କଳିଙ୍ଗାରେ ଉତ୍କଟ ପାନୀୟ ଜଳ ସମସ୍ୟା

ଜି.ଉଦୟଗିରି,୧୬।୬(ଶିଶିର ପଟ୍ଟନାୟକ): ଜି.ଉଦୟଗିରି ବ୍ଲକର କଳିଙ୍ଗାଠାରେ ଉତ୍କଟ ପାନୀୟ ଜଳ ସମସ୍ୟା ଦେଖାଦେଇଛି। ୪ଟି ମୋଟର ପମ୍ପ୍‌ ମଧ୍ୟରୁ ୩ଟି ଖରାପ ଅଛି। ତେଣୁ ପାନୀୟ ଜଳଯୋଗାଣ ଏକ ସପ୍ତାହ ହେବ ପ୍ରଭାବିତ ହୋଇଛି। ଜଳସ୍ତର କମିଯିବା ଯୋଗୁ ନଳକୂଅଗୁଡିକରୁ ପାଣି ବାହାରୁନାହିଁ। ୨୦୦୮-୦୯ ବର୍ଷରେ ୨୧ଲକ୍ଷ ଟଙ୍କା ବ୍ୟୟରେ କରାଯାଇଥିବା ଏହି ପ୍ରକଳ୍ପ ଲୋକଙ୍କ କାମରେ ଆସୁନାହିଁ। ବର୍ତ୍ତମାନ ଯାଏ ଏହି ଜଳଯୋଗାଣ ପ୍ରକଳ୍ପରେ ୩୪ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ଲୋକେ ପାଣି ପାଇପାରୁନହାନ୍ତି। ଏପରିକି କଳିଙ୍ଗାରେ ଏକ ସୋଲାର ପମ୍ପ୍‌ ବସିଥିଲେ ମଧ୍ୟ ପାଣି ଯୋଗାଣ ଠିକ୍‌ରେ ହୋଇପାରୁନାହିଁ। ପାନୀୟ ଜଳ ସମସ୍ୟା ଯୋଗୁ ଡୁଗୁରୁପାରି, କଳିଙ୍ଗା ଛକ, କୂଅ ସାହି, ଡିଏଭି ଛକ ସମେତ ଅନେକ ଗ୍ରାମ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ସମ୍ପର୍କରେ ଜି.ଉଦୟଗିରି ପାନୀୟ ଜଳଯୋଗାଣ ବିଭାଗ କନିଷ୍ଠ ଯନ୍ତ୍ରୀ ଦୀନବନ୍ଧୁ ପଟେଲଙ୍କୁ ପଚାରିବାରୁ ମୋଟର ପମ୍ପ୍‌ ଖରାପ ଅଛି। ସେଗୁଡ଼ିକ କାରିଗର ଯୋଗେ ଶୀଘ୍ର ମରାମତି କରାଯାଇ ଜଳ ଯୋଗାଣ ସ୍ବାଭାବିକ କରାଯିବ ବୋଲି କହିଛନ୍ତି। ସୋଲାର ପମ୍ପ କାମ କରୁଥିଲେ ମଧ୍ୟ ଜଳସ୍ତର ତଳକୁ ଚାଲିଯିବା ଯୋଗୁ ଏପରି ସମସ୍ୟା ହେଉଛି। ତେଣୁ କଳିଙ୍ଗା ପଞ୍ଚାୟତ ଓ ତଲାରିମହା ପଞ୍ଚାୟତକୁ ମହାନଦୀରୁ ଆସୁଥିବା ମେଗା ପ୍ରକଳ୍ପରେ ସାମିଲ କରାଯାଇଛି। ସେଇ ପ୍ରକଳ୍ପ କାମ ହେବା ଯାଏ ଜଳ ଯୋଗାଣରେ ସାମାନ୍ୟ ଅସୁବିଧା ରହିବ ବୋଲି କହିଛନ୍ତି। ବର୍ତ୍ତମାନ ମୋଟର ପମ୍ପ୍‌ଗୁଡିକ ଠିକ୍‌ ହୋଇଯିବା ପରେ ସବୁ ସାହିକୁ ସମୟ ଧାର୍ଯ୍ୟ କରି ଠିକ୍‌ ଭାବେ ପାନୀୟ ଜଳ ଯୋଗାଇ ଦିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷକଙ୍କ ଘର ତାଲା ଭାଙ୍ଗି ଚୋରି କରିନେଲେ ଦୁର୍ବୃତ୍ତ

ଗୁଡ଼ାରି,୨୭ା୨(ପ୍ରମୋଦ କୁମାର ପତି): ଦୀର୍ଘଦିନର ବ୍ୟବଧାନ ପରେ ଗୁଡ଼ାରି ସହରରେ ଚୋରି ଦେଖିବାକୁ ମିଳିଛି। ସହରର ୯ ନମ୍ବର ଓ୍ବାର୍ଡ ତଥା ଶ୍ରୀରାମ ନଗରରେ ବାସ କରୁଥିବା…

ଜିମ୍ବାୱେ ବିପକ୍ଷରେ ଟିମ୍‌ ଇଣ୍ଡିଆର ବିଶ୍ୱ ରେକର୍ଡ, ଜାଣନ୍ତୁ କ’ଣ

ନୂଆଦିଲ୍ଲୀ,୨୭।୨: ଜିମ୍ବାୱେ ବିପକ୍ଷ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ଏକ ଚମତ୍କାର ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଟିମ୍‌ ଇଣ୍ଡିଆ ICC T20 ବିଶ୍ୱକପ 2026ର ଦ୍ୱିତୀୟ ସୁପର-୮ମ୍ୟାଚରେ…

Video: କୋଲକାତାରେ ଶକ୍ତିଶାଳୀ ଭୂକମ୍ପ ଝଟ୍‌କା, ଭୟରେ ଘରୁ ବାହାରି ଆସିଲେ ଲୋକେ

କୋଲକାତା,୨୭।୨: କୋଲକାତାରେ ଶକ୍ତିଶାଳୀ ଭୂକମ୍ପ । ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଅପରାହ୍ନ ପ୍ରାୟ ୧ଟା୨୦ ସମୟରେ ଭୂମିକମ୍ପ ହୋଇଥିଲା। କୋଲକାତା…

ସାଉଦି ଆରବର ଶରଣ ପଶିଲାଣି ପାକିସ୍ତାନ! ତାଲିବାନ ଆକ୍ରମଣ ଆଶଙ୍କାରେ ରିୟାଦ ସହ ଯୋଗାଯୋଗ କଲାଣି ପାକ୍‌

ଇସଲାମାବାଦ,୨୭।୨: ତାଲିବାନ ସହିତ ଶତ୍ରୁତା ଆରମ୍ଭ ହେବା ପରେ, ପାକିସ୍ତାନ ସାଉଦି ଆରବ ସହିତ ଯୋଗାଯୋଗ କରିଛି। ପାକିସ୍ତାନର ଉପ-ପ୍ରଧାନମନ୍ତ୍ରୀ ଏବଂ ବୈଦେଶିକ ମନ୍ତ୍ରୀ ଇସାକ ଡାର…

ଲାଞ୍ଚ ନେଇ ଧରାପଡ଼ିଲେ ଆର୍‌ଆଇ, ପଟ୍ଟା ସଂଶୋଧନ କରିବାକୁ ନେଉଥିଲେ…

ରାଜନଗର,୨୭ା୨(ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲା ରାଜନଗର ତହସିଲ ଅନ୍ତର୍ଗତ କୋରଡ଼ାଗଡ଼ ସର୍କଲ ରାଜସ୍ବ ନିରୀକ୍ଷକ ପ୍ରଦ୍ୟୁମ୍ନ କୁମାର ବେହେରା ଭିଜିଲାନ୍ସ ପଞ୍ଝାରେ ପଡ଼ିଛନ୍ତି। ଏକ ପଟ୍ଟାକୁ ସଂଶୋଧନ…

ଭାରତର ପ୍ରତିନିଧିତ୍ୱ କରିବେ ସୁଦର୍ଶନ

ପୁରୀ,୨୭ା୨(ଅଜିତ୍‌ କୁମାର ମହାନ୍ତି): ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଇଟାଲୀର ଭେନିସ୍‌ରେ ହେବାକୁ ଥିବା କନ୍‌ଟେମ୍ପରାରି ଭେନିସ୍‌-୨୦୨୬ର ୧୮ତମ ସଂସ୍କରଣରେ ଭାରତର ପ୍ରତିନିଧିତ୍ୱ କରିବେ।…

ମଦ ଦୁର୍ନୀତି ମାମଲାରେ ଦୋଷମୁକ୍ତ ହେବା ପରେ ଟ୍ରେଣ୍ଡ କଲେଣି କେଜରିୱାଲ, ଭାଜପାକୁ ପ୍ରଶ୍ନ ପଚାରୁଛନ୍ତି ୟୁଜର୍ସ

ନୂଆଦିଲ୍ଲୀ,୨୭।୨: ଦିଲ୍ଲୀ ରାଜନୀତିର ସବୁଠାରୁ ବିବାଦୀୟ ମାମଲା ମଧ୍ୟରୁ ଗୋଟିଏ, କଥିତ ମଦ ନୀତି ଦୁର୍ନୀତିରେ ଏକ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ରାୟ ଘୋଷଣା କରାଯାଇଛି। ଏହି…

ସୁନା କିଣିବାକୁ ନେଇ ଆସିଲା ନୂଆ ନିୟମ, ୧ ଏପ୍ରିଲରୁ ବଡ଼ ପରିବର୍ତ୍ତନ…

ନୂଆଦିଲ୍ଲୀ,୨୭।୨: ସୁନା କେବଳ ଏକ ଧାତୁ ନୁହେଁ, ଏହା ଭାରତୀୟଙ୍କ ପାଇଁ ଏକ ଭାବପ୍ରବଣ। ଆମ ମଧ୍ୟରୁ ଅଧିକାଂଶ ଏହାକୁ ଆମର ପୋର୍ଟଫୋଲିଓର ସବୁଠାରୁ ସୁରକ୍ଷିତ ଅଂଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri