ପାନୀୟଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ ମନ୍ଥର

ସାକ୍ଷୀଗୋପାଳ, ୨ା୧୧(ପ୍ରଶାନ୍ତ କୁମାର ବାରିକ/କିଶୋର ମହାପାତ୍ର)ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ୧୪ ପଞ୍ଚାୟତର ୪୬ଟି ଗ୍ରାମକୁ ବିଶୁଦ୍ଧ ପିଇବା ପାଣି ଯୋଗାଣ ପାଇଁ ପଞ୍ଚାୟତିରାଜ ବିଭାଗ ଏବଂ ଗ୍ରାମ୍ୟ ପାନୀୟଜଳ ଯୋଗାଣ ବିଭାଗ ପକ୍ଷରୁ ପୂର୍ବ ସତ୍ୟବାଦୀରେ ପାନୀୟଜଳ ପ୍ରକଳ୍ପ ନିର୍ମାଣ ଚାଲିଛି। ୨୦୧୭-୧୮ ମସିହା ସୁଦ୍ଧା ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିଲା। ହେଲେ ନିର୍ମାଣ କାର୍ଯ୍ୟ କରୁଥିବା ଠିକା ସଂସ୍ଥାର ଖାମଖିଆଲି ମନୋଭାବ ଯୋଗୁ ଏହି ପ୍ରକଳ୍ପ ଏପର୍ଯ୍ୟନ୍ତ ଶେଷ ହୋଇପାରିନାହିଁ। ସତ୍ୟବାଦୀର ଜଳକ୍ଳିଷ୍ଟ ଅଞ୍ଚଳବାସୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବସୁଧା ଯୋଜନାରେ ୩୩ କୋଟି ଟଙ୍କା ବ୍ୟୟରେ ଏକ ବୃହତ ପାନୀୟ ଜଳ ପ୍ରକଳ୍ପ ୨୦୧୫-୧୬ରେ ଆରମ୍ଭ କରିଥିଲେ। ଏହି ପ୍ରକଳ୍ପ ଶୀଘ୍ର ସାରିବା ଲାଗି ଏକ ଘରୋଇ ଠିକା ସଂସ୍ଥାକୁ କାର୍ଯ୍ୟାଦେଶ ଦିଆଯାଇଥିଲା। ଏପରି କି ୨୦୧୮-୧୯ ଆର୍ଥିକ ବର୍ଷ ସୁଦ୍ଧା ପ୍ରକଳ୍ପ କାମ ଶେଷ କରାଯାଇ ଲୋକାର୍ପଣ କରାଯିବା ପାଇଁ ସ୍ଥିର ହୋଇଥିଲା। ହେଲେ ଅବଧି ସମୟ
ସରି ୨୦୨୩ ମସିହା ଶେଷ ହେବାକୁ ଯାଉଛି। ହେଲେ ଏବେ ବି ପ୍ରକଳ୍ପର ପାଇପ ବିଛେଇବା କାର୍ଯ୍ୟ ଅଧାପନ୍ତରିଆ ହୋଇ ରହିଛି। ଫଳରେ ପ୍ରକଳ୍ପ କେବେ କାର୍ଯ୍ୟକ୍ଷମ ହେବ ସେନେଇ ଅନିଶ୍ଚିତତା ଦେଖାଦେଇଛି। ସରକାରୀ ସ୍ତରରେ ବାରମ୍ବାର ବୈଠକ ବସୁଥିଲେ ବି ଠିକା ସଂସ୍ଥା ସମୟ ପରେ ସମୟ ଗଡ଼ାଇ ଚାଲିଛି। ସୁଆଣ୍ଡୋ ପ୍ରକଳ୍ପ ଲୋକାର୍ପଣ ଅବସରରେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ମୁଖ୍ୟମନ୍ତ୍ରୀ ଏବଂ ୫-ଟି ସଚିବଙ୍କୁ ଏହି ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ବିତ ପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ। ଏହାସତ୍ତ୍ୱେ ପ୍ରକଳ୍ପ କାର୍ଯ୍ୟ ଧିମେଇଛି। ସରକାରଙ୍କ ନିର୍ଦେଶ ଅନୁଯାୟୀ, ପୁରୀ ଜିଲାପାଳ ନିଜେ ଏହି ପ୍ରକଳ୍ପର ତଦାରଖ ଚରୁଥିଲେ ସୁଦ୍ଧା କାର୍ଯ୍ୟ ମନ୍ଥର ଗତିରେ ଚାଲିଛି। ଅନ୍ୟପଟେ ପ୍ରକଳ୍ପ ପାଇଁ ମାଟି ତଳେ ବିଛାଯାଇଥିବା ପାଇପ ଅତି ନିମ୍ନମାନର ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ତେଣୁ ଏହାର ଠିକ୍‌ ତଦାରଖ କରି କାର୍ଯ୍ୟ ବରାନ୍ବିତ କରାଯିବା ସହ ଶୀଘ୍ର ପାନୀୟ ଜଳ ଯୋଗାଣ ନିମନ୍ତେ ଅଞ୍ଚଳବାସୀ ଦାବି କରିଛନ୍ତି। ପେଣ୍ଠପଡା ସରପଞ୍ଚ ଚିନ୍ମୟୀ ରାଉତ କହିଛନ୍ତି, ଦୁଇମାସରୁ ଊଦ୍ଧର୍‌ବ ହେଲାଣି ଠିକାଦାର ପାଇପ ବିଛାଇବା ଲାଗି ପଞ୍ଚାୟତର ଗ୍ରାମଗୁଡିକ ଖୋଳି ଦେଇଛନ୍ତି। ସେହି ଗାତରେ ଛୋଟ ପିଲା ବୁଢାବୁଢ଼ୀ ପଡ଼ି ଖଣ୍ଡିଆଖାବରା ହେଉଛନ୍ତି। ଏ ନେଇ ମୁଁ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଜଣାଉଛି। ହେଲେ ଦୁଇ ତିନି ଦିନ ଭିତରେ ସମସ୍ୟା ସମାଧାନ ହୋଇଯିବ ବୋଲି ଅଧିକାରୀ କହୁଛନ୍ତି। ଅନ୍ୟପକ୍ଷରେ ଠିକା ସଂସ୍ଥା ଦାୟିତ୍ୱରେ ରହିଥିବା ସୁଜିତ ଗିରି କହିଛନ୍ତି, ପ୍ରକଳ୍ପ କାର୍ଯ୍ୟ ସରିଲାଣି। ଆମେ ୧୦ ଦିନ ମଧ୍ୟରେ ମୁଖ୍ୟ ପାଇପ୍‌ରେ ପାଣି ଛାଡ଼ିବୁ। ବାକି ମୁଖ୍ୟ ପାଇପରୁ ଗ୍ରାମ ସହ ପ୍ରତ୍ୟେକ ଘରକୁ ସଂଯୋଗ କରାଯାଇଥିବା ପାଇପରେ ପାଣି ଛାଡ଼ିବା ପାନୀୟ ଜଳ ବିଭାଗର ଦାୟିତ୍ୱ। ଏହି ପ୍ରକଳ୍ପ ପାଇଁ ସରକାର ୪ କୋଟି ଟଙ୍କା ବ୍ୟୟ କରୁଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି। ବିଭାଗୀୟ ଯନ୍ତ୍ରୀ ସୁଜାତା ପଟ୍ଟନାୟକ କହିଛନ୍ତି, ଠିକା ସଂସ୍ଥାର ଏଭଳି ମନ୍ଥରଗତି ନେଇ ଆମେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛୁ। ଆଗାମୀ ଡିସେମ୍ବର ସୁଦ୍ଧା ଏହାର ସମ୍ପୂର୍ଣ୍ଣ କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଉପଭୋକ୍ତା ବିନା ଅର୍ଥରେ ନିଜ ଘରେ ବିଶୁଦ୍ଧ ପାଣି ପାଇପାରିବେ। ସେହିପରି ସତ୍ୟବାଦୀ ବିଡିିଓ ଲିପ୍ସା ରାୟ କହିଛନ୍ତି, ପ୍ରକଳ୍ପ କାର୍ଯ୍ୟକୁ ତଦାରଖ କରୁଛି। ପାନୀୟ ଜଳ ବିଭାଗ ଓ ସମ୍ପୃକ୍ତ ଠିକା ସଂସ୍ଥାକୁ ଉକ୍ତ କାର୍ଯ୍ୟ ଶୀଘ୍ର ସାରିବା ପାଇଁ ନିର୍ଦ୍ଦେଶ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

CM ଦେବେନ୍ଦ୍ର ଫଡ଼ନଭିସଙ୍କ ପାଖରେ ରହିବ ଅର୍ଥ ବିଭାଗ, Deputy CM ସୁନେତ୍ରାଙ୍କ ଶପଥ ଗ୍ରହଣ ପୂର୍ବରୁ ରାଜନୀତି ସରଗରମ

ମୁମ୍ବାଇ,୩୧।୧: ଶନିବାର ମହାରାଷ୍ଟ୍ର ରାଜନୀତିରେ ଏକ ବଡ଼ ଘଟଣା ଘଟୁଛି। ପାୱାର ପରିବାର ଏବଂ ଏନସିପି ମଧ୍ୟରେ ଆଭ୍ୟନ୍ତରୀଣ ରାଜନୈତିକ ଅସ୍ଥିରତା ମଧ୍ୟରେ, ସୁନେତ୍ରା ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ…

ଭୟଙ୍କର ଦୁର୍ଘଟଣା: ହଳଦିଆପଦର ଓଭରବ୍ରିଜରେ ଟ୍ରକ ଧକ୍କାରେ ୫ମୃତ, ଜଣେ ଗୁରୁତର 

ବ୍ରହ୍ମପୁର,୩୧।୧(ସୁବାସ ଚନ୍ଦ୍ର ପାଢ଼ୀ): ସଡ଼କ ଦୁର୍ଘଟଣା ହ୍ରାସ  ପାଇଁ ଅନେକ ଯୋଜନା କରାଯାଉଛି। ତାହାସତ୍ତ୍ବେ ଦୁର୍ଘଟଣା ଜନିତ ମୃତ୍ୟୁ ଘଟିବାରେ ଲାଗିଛି। ଶନିବାର ମଧ୍ୟାହ୍ନରେ ହଳଦିଆପଦର ଓଭରବ୍ରିଜରେ…

ଦାଦନ ଶ୍ରମିକଙ୍କ ପାଇଁ ଖୁସିଖବର: ଜିଲା ଭିତରେ ଯୋଗାଇ ଦିଆଯିବ କାମ, ମନ୍ତ୍ରୀ କହିଲେ…

ବଲାଙ୍ଗୀର, ୩୧/୧ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଏକ ଦାଦନ ପ୍ରବଣ ଜିଲା। ତଥ୍ୟ ଅନୁସାରେ ଜିଲାରୁ ୧୯ ହଜାର ଦାଦନ ଶ୍ରମିକ ନିଜ ଘରେ…

ଗଞ୍ଜାମବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଉପହାର: ପଲ୍ଲୀଶ୍ରୀ ମେଳାକୁ ବୃଦ୍ଧି କରି କହିଲେ…

ଛତ୍ରପୁର,୩୧ା୧(ଦିଲ୍ଲୀପ ସାମଲ): ଗଞ୍ଜାମବାସୀଙ୍କ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶତାଧିକ କୋଟିର ପ୍ରକଳ୍ପ ସହିତ ଆଉ ଏକ ବଡ଼ ଉପହାର ଦେଇଛନ୍ତି। ଗୋପାଳପୁର ବେଳାଭୂମି…

ଗ୍ରୀନଫିଲ୍ଡ ଷ୍ଟାଡିୟମ ବାହାରେ ଲାଗିଲା MS Dhoniଙ୍କ ୫୦ ଫୁଟର ‘କଟ ଆଉଟ’, ଜାଣନ୍ତୁ କେତେବେଳେ ଆରମ୍ଭ ହେବ IND vs NZ ପଞ୍ଚମ T20

ନୂଆଦିଲ୍ଲୀ,୩୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ T20 ସିରିଜର ଶେଷ ମ୍ୟାଚ ଶନିବାର ତିରୁଭାନନ୍ତପୁରମର ଗ୍ରୀନଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯିବ। ଏଠାରେ ଚାରୋଟି…

President Droupadi Murmu to visit Odisha: କଡ଼ାକଡ଼ି ହେବ ସୁରକ୍ଷା ବ୍ୟବସ୍ଥା, ମୁତୟନ ହେବେ…

ଭୁବନେଶ୍ୱର,୩୧।୧: ଫେବୃଆରୀ ପ୍ରଥମ ସପ୍ତାହରେ ଓଡିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ପୁରୀ ପୋଲିସ ପକ୍ଷରୁ ଆଗୁଆ ପ୍ରସ୍ତୁତି ଆରମ୍ଭ ହୋଇଛି। ବ୍ଲୁ…

T20 World Cup: ଅଷ୍ଟ୍ରେଲିଆକୁ ଶକ୍ତ ଧକ୍କା! Pat Cummins ଆଉଟ, ଆସିଲା୧୫ ସଦସ୍ୟ ବିଶିଷ୍ଟ ଚୁଡ଼ାନ୍ତ ତାଲିକା

ନୂଆଦିଲ୍ଲୀ,୩୧।୧: କ୍ରିକେଟ ଅଷ୍ଟ୍ରେଲିଆ ୨୦୨୬ ଟି୨୦ ବିଶ୍ୱକପ ପାଇଁ ଏହାର ମୁଖ୍ୟ ଦଳ ଘୋଷଣା କରିଛି। ବୋର୍ଡ ପୂର୍ବରୁ ଏକ ପ୍ରାରମ୍ଭିକ ଦଳ ଚୟନ କରିଥିଲା, ଯେଉଁଥିରେ…

ସାଇକେଲ ଆରୋହୀଙ୍କୁ ଧକ୍କା ଦେଲା ହାଇୱା, ଘଟଣାସ୍ଥଳରେ…

ଧର୍ମଶାଳା,୩୧।୧(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥର ନାନପୁର ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri