ସ୍ୱପ୍ନ ସତ ହୁଏ : ସନ୍ନି ଲିଓନ

ମୁମ୍ବାଇ: ଚର୍ଚ୍ଚାରେ ପର୍ନ ଷ୍ଟାର ତଥା ବଲିଉଡ ଅଭିନେତ୍ରୀ ସନ୍ନି ଲିଓନ । ଅଭିନେତ୍ରୀ କହିଛନ୍ତି ସ୍ୱପ୍ନ ସତ ହୁଏ । ଏବେ ଦର୍ଶକଙ୍କ ମନରେ ପ୍ରଶ୍ନ କେଉଁ ସ୍ୱପ୍ନ । ତେବେ ଏହାକୁ ସେ କ୍ଲିୟର ବି କରିଛନ୍ତି । ସନ୍ନି କହିଛନ୍ତି ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପଙ୍କ ସହ କାମ କରିବାକୁ ସୁଯୋଗ ମିଳିବା ସ୍ୱପ୍ନ ସତ ହେବା ସହ ସମାନ ।
ଇନଷ୍ଟାଗ୍ରମରେ ଅଭିନେତ୍ରୀ ଅନୁରାଗଙ୍କ ସହ ଏକ ଫଟୋ ଶେୟାର କରି କହିଛନ୍ତି ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟିରେ ତାଙ୍କର ଯାତ୍ରା ଆଦୌ ସହଜ ନ ଥିଲା । ହଁ ମୋ ମୁହଁରେ ଆପଣମାନେ ହସ ଦେଖୁଛନ୍ତି । କାରଣ ମୁଁ ଏକ ଲକ୍ଷ ବର୍ଷ ଭିତରେ ବି ଭାବି ନ ଥିଲି କି ଅନୁରାଗ କଶ୍ୟପଙ୍କ ଭଳି କେହି ଅଦ୍ଭୁତ ବ୍ୟକ୍ତି ମୋତେ ନେଇ କିଛି ଚାନ୍ସ ନେଇପାରନ୍ତି । ମୋର ଯାତ୍ରା ଅଦ୍ଭୁତ ରହିଛି ହେଲେ ଏତେ ସହଜ ନୁହେଁ ।
ସନ୍ନି କହିଛନ୍ତି ଭାରତ ଓ ବଲିଉଡରୁ ମୋତେ ବହୁ ବର୍ଷ ପରେ ଏକ ଫୋନ ଆସିଛି କି ମୁଁ ଅନୁରାଗ କଶ୍ୟପଙ୍କ ଫିଲ୍ମ ପାଇଁ ଅଡିଶନ ଦେବିକି । ୪୧ ବର୍ଷିୟ ଅଭିନତ୍ରୀ କହିଛନ୍ତି, ଯେ ସେ କେବେ ଭୁଲିବେ ନାହିଁ ଯେ ଅନୁରାଗ ତାଙ୍କ ଉପରେ ଗୋଟିଏ ଚାନ୍ସ ନେଇଥିଲେ ।
ତେବେ ସନ୍ନି ଲିଓନ ଫିଲ୍ମସମ୍ପର୍କରେ କୌଣସି ସୂଚନା ଦେଇ ନାହାନ୍ତି ।
ସନ୍ନିଙ୍କ ଅସଲ ନାମ ହେଉଛି କରନଜିତ ସିଂ କୌର । ସେ ୨୦୧୨ରେ ପୂଜା ଭଟ୍ଟଙ୍କ ଥ୍ରୀଲର ଫିଲ୍ମ ଜିସ୍ମ ୨ରେ ବଲିଉଡରେ ଏଣ୍ଟ୍ରି କରିଥିଲେ । ଏହାପରେ ଜ୍ୟାକପଟ, ରାଗିଣି ଏମଏମଏସ, ଏକ ପହେଲି ଲିଲା ଆଦିରେ ଅଭିନୟ କରି ଦର୍ଶକଙ୍କ ନିକଟତର ହୋଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri