ଆଜିଠୁ ଯୁକ୍ତ୨ ପ୍ରାକ୍ଟିକାଲ ପରୀକ୍ଷା

ଭୁବନେଶ୍ୱର,୧।୨(ବ୍ୟୁରୋ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ୱାରା ପରିଚାଳିତ ଯୁକ୍ତ୨ ପ୍ରାକ୍ଟିକାଲ ପରୀକ୍ଷା ବୁଧବାରଠାରୁ ଆରମ୍ଭ ହେବ। ସକାଳ ୯ଟା ୩୦ରୁ ଛାତ୍ରୀଛାତ୍ରମାନେ ଲାବ୍‌ ମଧ୍ୟକୁ ପ୍ରବେଶ କରିବେ। ପ୍ରଥମ ସିଟିଂ ୧୦ଟାରୁ ଆରମ୍ଭ ହୋଇ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଚାଲିବ। ସେହିପରି ଦ୍ବିତୀୟ ସିଟିଂ ଅପରାହ୍ନ ୨ଟାରୁ ଆରମ୍ଭ ହୋଇ ୫ଟା ପର୍ଯ୍ୟନ୍ତ ଚାଲିବ। ବିଜ୍ଞାନରେ ଫିଜିକ୍ସ, ବଟାନି, ଜୁଲୋଜି, କେମିଷ୍ଟ୍ରି ଆଦି ବିଷୟରେ ପରୀକ୍ଷା ହେବ। ସେହିପରି ବାଣିଜ୍ୟରେ ଆକାଉଣ୍ଟାନ୍‌ସି, ବିଏମ୍‌ଏସ୍‌, କଷ୍ଟ ଆକାଉଣ୍ଟିଂରେ ପ୍ରାକ୍ଟିକାଲ ହେବ। କଳାରେ ଆନ୍ଥ୍ରୋପୋଲୋଜି, ସାଇକୋଲୋଜି, ଜିଓଗ୍ରାଫି, ଇଣ୍ଡିଆନ୍‌ ମ୍ୟୁଜିକ୍‌, ଏଜୁକେଶନ ଭଳି ପ୍ରାକ୍ଟିକାଲ ବିଷୟରେ ପରୀକ୍ଷା ହେବ।
ସୂଚନାଯୋଗ୍ୟ, ୧ରୁ ୧୦ ତାରିଖ ମଧ୍ୟରେ ପ୍ରାକ୍ଟିକାଲ ପରୀକ୍ଷା ଶେଷ କରିବାକୁ କୁହାଯାଇଛି। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକ ସେମାନଙ୍କ ସୁବିଧା ଅନୁସାରେ ନିର୍ଦ୍ଧାରିତ ସମୟରେ ପରୀକ୍ଷା କରିବେ। ପ୍ରାକ୍ଟିକାଲ ପରୀକ୍ଷା ସରିବା ପରେ ୧୭ ତାରିଖ ସୁଦ୍ଧା ପ୍ରାକ୍ଟିକାଲ ଉତ୍ତର ଖାତା ଏବଂ ମାର୍କ ସିଏଚ୍‌ଏସ୍‌ଇରେ କଲେଜ କର୍ତ୍ତୃପକ୍ଷ ପୈଠ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେପଟେ ଥିଓରି ପରୀକ୍ଷାରେ କିଭଳି ପ୍ରଶ୍ନପତ୍ର ଆସିବ ବୋଲି ଛାତ୍ରୀଛାତ୍ରଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଥିବାବେଳେ ପରିଷଦ ପକ୍ଷରୁ ପୁଣିଥରେ ପ୍ରଶ୍ନପତ୍ର ଢାଞ୍ଚା ପଠାଯାଇଛି। ରେଗୁଲାର ଛାତ୍ରୀଛାତ୍ରଙ୍କ ପାଇଁ ସମ୍ପୂର୍ଣ୍ଣ ସିଲାବସ୍‌ ଏବଂ ଏକ୍ସରେଗୁଲାର (୨୦୨୦ ପୂର୍ବରୁ ପଞ୍ଜୀକୃତ) ଛାତ୍ରୀଛାତ୍ରଙ୍କ ପାଇଁ ସଂକ୍ଷିପ୍ତ ସିଲାବସ୍‌ ଅନୁଯାୟୀ ପ୍ରଶ୍ନ ଆସିବ। କେଉଁ ବିଷୟରେ କିଭଳି ପ୍ରଶ୍ନ ଆସିବ ଏବଂ କେତେ ମାର୍କ ଆସିବ ପରିଷଦ ପକ୍ଷରୁ ସମସ୍ତ ଉଚ୍ଚ ମାଧ୍ୟମିକ ସ୍କୁଲ ଅଧ୍ୟକ୍ଷଙ୍କୁ ଜଣାଇଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଆ ଅଗ୍ନିକାଣ୍ଡ ଘଟଣା: ଭାରତ ଆସିଲେ ଲୁଥ୍ରା ବ୍ରଦର୍ସ

ନୂଆଦିଲ୍ଲୀ,୧୬।୧୨: ଗୋଆ ଅଗ୍ନିକାଣ୍ଡ ଘଟଣା ପରେ ପଲାତକ ଲୁଥ୍ରା ବ୍ରଦର୍ସ ସୌରଭ ଏବଂ ଗୌରବଙ୍କୁ ମଙ୍ଗଳବାର ଭାରତ ଫେରାଇ ଅଣାଯାଇଛି। ଦିଲ୍ଲୀରେ ଲୁଥ୍ରା ବ୍ରଦର୍ସଙ୍କ ବିମାନ...

ବିଶ୍ୱର ସବୁଠୁ ମହଙ୍ଗା ଫଳ: ମୂଲ୍ୟ ଜାଣିଲେ ଉଡିଯିବ ହୋଶ୍‌

ସାଧାରଣତଃ ମହଙ୍ଗା ଜିନିଷ କିଣିବାକୁ ହେଲେ ଲୋକେ ବିଳାସପୂର୍ଣ୍ଣ କାର, ସୁନା ଏବଂ ହୀରା ବିଷୟରେ ଚିନ୍ତା କରନ୍ତି। କିନ୍ତୁ ଜାପାନରେ ଏକ ତରଭୁଜ ଅଛି,...

ପୁଣି ପ୍ରେମାନନ୍ଦ ମହାରାଜଙ୍କ ଶରଣରେ ବିରାଟ-ଅନୁଷ୍କା, କଣ କହିଲେ ଦେଖନ୍ତୁ Video

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କିମ୍ବଦନ୍ତୀ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ପୁଣି ଥରେ ପ୍ରେମାନନ୍ଦ ଜୀ ମହାରାଜଙ୍କୁ ଭେଟିଛନ୍ତି । ବୃନ୍ଦାବନର ପ୍ରସିଦ୍ଧ ପ୍ରେମାନନ୍ଦ ଜୀ...

ଆସନ୍ତା ୨୩ରୁ ଖୋଲିବ ଧାନମଣ୍ଡି, ଶୁଭାରମ୍ଭ ହେଲା ୨ଟି ସଚେତନତା ରଥ

ଛତ୍ରପୁର, ୧୬/୧୨ (ଦିଲ୍ଲୀପ ସାମଲ): ହିଞ୍ଜିଳିକାଟୁ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ଛତ୍ରପୁର ସ୍ଥିତ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟରୁ ୨ ଟି ସଚେତନତା ରଥର ଶୁଭାରମ୍ଭ...

ଅଷ୍ଟ୍ରେଲିଆ ଆତଙ୍କବାଦୀ ଆକ୍ରମଣ ସହ ଭାରତୀୟ ପାସପୋର୍ଟ ମଧ୍ୟରେ କ’ଣ ରହିଛି ସମ୍ପର୍କ? ନୂଆ ତଥ୍ୟକୁ ନେଇ ହଇଚଇ

ସିଡନୀ,୧୬।୧୨: ଅଷ୍ଟ୍ରେଲିଆରେ ଯିହୁଦୀ ସମ୍ପ୍ରଦାୟକୁ ଟାର୍ଗେଟ କରି ହୋଇଥିବା ବଣ୍ଡି ଆତଙ୍କବାଦୀ ଆକ୍ରମଣର ତଦନ୍ତ ସମୟରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ଫିଲିପାଇନ୍ସ ସରକାର...

ଓଡ଼ିଶା-ହିମାଚଳ ପ୍ରଦେଶ କୁଚ ବେହାର ଟ୍ରଫି କ୍ରିକେଟ ଉଦଘାଟିତ

ବଲାଙ୍ଗୀର, ୧୬।୧୨ (ବୀରେନ୍ଦ୍ର କୁମାର ଝାଙ୍କର)- ବଲାଙ୍ଗୀର ଗାନ୍ଧୀ ଷ୍ଟାଡିୟମ ଠାରେ ମଙ୍ଗଳବାର ଓଡିଶା-ହିମାଚଳ ପ୍ରଦେଶ କୁଚ ବେହାର ଟ୍ରଫି କ୍ରିକେଟ ମ୍ୟାଚ ଉଦଘାଟିତ ହୋଇଛି।...

ସୁନା ଦୋକାନୀ ଗହଣା ଭର୍ତ୍ତି ବ୍ୟାଗ ଘରେ ଥୋଇ ଯାଇଥିଲେ ବଜାର: ଆସିଲା ବେଳକୁ …

କେନ୍ଦୁଝର,(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ପଣ୍ଡାପଡ଼ା ଥାନାରୁ ପ୍ରାୟ ଅଧ କି.ମି. ଦୂରରେ ସୋମବାର ରାତିରେ ଜଣେ ଗହଣା ବ୍ୟବସାୟୀ ସଞ୍ଜୟ ରାଣାଙ୍କ ଘରୁ...

ନବଜାତ ଶିଶୁର ମୁଣ୍ଡ ଧରି ଶିବ ମନ୍ଦିର ସାମ୍ନାକୁ ଆସିଲା କୁକୁର: ବାହାନଗାରେ ଖେଳିଗଲା ଚାଞ୍ଚଲ୍ୟ

ବାହାନଗା,୧୬।୧୨(ଅରୂପ କୁମାର ଦାସ): ବାଲେଶ୍ୱର ଜିଲା ବାହାନଗା ବ୍ଲକ ଚିତ୍ତଳ ପଞ୍ଚାୟତର ବାଲିକିତ୍ତିରଣ ଗାଁ ରାସ୍ତାକଡ଼ରେ ନବଜାତ ଶିଶୁର ଖଣ୍ଡ ବିଖଣ୍ଡିତ ଶରୀର ପଡିଛି। ବାଲିକିତ୍ତିରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri