ରେନି ସିଜନରେ ଡ୍ରେସ୍‌

ବର୍ଷା ଋତୁ ଆରମ୍ଭ ହୋଇଗଲାଣି। ଏଥିରେ ଯଦି ଆପଣ କୌଣସି ଡ୍ରେସ୍‌ ପିନ୍ଧୁଛନ୍ତି ଦେଖିଚାହିଁ ପିନ୍ଧିବାକୁ ପଡ଼ିଥାଏ। କାରଣ ଏହି ସିଜନ୍‌ରେ ଯଦି ଡ୍ରେସ୍‌ ଓଦା ହୋଇଗଲା ତେବେ ଶୁଖିବା ପାଇଁ ଅଧିକ ସମୟ ଲାଗେ । ଥରେ ଯଦି ଡ୍ରେସ୍‌ ଓଦା ହୋଇଗଲା ସେ ଦିନଟା ପୂରା ଯେମିତି ବରବାଦ ହୋଇଗଲା ପରି ଲାଗେ। ଏମିତି କିଛି ଟିପ୍ସ ଯଦି ଆପଣାଇବେ ତେବେ ଫ୍ୟାଶନକୁ ଆପଣ କେବେ ବି ଭୁଲିବେ ନାହିଁ। ସେ ସମ୍ପର୍କରେ ଟିପ୍ସ…
ବର୍ଷା ସିଜନ୍‌ରେ ଆପଣ କେବେ ବି ଭିଜିପାରନ୍ତି । ଏଥିପାଇଁ ଧଳାରଙ୍ଗର ଡ୍ରେସ୍‌ ପିନ୍ଧନ୍ତୁ ନାହିଁ। କାରଣ ଏହି ରଙ୍ଗର ଡ୍ରେସ୍‌ ପିନ୍ଧିଲେ ତାହା ନଷ୍ଟ ହେବାର ଆଶଙ୍କା ରହିଛି। ଯଦି ଏହା ଓଦା ହୋଇଯାଏ ଆପଣ ଅନ୍‌କମ୍ଫଟେବଲ ଫିଲ୍‌ କରିଥାନ୍ତି।
ଯାହା ପିନ୍ଧିଲେ ମାଟିକୁ ଟଚ୍‌ କରୁଥିବ ସେପରି ଡ୍ରେସ୍‌ ପିନ୍ଧନ୍ତୁ ନାହିଁ। ଯେମିତିକି ଲମ୍ବା ସ୍କର୍ଟ, ଟ୍ରାଉଜର, ପ୍ଲାଜୋ ଆଦି ପିନ୍ଧିବାଠୁ ନିଜକୁ ଦୂରେଇ ରଖନ୍ତୁ। ଏହା ଯଦି ଓଦା ହୋଇଗଲା ଆପଣଙ୍କୁ ବହୁତ ଅସୁବିଧାର ସାମ୍ନା କରିବାକୁ ପଡ଼ିପାରେ।
ଏହିଦିନରେ ନାରଙ୍ଗୀ, ବ୍ଲୁ, ରେଡ୍‌ ଆଦି କଲରର ଡ୍ରେସ୍‌ ପିନ୍ଧିପାରିବେ, ଯାହାଦ୍ୱାରା ଆପଣ ସୁନ୍ଦର ଦେଖାଯିବେ।
ଆପଣ ନିଜ ଡ୍ରେସ୍‌ ଉପରେ କପଡ଼ାର ଜ୍ୟାକେଟ୍‌, ଶ୍ରଗ୍‌ ଆଦି ପିନ୍ଧିପାରିବେ। ଯଦି ଉପର ଜ୍ୟାକେଟ୍‌ ଓଦା ହୋଇଗଲା ତାକୁ କାଢ଼ି ପରେ ଶୁଖାଇପାରିବେ।
ଏହି ସମୟରେ ଇଣ୍ଡିଆନ୍‌ ଟ୍ରାଡିସ୍‌ନାଲ ଡ୍ରେସ୍‌ ଖୁବ୍‌ ମାନିଥାଏ। ତଥାପି ବି ଧ୍ୟାନରଖନ୍ତୁ ଯେ ଏଥିରେ ପଟିଆଲା କିମ୍ବା ସାଲଓ୍ବାର ସୁଟ୍‌ ପିନ୍ଧନ୍ତୁ ନାହିଁ। ଏହିଦିନରେ ଛୋଟ କୁର୍ତ୍ତି ଉପରେ ଚୁଡିଦାର ଓ ଲେଗିଙ୍ଗ ପିନ୍ଧିପାରିବେ। ଏହି ସମୟରେ ଚୁନି ବଦଳରେ ସ୍କାର୍ପ କିମ୍ବା ଷ୍ଟୋଲର ବ୍ୟବହାର କରିପାରିବେ।
ଆପଣ ଏମିତି କୌଣସି ଡ୍ରେସ୍‌ ପିନ୍ଧନ୍ତୁ ନାହିଁ ଯାହା ଓଦା ହେଲା ମାତ୍ରେ ରଙ୍ଗ ଛାଡୁଥିବ। ଏହା ଆପଣଙ୍କ ଇମ୍ପ୍ରେସନ୍‌କୁ ଖରାପ କରିଦେବ।
ଜିନ୍ସ କିମ୍ବା ଡେନିମ୍‌ କପଡ଼ା ଡ୍ରେସ୍‌ ପିନ୍ଧନ୍ତୁ ନାହିଁ। ଏହା ଥରେ ଓଦା ହୋଇଗଲେ ସହଜରେ ଶୁଖି ନ ଥାଏ।
ଡ୍ରେସ୍‌ ପିନ୍ଧୁଥିଲେ ସିନ୍ଥେଟିକ୍‌ ଫାବ୍ରିକ୍‌ରେ ଡ୍ରେସ୍‌ ପିନ୍ଧନ୍ତୁ। କାରଣ ଏହା ଓଦା ହୋଇଗଲେ ଖୁବ୍‌ କମ୍‌ ସମୟ ମଧ୍ୟରେ ଶୁଖିଯାଇଥାଏ।
ଆପଣ ଏହି ସିଜନ୍‌ରେ ଏକ୍ସଟ୍ରା ପେୟାର ଡ୍ରେସ୍‌ ରଖିପାରନ୍ତି। ଯଦି ଆପଣ ଅଫିସ୍‌ ଯାଉଛନ୍ତି ସେଠାରେ ଚେଞ୍ଜି ରୁମ୍‌ର ସୁବିଧା ଅଛି ତେବେ ଓଦା ହୋଇଥିବା ଡ୍ରେସ୍‌କୁ ଚେଞ୍ଜ କରି ଏକ୍ସଟ୍ରା ପେୟାର ଡ୍ରେସ୍‌ ପିନ୍ଧିପାରିବେ।