ପାନୀୟ ଜଳ ହେଉଛି ବିଷାକ୍ତ

ଯାଜପୁର/ରଗଡ଼ି,୨୮ା୧୧(ହର୍ଷବର୍ଦ୍ଧନ ବେହେରା/ଯତିଶ ମଲ୍ଲିକ): ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳର ବିଭିନ୍ନ କାରଖାନାରୁ ନିର୍ଗତ ଫ୍ଲାଏ ଆଶ୍‌ରେ ଏବେ କୋରେଇ ବ୍ଲକ ମଞ୍ଜୁରୀ ମୌଜା ଅଞ୍ଚଳର ବିଭିନ୍ନ ଖାଲଖମା ପୋତା ଚାଲିଛି। ଫଳରେ ଏହା ନିକଟରେ ଥିବା ସରକାରୀ ପଲିଟେକ୍ନିକ କଲେଜ ଛାତ୍ରୀଛାତ୍ରଙ୍କ ସମେତ କୋରାବନ୍ଦୀ ଓ ରଗଡି ଅଞ୍ଚଳବାସୀ ବାୟୁ ପ୍ରଦୂଷଣରେ ଅତିଷ୍ଠ ହୋଇଗଲେଣି। ଏହାର ପ୍ରଭାବରେ ଜଳଉତ୍ସ ଏପରି କି ନଳକୂପ ପାଣି ବିଷାକ୍ତ ହୋଇଯାଉଥିବା ମତପ୍ରକାଶ ପାଇଛି। ବର୍ଷା ଆସିଲେ ନିକଟସ୍ଥ ଚାଷ ଜମିର ଉର୍ବରତା ନଷ୍ଟ ହୋଇଯିବ ବୋଲି ଚାଷୀମାନେ ଆଶଙ୍କା କରୁଛନ୍ତି। ତେଣୁ ଏଥିପ୍ରତି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିବି) ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

ବିଭିନ୍ନ କାରଖାନାରୁ ନିର୍ଗତ ଫ୍ଲାଏ ଆଶ୍‌ ଯୋଗୁ ବାୟୁ ପ୍ରଦୂଷଣ ଉତ୍କଟ ହେଉଥିବା ବିଭିନ୍ନ ସମୟରେ ଅଭିଯୋଗ ହୋଇ ଆସୁଛି। ତେଣୁ ଭାରତ ସରକାରଙ୍କ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ୨୦୧୯ ଫେବୃୟାରୀ ୨୫ରେ ଏନେଇ ଏକ ବିଜ୍ଞପ୍ତି ଜାରି କରାଯାଇଥିଲା। ଏଥିରେ ପରିବେଶ (ସୁରକ୍ଷା) ଅଧିନିୟମ, ୧୯୮୬ (୨୯ ର ୧୯୮୬) ଅଧୀନରେ ଥିବା କେନ୍ଦ୍ରୀୟ ସଂରକ୍ଷଣ ବିଭାଗ ପକ୍ଷରୁ ବିଭିନ୍ନ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ତାପଜ ବିଦ୍ୟୁତ୍‌ ଉତ୍ପାଦନ କେନ୍ଦ୍ରରୁ ୩୦୦ କିଲୋମିଟର ମଧ୍ୟରେ ମାଟି ଇଟାଭାଟି ବଦଳରେ ଫ୍ଲାଏ ଆଶ୍‌ ଇଟାଭାଟି ସ୍ଥାପନ କରିବାକୁ ନିର୍ଦ୍ଦେଶ ହୋଇଛି। ଏଥିପାଇଁ କାରଖାନାଗୁଡ଼ିକ ଇଟାଭାଟିଗୁଡ଼ିକର ଆବଶ୍ୟକତା ଅନୁସାରେ ଫ୍ଲାଏ ଆଶ୍‌ ଯୋଗାଇବେ। ଏହାସହ ରାସ୍ତା ନିର୍ମାଣ, ସିମେଣ୍ଟ ତିଆରି ତଥା ଖାଲଖମା ଭରଣା କରି ଜମି ସମତୁଲ କରିବା ଭଳି କାର୍ଯ୍ୟରେ ତାହା ବିନିଯୋଗ ହେବ। ରାଜ୍ୟର ଆଭ୍ୟନ୍ତର ଅଞ୍ଚଳରେ ଫ୍ଲାଏ ଆଶ୍‌ ଇଟା ସହଜରେ ଉପଲବ୍ଧ କରାଇବା ପାଇଁ ମଧ୍ୟ କେତେକ ପଦକ୍ଷେପ ନିଆଯାଇଛି। ତଦନୁଯାୟୀ ଫ୍ଲାଏ ଆଶ୍‌ ତିଆରି କରୁଥିବା ଶିଳ୍ପକୁ ଏବଂ ଏହାର ବହୁଳ ବ୍ୟବହାର କରୁଥିବା ସଂସ୍ଥାକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସମ୍ମତି ପତ୍ରର ଆବଶ୍ୟକତାରୁ ବାଦ ଦିଆଯାଇଛି । ତେଣୁ ଫ୍ଲାଏ ଆଶ୍‌ ବ୍ୟବହାର କରୁଥିବା ଅନୁଷ୍ଠାନ କର୍ତ୍ତୃପକ୍ଷଙ୍କ ମନମାନି ବଢ଼ିବାରେ ଲାଗିଛି। ଜନବସତି ଅଞ୍ଚଳରେ ଫ୍ଲାଏ ଆଶ୍‌ର ବ୍ୟବହାର କରାଯାଉଛି। ଏହାର ବ୍ୟବହାର ସମୟରେ ପାଣି ସିଞ୍ଚନ କରାଯାଉନାହିଁ। ସରକାରୀ ଜମି, ପତରା ଜଙ୍ଗଲ, ନାଳ ଏପରିକି ରୟତଙ୍କ ଚାଷ ଜମିରେ ମଧ୍ୟ ଏହି ବର୍ଜ୍ୟବସ୍ତୁକୁ ପକାଯାଉଛି। ଫଳରେ କେଉଁଠି ଜଙ୍ଗଲ ପୋତି ହୋଇଗଲାଣି ତ କେଉଁଠି ପ୍ରାକୃତିକ ନାଳ ଅବରୋଧ ହୋଇଛି। କେଉଁଠି ପୁଣି ଚାଷ ଜମିକୁ ଫ୍ଲାଏ ଆଶ୍‌ ବୋହି ଯାଉଛି ବୋଲି ଅଭିଯୋଗ ହେଉଛି। ଏହିକ୍ରମରେ ରଗଡ଼ି ଅଞ୍ଚଳରେ ଦୈନିକ ୭ ରୁ ୮ଟି ହାଇୱା ଯୋଗେ ଫ୍ଲାଏ ଆଶ୍‌ ପରିବହନ କରାଯାଇ ଖାଲଖମାରେ ପକାଯାଉଥିବାରୁ ସମ୍ପୃକ୍ତ ଅଞ୍ଚଳରେ ବାୟୁ ପ୍ରଦୂଷଣ, କୃଷି ଓ ମାନବ ତଥା ଗୃହପାଳିତ ପ୍ରାଣିଙ୍କ ସ୍ବାସ୍ଥ୍ୟଜନିତ ସମସ୍ୟା ସୃଷ୍ଟି କରିବା ସହ ଜଳଭଣ୍ଡାର ପୋତି ହୋଇଯିବ ବୋଲି ଅଞ୍ଚଳବାସୀ ଆଶଙ୍କା କରୁଛନ୍ତି। ୧ରୁ ୧୦ ମାଇକ୍ରନ ଆକାରର ଏହି କଳା ପାଉଁଶର ଧୂଳିକଣାଗୁଡିକ ମଣିଷ ଓ ଜୀବଜନ୍ତୁଙ୍କ ନାକ, ଆଖି, କାନ ଓ ଲୋମକୂପ ଦେଇ ଶରୀରରେ ପ୍ରବେଶ କରିବ। ଏହାଦ୍ୱାରା ଶ୍ୱାସରୋଗ ସହିତ ଶରୀର ଭିତରେ ବିଭିନ୍ନ ଘା’ ସୃଷ୍ଟି ହେବା ଆଶଙ୍କା ରହିଛି। ଏହି ପରିପ୍ରେକ୍ଷୀରେ ବର୍ଜ୍ୟବସ୍ତୁ (ପାଉଁଶ) ପରିଚାଳନା ପାଇଁ ପ୍ରଦୂଷଣ ନିୟନ୍ତ୍ରଣ ଆଇନର ସର୍ତ୍ତାବଳୀ କଡ଼ାକଡ଼ି ଲାଗୁ କରାଯିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଏହି ଫ୍ଲାଏ ଆଶ୍‌ ପ୍ରଭାବରେ ଘାସ ଓ ଗଛଲତା ମଧ୍ୟ ମରି ଯାଉଥିବାର ଦେଖିବାକୁ ମିଳିଛି। ଏ ସଂକ୍ରାନ୍ତରେ ଏସ୍‌ପିସିବି କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ପ୍ରମୋଦ କୁମାର ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି, ଏ ପର୍ଯ୍ୟନ୍ତ ସେ ଫ୍ଲାଏ ଆଶ୍‌ ପୋତାଯିବା ସମ୍ପର୍କରେ କୌଣସି ଅଭିଯୋଗ ପାଇନାହାନ୍ତି। ତଥାପି ଆବଶ୍ୟକ ନିରୀକ୍ଷଣ କରି ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri