ପାନୀୟ ଜଳ ହେଉଛି ବିଷାକ୍ତ

ଯାଜପୁର/ରଗଡ଼ି,୨୮ା୧୧(ହର୍ଷବର୍ଦ୍ଧନ ବେହେରା/ଯତିଶ ମଲ୍ଲିକ): ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳର ବିଭିନ୍ନ କାରଖାନାରୁ ନିର୍ଗତ ଫ୍ଲାଏ ଆଶ୍‌ରେ ଏବେ କୋରେଇ ବ୍ଲକ ମଞ୍ଜୁରୀ ମୌଜା ଅଞ୍ଚଳର ବିଭିନ୍ନ ଖାଲଖମା ପୋତା ଚାଲିଛି। ଫଳରେ ଏହା ନିକଟରେ ଥିବା ସରକାରୀ ପଲିଟେକ୍ନିକ କଲେଜ ଛାତ୍ରୀଛାତ୍ରଙ୍କ ସମେତ କୋରାବନ୍ଦୀ ଓ ରଗଡି ଅଞ୍ଚଳବାସୀ ବାୟୁ ପ୍ରଦୂଷଣରେ ଅତିଷ୍ଠ ହୋଇଗଲେଣି। ଏହାର ପ୍ରଭାବରେ ଜଳଉତ୍ସ ଏପରି କି ନଳକୂପ ପାଣି ବିଷାକ୍ତ ହୋଇଯାଉଥିବା ମତପ୍ରକାଶ ପାଇଛି। ବର୍ଷା ଆସିଲେ ନିକଟସ୍ଥ ଚାଷ ଜମିର ଉର୍ବରତା ନଷ୍ଟ ହୋଇଯିବ ବୋଲି ଚାଷୀମାନେ ଆଶଙ୍କା କରୁଛନ୍ତି। ତେଣୁ ଏଥିପ୍ରତି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିବି) ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

ବିଭିନ୍ନ କାରଖାନାରୁ ନିର୍ଗତ ଫ୍ଲାଏ ଆଶ୍‌ ଯୋଗୁ ବାୟୁ ପ୍ରଦୂଷଣ ଉତ୍କଟ ହେଉଥିବା ବିଭିନ୍ନ ସମୟରେ ଅଭିଯୋଗ ହୋଇ ଆସୁଛି। ତେଣୁ ଭାରତ ସରକାରଙ୍କ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ୨୦୧୯ ଫେବୃୟାରୀ ୨୫ରେ ଏନେଇ ଏକ ବିଜ୍ଞପ୍ତି ଜାରି କରାଯାଇଥିଲା। ଏଥିରେ ପରିବେଶ (ସୁରକ୍ଷା) ଅଧିନିୟମ, ୧୯୮୬ (୨୯ ର ୧୯୮୬) ଅଧୀନରେ ଥିବା କେନ୍ଦ୍ରୀୟ ସଂରକ୍ଷଣ ବିଭାଗ ପକ୍ଷରୁ ବିଭିନ୍ନ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ତାପଜ ବିଦ୍ୟୁତ୍‌ ଉତ୍ପାଦନ କେନ୍ଦ୍ରରୁ ୩୦୦ କିଲୋମିଟର ମଧ୍ୟରେ ମାଟି ଇଟାଭାଟି ବଦଳରେ ଫ୍ଲାଏ ଆଶ୍‌ ଇଟାଭାଟି ସ୍ଥାପନ କରିବାକୁ ନିର୍ଦ୍ଦେଶ ହୋଇଛି। ଏଥିପାଇଁ କାରଖାନାଗୁଡ଼ିକ ଇଟାଭାଟିଗୁଡ଼ିକର ଆବଶ୍ୟକତା ଅନୁସାରେ ଫ୍ଲାଏ ଆଶ୍‌ ଯୋଗାଇବେ। ଏହାସହ ରାସ୍ତା ନିର୍ମାଣ, ସିମେଣ୍ଟ ତିଆରି ତଥା ଖାଲଖମା ଭରଣା କରି ଜମି ସମତୁଲ କରିବା ଭଳି କାର୍ଯ୍ୟରେ ତାହା ବିନିଯୋଗ ହେବ। ରାଜ୍ୟର ଆଭ୍ୟନ୍ତର ଅଞ୍ଚଳରେ ଫ୍ଲାଏ ଆଶ୍‌ ଇଟା ସହଜରେ ଉପଲବ୍ଧ କରାଇବା ପାଇଁ ମଧ୍ୟ କେତେକ ପଦକ୍ଷେପ ନିଆଯାଇଛି। ତଦନୁଯାୟୀ ଫ୍ଲାଏ ଆଶ୍‌ ତିଆରି କରୁଥିବା ଶିଳ୍ପକୁ ଏବଂ ଏହାର ବହୁଳ ବ୍ୟବହାର କରୁଥିବା ସଂସ୍ଥାକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସମ୍ମତି ପତ୍ରର ଆବଶ୍ୟକତାରୁ ବାଦ ଦିଆଯାଇଛି । ତେଣୁ ଫ୍ଲାଏ ଆଶ୍‌ ବ୍ୟବହାର କରୁଥିବା ଅନୁଷ୍ଠାନ କର୍ତ୍ତୃପକ୍ଷଙ୍କ ମନମାନି ବଢ଼ିବାରେ ଲାଗିଛି। ଜନବସତି ଅଞ୍ଚଳରେ ଫ୍ଲାଏ ଆଶ୍‌ର ବ୍ୟବହାର କରାଯାଉଛି। ଏହାର ବ୍ୟବହାର ସମୟରେ ପାଣି ସିଞ୍ଚନ କରାଯାଉନାହିଁ। ସରକାରୀ ଜମି, ପତରା ଜଙ୍ଗଲ, ନାଳ ଏପରିକି ରୟତଙ୍କ ଚାଷ ଜମିରେ ମଧ୍ୟ ଏହି ବର୍ଜ୍ୟବସ୍ତୁକୁ ପକାଯାଉଛି। ଫଳରେ କେଉଁଠି ଜଙ୍ଗଲ ପୋତି ହୋଇଗଲାଣି ତ କେଉଁଠି ପ୍ରାକୃତିକ ନାଳ ଅବରୋଧ ହୋଇଛି। କେଉଁଠି ପୁଣି ଚାଷ ଜମିକୁ ଫ୍ଲାଏ ଆଶ୍‌ ବୋହି ଯାଉଛି ବୋଲି ଅଭିଯୋଗ ହେଉଛି। ଏହିକ୍ରମରେ ରଗଡ଼ି ଅଞ୍ଚଳରେ ଦୈନିକ ୭ ରୁ ୮ଟି ହାଇୱା ଯୋଗେ ଫ୍ଲାଏ ଆଶ୍‌ ପରିବହନ କରାଯାଇ ଖାଲଖମାରେ ପକାଯାଉଥିବାରୁ ସମ୍ପୃକ୍ତ ଅଞ୍ଚଳରେ ବାୟୁ ପ୍ରଦୂଷଣ, କୃଷି ଓ ମାନବ ତଥା ଗୃହପାଳିତ ପ୍ରାଣିଙ୍କ ସ୍ବାସ୍ଥ୍ୟଜନିତ ସମସ୍ୟା ସୃଷ୍ଟି କରିବା ସହ ଜଳଭଣ୍ଡାର ପୋତି ହୋଇଯିବ ବୋଲି ଅଞ୍ଚଳବାସୀ ଆଶଙ୍କା କରୁଛନ୍ତି। ୧ରୁ ୧୦ ମାଇକ୍ରନ ଆକାରର ଏହି କଳା ପାଉଁଶର ଧୂଳିକଣାଗୁଡିକ ମଣିଷ ଓ ଜୀବଜନ୍ତୁଙ୍କ ନାକ, ଆଖି, କାନ ଓ ଲୋମକୂପ ଦେଇ ଶରୀରରେ ପ୍ରବେଶ କରିବ। ଏହାଦ୍ୱାରା ଶ୍ୱାସରୋଗ ସହିତ ଶରୀର ଭିତରେ ବିଭିନ୍ନ ଘା’ ସୃଷ୍ଟି ହେବା ଆଶଙ୍କା ରହିଛି। ଏହି ପରିପ୍ରେକ୍ଷୀରେ ବର୍ଜ୍ୟବସ୍ତୁ (ପାଉଁଶ) ପରିଚାଳନା ପାଇଁ ପ୍ରଦୂଷଣ ନିୟନ୍ତ୍ରଣ ଆଇନର ସର୍ତ୍ତାବଳୀ କଡ଼ାକଡ଼ି ଲାଗୁ କରାଯିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଏହି ଫ୍ଲାଏ ଆଶ୍‌ ପ୍ରଭାବରେ ଘାସ ଓ ଗଛଲତା ମଧ୍ୟ ମରି ଯାଉଥିବାର ଦେଖିବାକୁ ମିଳିଛି। ଏ ସଂକ୍ରାନ୍ତରେ ଏସ୍‌ପିସିବି କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ପ୍ରମୋଦ କୁମାର ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି, ଏ ପର୍ଯ୍ୟନ୍ତ ସେ ଫ୍ଲାଏ ଆଶ୍‌ ପୋତାଯିବା ସମ୍ପର୍କରେ କୌଣସି ଅଭିଯୋଗ ପାଇନାହାନ୍ତି। ତଥାପି ଆବଶ୍ୟକ ନିରୀକ୍ଷଣ କରି ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ସହ ଯୁଦ୍ଧ ମଧ୍ୟରେ ବଡ଼ ବୟାନ ଦେଲେ ଟ୍ରମ୍ପ! ଜାଣନ୍ତୁ ତେହରାନକୁ ନେଇ କ’ଣ କହିଲେ

ଓ୍ବାଶିଂଟନ,୨୨।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ ସୋସିଆଲରେ ଏକ ପୋଷ୍ଟରେ ଦେଶ ସମ୍ପର୍କରେ ଏକ…

ମନ୍ଦିରରୁ ରୂପା ଅଳଙ୍କାର ନେଇଗଲେ ଦୁର୍ବୃତ୍ତ, ପୋଲିସ….

ଛତ୍ରପୁର,୨୨।୩(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମଖଣ୍ଡି ଥାନା ଅଧୀନ ମାଣ୍ଡିଆପଲ୍ଲୀରେ ଥିବା ସିରିଡ଼ି ସାଇ ବାବା ମନ୍ଦିରରୁ ଚୋରି । କେହି ଦୁର୍ବୃତ୍ତ ମନ୍ଦିରରୁ ରୂପା ଚୋରି…

ଛାତିଥରା କାହାଣୀ, ପ୍ରେମିକ ସହ ମିଶି ଶାଶୁଙ୍କୁ ହତ୍ୟା କଲେ ୪୪ ବର୍ଷୀୟ ବୋହୂ

ଲକ୍ଷ୍ନୌ,୨୨।୩: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ, ଜଣେ ୬୫ବର୍ଷୀୟା ମହିଳାଙ୍କୁ ତାଙ୍କ ନିଜ ଘର ଭିତରେ ଗଳାକାଟି ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଲକ୍ଷ୍ନୌ…

ଯାତ୍ରୀବହୀ ବସ୍‌ ଦୁର୍ଘଟଣାଗ୍ରସ୍ତ: ୪ ଆହତ

ବାଲେଶ୍ୱର୨୨।୩(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥର ବସ୍ତା ଥାନା ଭେଲୋରା ଛକ ନିକଟରେ ରବିବାର ଏକ ଯାତ୍ରୀବାହି ବସ ଦୁର୍ଘଟଣାଗ୍ରସ୍ତ ହୋଇଛି l ଫଳରେ…

Israel US Iran War: କାତାରରେ କ୍ରାଶ ହେଲା ହେଲିକପ୍ଟର, ୬ ମୃତ

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ, ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଏକ କାତାରର ମିଲିଟ୍ରି ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ରବିବାର ଦିନ କାତାର ସରକାର ନିଶ୍ଚିତ…

ଚମଡା ଡିଲ ବେଳେ ମାଡ଼ିବସିଲା ବନବିଭାଗ: ୨ ଅଟକ …

ବାରିପଦା, ୨୨।୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ବନଖଣ୍ଡ ଅଞ୍ଚଳରେ କଳାବାଘ (ମିଲେନିଷ୍ଟିକ) ଛାଲ ଡିଲ ବେଳେ ବନବଭାଗ ଚଢାଉ କରିଛି । ଘଟଣାରେ ୨…

ଇଣ୍ଡୋ-ପ୍ରଶାନ୍ତ ମହାସାଗରରେ ଧମକ ଦେଲା ଭାରତ, ଦମ୍‌ ଦେଖାଇଲା INS ନୀଳଗିରି

ନୂଆଦିଲ୍ଲୀ,୨୨।୩: ଭାରତ-ପ୍ରଶାନ୍ତ (ଇଣ୍ଡୋ-ପ୍ୟାସିଫିକ)ମହାସାଗରୀୟ କ୍ଷେତ୍ରରେ ଭାରତର ବଢୁଥିବା ଶକ୍ତି ଏବେ ସ୍ପଷ୍ଟ ଭାବରେ ଦେଖା ଗଲାଣି। ଭାରତୀୟ ନୌସେନାର ଉଚ୍ଚ-ପ୍ରଯୁକ୍ତି ଯୁଦ୍ଧଜାହାଜ, INS ନୀଳଗିରି, ଅଷ୍ଟ୍ରେଲିଆରେ ଚାଲିଥିବା…

ଏପ୍ରିଲ ୨୬ରୁ ଭଞ୍ଜନଗର ଠାକୁରାଣୀ ଯାତ୍ରା: କମିଟିରେ ଯୋଡ଼ିହେଲେ ନୂତନ କର୍ମକର୍ତ୍ତା, ସ୍ବଚ୍ଛତା ପାଇଁ ୩୦ ଦିନରେ…

ଭଞ୍ଜନଗର,୨୨।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଐତିହାସିକ ଭଞ୍ଜନଗର ଠାକୁରାଣୀ ଯାତ୍ରା ପାଇଁ ରବିବାର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସଭାପତି ରାଜେନ୍ଦ୍ର ବିଷୋୟୀଙ୍କ ଅଧ୍ୟକ୍ଷତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri