସିରିଜ୍‌ ଲାଗି ସୋନୀ ସ୍ପୋଟର୍‌ସ ନେଟ୍‌ଓ୍ବର୍କ ପ୍ରସାରଣ ଅଧିକାର…

ଗଣେଶପୂଜା କମିଟିକୁ ପୋଲିସର କଡ଼ା ନିର୍ଦ୍ଦେଶ, ଡିଜେ ସାଉଣ୍ଡ, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ପୁରୁଷୋତ୍ତମପୁର,୮।୯(ସବିତା ମିଶ୍ର): ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଗଣେଷପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ପୁରୁଷୋତ୍ତମପୁର ପୋଲିସ ଏବଂ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri