ବିଦ୍ୟାଳୟରେ ପିଇବା ପାଣି, ଶୌଚାଳୟ ସମସ୍ୟା

ରସୁଲପୁର,୧୨ା୧୦(ରଞ୍ଜିତ ରାଉତ):ରସୁଲପୁର ବ୍ଲକ ଅନ୍ତର୍ଗତ ବାରବାଟୀ ପଞ୍ଚାୟତ ଦୁର୍ଗାପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପିଇବାପାଣି ଓ ଶୌଚାଳୟ ସମସ୍ୟା ଲାଗିରହିଛି। ତେଣୁ ଏହାର ତୁରନ୍ତ ସମାଧାନ ପାଇଁ ଅଭିଭାବକମାନେ ଦାବି କରିଛନ୍ତି। ସେମାନେ ବିଦ୍ୟାଳୟ ପରିସରରେ ପହଞ୍ଚତ୍ ପ୍ରଧାନଶିକ୍ଷୟିତ୍ରୀ ମୋନାଲିସା ଭଞ୍ଜଙ୍କୁ ଲିଖିତ ଦାବିପତ୍ର ଦେଇଛନ୍ତି। ସମସ୍ୟାର ତୁରନ୍ତ ସମାଧାନ କରା ନ ଗଲେ ଅଭିଭାବକ ବିଦ୍ୟାଳୟ ସମ୍ମୁଖରେ ଧାରଣରେ ବସିବେ ବୋଲି ଚେତାବନୀ ଦେଇଛନ୍ତି।
ଉକ୍ତ ବିଦ୍ୟାଳୟରେ ୧ରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ୧୩୩ ବିଦ୍ୟାର୍ଥୀ ଅଧ୍ୟୟନରତ ଅଛନ୍ତି। ହେଲେ ବିଦ୍ୟାଳୟରେ ବିଶୁଦ୍ଧ ପାନୀୟ ଜଳର ଅଭାବ ସ୍ଥାୟୀ ସମସ୍ୟାରେ ପରିଣତ ହୋଇଛି। ବ୍ରାହ୍ମଣୀ ନଦୀବନ୍ଧ ପାର୍ଶ୍ୱରେ ବିଦ୍ୟାଳୟ ଅବସ୍ଥିତ ଥିବାରୁ ଏଠାରେ ଖୋଳାଯାଇଥିବା ନଳକୂପଗୁଡ଼ିକରୁ ଲୌହଯୁକ୍ତ ପାଣି ବାହାରୁଛି। ଉକ୍ତ ପାଣି ପିଇବା ଉପଯୋଗୀ ହୋଇପାରୁନାହିଁ। ଏହି ସମସ୍ୟାରୁ ମୁକୁଳିବା ପାଇଁ ବିଦ୍ୟାଳୟ ପକ୍ଷରୁ ଏକ ଛୋଟ ଆକ୍ୱାଗାର୍ଡ ଲଗାଯାଇଛି। ହେଲେ ଉକ୍ତ ମେଶିନଟି ପିଲାଙ୍କୁ ପାନୀୟ ଜଳ ଯୋଗାଇ ପାରୁନାହିଁ। ଅଧିକାଂଶ ପିଲା ଲୌହ ମିଶା ପାଣି ପିଇ ରୋଗର ଶିକାର ହେଉଛନ୍ତି। ଏହି ସମସ୍ୟାକୁ ନେଇ ଦୀର୍ଘଦିନ ଧରି ଅଭିଭାବକ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇ ଆସୁଛନ୍ତି। ଏହାଛଡ଼ା ବିଦ୍ୟାଳୟରେ ବାଳିକାଙ୍କ ପାଇଁ ଶୌଚାଳୟ ରହିଛି। ମାତ୍ର ବାଳକଙ୍କ ପାଇଁ ଶୌଚାଳୟ ନାହିଁ। ସେମାନେ ଖୋଲା ପଡ଼ିଆରେ ମଳମୂତ୍ର ତ୍ୟାଗ କରୁଛନ୍ତି। ଏଭଳି ଚିରାଚରିତ ସମସ୍ୟାକୁ ନେଇ ଅଭିଭାବକଙ୍କ ଅଶାନ୍ତି ଚରମସୀମାରେ ପହଞ୍ଚତ୍ଛି। ଅଭିଭାବକମାନେ ମେଳି ବାନ୍ଧି ବିଦ୍ୟାଳୟ ପରିସରରେ ପହଞ୍ଚତ୍ଥିଲେ। ଏହାକୁ ନେଇ ବିଦ୍ୟାଳୟ ପରିସରରେ କିଛି ସମୟ ପାଇଁ ଅଶାନ୍ତ ବାତାବରଣ ସୃଷ୍ଟି ହୋଇଥିଲା। ସ୍ଥାନୀୟ ସରପଞ୍ଚ ଅବଗତ ହେବାପରେ ତାଙ୍କ ସହଯୋଗୀଙ୍କୁ ପଠାଇ ବିଦ୍ୟାଳୟର ସ୍ଥିତି ଅନୁଧ୍ୟାନ କରାଇଥିଲେ। ସପ୍ତାହକ ମଧ୍ୟରେ ବିଦ୍ୟାଳୟରେ ଏକ ବଡ ଆକ୍ୱାଗାର୍ଡ ସ୍ଥାପନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଘନଘନ ବିଜୁଳି କାଟ ଯୋଗୁ ପାଣିଛଣା ମେଶିନ କାମ କରୁ ନ ଥିବାରୁ ପିଲାମାନେ ପିଇବା ପାଣିରୁ ବଞ୍ଚତ୍ତ ହେଉଛନ୍ତି। ତା’ର ଆଶୁ ସମାଧାନ ପାଇଁ ବିଦ୍ୟାଳୟରେ ଏକ ଇନଭର୍ଟର ସ୍ଥାପନ କରିବାକୁ ଅଭିଭାବକ ଦାବି କରିଥିଲେ। ଏଥିସହ ବାଳକମାନଙ୍କ ପାଇଁ ତୁରନ୍ତ ଶୌଚଳାୟ ବ୍ୟବସ୍ଥା କରିବାକୁ ଦାବିପତ୍ର ପ୍ରଦାନ କରି ଫେରି ଯାଇଥିଲେ। ଏ ସମ୍ପର୍କରେ ପ୍ରଧାନଶିକ୍ଷୟିତ୍ରୀ ଭଞ୍ଜଙ୍କୁ ପଚାରିବାରେ ସେ କହିଛନ୍ତି, ବିଦ୍ୟାଳୟ ସମସ୍ୟା ସମ୍ପର୍କରେ ୟୁ-ଡାଇସି ରିପୋର୍ଟରେ ଉଲ୍ଲେଖ କରିବା ସହ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଆସୁଛନ୍ତି। ଶୌଚାଳୟ ପାଇଁ ସ୍ଥାନ ଅଭାବ ରହିଛି। ସେଥିପାଇଁ ଶୌଚାଳୟ ହୋଇ ପାରୁନାହିଁ। ସେହିପରି ସରପଞ୍ଚଙ୍କ ପକ୍ଷରୁ ଏକ ଆକ୍ୱାଗାର୍ଡ ବିଦ୍ୟାଳୟକୁ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ମିଳିଥିବା ସେ ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

କିଏ ସେହି ଅଜଣା ବ୍ୟକ୍ତି? ମହେନ୍ଦ୍ରଗିରି ପାଦଦେଶରୁ ମୃତଦେହ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

ପାରଳାଖେମୁଣ୍ଡି, ୨୬।୩ (ଗିରିଧାରୀ ପରିଚ୍ଛା): ଗଜପତି  ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ମହେନ୍ଦ୍ରଗିରି ପାଦଦେଶରେ ଥିବା ମାଡ଼ବା ଗ୍ରାମ ନିକଟସ୍ଥ ଏଙ୍ଗାରସିଂ ପାହାଡ଼ ଉପରୁ ଜଣେ ଅଜଣା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଛିଡ଼ା ହୋଇଥିଲା ଜେସିବି, ପଛରୁ ପିଟିଲା ବାଇକ: ଯୁବକ ଗୁରୁତର, ଆମ୍ବୁଲାନ୍ସ ନମିଳିବାରୁ…

ନନ୍ଦପୁର, ୨୬।୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ  ଜିଲା ନନ୍ଦପୁର-ସେମିଳିଗୁଡ଼ା ସଂଯୋଗୀ ଏମଡିଆର-୫୫ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri