Categories: ଜାତୀୟ

ବାଇକ୍‌ ସହ ଚାଳକଙ୍କୁ କ୍ରେନରେ ଉଠାଇ ନେଲେ

ପୁଣେ,୨୧।୮ : ନୋ ପାର୍କିଂ ଜୋନରେ ବାଇକ୍‌ ରଖିବା କାରଣରୁ ଗାଡ଼ି ସହ ଚାଳକଙ୍କୁ କ୍ରେନ ଯୋଗେ ଉଠାଇ ନେଇଛି ପୁଣେ ଟ୍ରାଫିକ ପୋଲିସ। କିନ୍ତୁ ଚାଳକଙ୍କ ଦାବି ହେଲା, ସେ ନୋ ପାର୍କିଂ ଜୋନରେ ଗାଡ଼ି ରଖି ନ ଥିଲେ। କିଛି ମିନିଟ୍‌ ପାଇଁ ସେଠାରେ ଅଟକି ଯାଇଥିଲେ। ଚାଳକଙ୍କ ଏଭଳି ଦାବିକୁ ଶୁଣି ନ ଥିଲେ ଟ୍ରାଫିକ ଅଧିକାରୀ। ଟ୍ରାଫିକ କ୍ରେନକୁ ଡକାଇ ଗାଡ଼ି ଉଠାଇବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଗାଡ଼ିରୁ ହଟି ନ ଥିଲେ ଚାଳକ। ଏଥିଯୋଗୁ ଚାଳକଙ୍କ ସହ ଗାଡ଼ିକୁ ମଧ୍ୟ କ୍ରେନ ଉଠାଇ ନେଇଥିଲା। ଏ ଘଟଣାରେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି।

Share