Categories: ଫୁରସତ

ନିଜ ପରିସ୍ରା ପିଇ ସୁସ୍ଥ

ନୂଆଦିଲ୍ଲୀ: ଗୋମୂତ୍ର ଶରୀର ପାଇଁ ଲାଭଦାୟକ ବୋଲି ଶୁଣାଯାଇଛି। ହେଲେ ଜଣେ ଯୁବକ ନିଜ ପରିସ୍ରା ପିଇବା ସହ ଏହାଦ୍ୱାରା ତାଙ୍କର ଅନେକ ଲାଭ ହେଉଥିବା ଦାବି କରିଛନ୍ତି। ଏକ ଖବର ଅନୁଯାୟୀ, ବ୍ରିଟେନର ହାମ୍ପଶାୟାରରେ ରହୁଥିବା ଫାର୍ନବୋରଫ୍‌ ଅଞ୍ଚଳର ହେରି ମେଟାଡିନ୍‌ ନାମକ ଯୁବକ ପ୍ରତିଦିନ ନିଜ ପରିସ୍ରା ପିଅନ୍ତି। ଏହା ତାଙ୍କ ଶରୀରକୁ ମଏଶ୍ଚରାଇଜ୍‌ କରିଥାଏ ବୋଲି ସେ କୁହନ୍ତି। ୩୩ ବର୍ଷୀୟ ହେରି ପ୍ରତିଦିନ ଏଜ୍‌ଡ ୟୁରିନ୍‌(କିଛି ସପ୍ତାହ କିମ୍ବା ମାସେ ପୁରୁଣା ପରିସ୍ରା) ପିଅନ୍ତି। ଆରମ୍ଭରେ ତାଙ୍କୁ ଏହା ଖରାପ ଲାଗୁଥିଲେ ମଧ୍ୟ ପରେ ଭଲ ଲାଗିଥିଲା। ଏହାଦ୍ୱାରା ସେ ନିଜକୁ ଅଧିକ ସୁସ୍ଥ, ଆନନ୍ଦିତ ଏବଂ ସ୍ମାର୍ଟ ଅନୁଭବ କରୁଥିବା କୁହନ୍ତି। ଏମିତିକି ନିଜ ପରିସ୍ରା ପିଇବା ଦ୍ୱାରା ସେ ମାନସିକ ଅବସାଦ ମଧ୍ୟ ଦୂର କରିପାରିଛନ୍ତି ବୋଲି ଦାବି କରନ୍ତି। ହେରି ଏହାକୁ ନେଇ ୨ଟି ପୁସ୍ତକ ମଧ୍ୟ ଲେଖିଥିବାବେଳେ ଏହି ଉପଚାର ବିଷୟରେ ସମସ୍ତେ ଜାଣନ୍ତୁ ବୋଲି ଚାହାନ୍ତି। ପରିସ୍ରା ପିଇବାକୁ ନେଇ ହେରିଙ୍କୁ ତାଙ୍କ ବାପା ଲେଖି ଗାଳି ଦେଇଥିବା ସେ ସୋସିଆଲ ମିଡିଆରେ ଉଲ୍ଲେଖ କରିଛନ୍ତି।

Share