Posted inଖେଳ

ଆଇପିଏଲ୍‌ ଟାଇଟଲ ରାଇଟ୍‌: ଡ୍ରିମ୍‌ ୧୧ର ୨୦୨୧,୨୦୨୨ ବିଡ୍‌କୁ ବିସିସିଆଇର ପ୍ରତ୍ୟାଖ୍ୟାନ

ନୂଆଦିଲ୍ଳୀ,୨୦।୮(ପି.ଟି.): ୨୦୨୦ ପାଇଁ ଜଣାଶୁଣା ଫାଣ୍ଟାସୀ ଗେମିଂ ପ୍ଲାଟଫର୍ମ ଡ୍ରିମ୍‌ ୧୧ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଟାଇଟଲ ସ୍ପୋନ୍‌ସରଶିପ୍‌ ଅଧିକାର ହାସଲ କରିଛି। ଆଇପିଏଲ୍‌ର ୨୦୨୦ ସଂସ୍କରଣ ପାଇଁ ଡ୍ରିମ୍‌ ୧୧ ନୂଆ ଟାଇଟଲ ସ୍ପୋନସର ବୋଲି ଲିଗ୍‌ ଗଭର୍ନିଂ କାଉନସିଲ ଘୋଷଣା କରିଛି ଓ ଏ ନେଇ ବୁଧବାର ବିସିସିଆଇ ତରଫରୁ କୁହାଯାଇଛି। ତେବେ ବୋର୍ଡ ୨୦୨୧ ଓ ୨୦୨୨ ପାଇଁ ଡ୍ରିମ୍‌ ୧୧ର ବିଡ୍‌କୁ ପ୍ରତ୍ୟାଖ୍ୟାନ କରିଛି। ଅର୍ଥାତ ଆଗାମୀ ଦୁଇଟି ସେସନ ପାଇଁ ଏହି କମ୍ପାନୀ ବୋର୍ଡ ସହିତ ଜଡିତ ରହିବ ନାହିଁ ବୋଲି ସ୍ପଷ୍ଟ ହୋଇଛି। ଲୋ ବିଡ୍‌ ଆମାଉଣ୍ଟ ପାଇଁ ଡ୍ରିମ୍‌ ୧୧ର ସର୍ତ୍ତମୂଳକ ୩ ବର୍ଷିଆ ପ୍ରସ୍ତାବକୁ ବିସିସିଆଇ ଅଗ୍ରାହ୍ୟ କରିଛି।
ମଙ୍ଗଳବାର ଡ୍ରିମ୍‌ ୧୧ ଏଜୁକେଶନାଲ ଟେକ୍ନୋଲୋଜି କମ୍ପାନୀ ବାଇଜୁ ଓ ଅନ୍‌ଏକାଡେମୀକୁ ପଛରେ ପକାଇ ୨୨୨ କୋଟି ଟଙ୍କାର ବିଡ୍‌ ସହିତ ୪ ମାସ ଓ ୧୩ ଦିନ ପାଇଁ ଟାଇଟଲ ରାଇଟ୍‌ ହାସଲ କରିଥିଲା। ଏହି କ୍ରମରେ ଚାଇନା ମୋବାଇଲ ଫୋନ୍‌ କମ୍ପାନୀ ଭିଭୋକୁ ହଟାଇ ରାଇଟ୍‌ ପାଇଥିଲା। ଯଦି ଟାଇଟଲ ସ୍ପୋନ୍‌ସର ଭାବେ ଭିଭୋ ପ୍ରତ୍ୟାବର୍ତ୍ତନ ନ କରେ ତେବେ ଡ୍ରିମ୍‌ ୧୧ ଦ୍ୱିତୀୟ ଓ ଦୃତୀୟ ବର୍ଷ ପାଇଁ ୨୪୦ କୋଟି ଟଙ୍କା ଦେବାକୁ ପ୍ରସ୍ତାବ ଦେଇଥିଲା। ତେବେ ଏହାକୁ ବୋର୍ଡ ଗ୍ରହଣ କରିନାହିଁ। ଭାରତ ଓ ଚାଇନା ମଧ୍ୟରେ ଦେଖାଦେଇଥିବା ସୀମା ବିବାଦ ପାଇଁ ଭିଭୋ ବର୍ଷକୁ ୪୪୦ କୋଟି ଟଙ୍କା ପ୍ରଦାନ କରୁଥିଲେ ମଧ୍ୟ ଚୁକ୍ତିରୁ ଓହରିବାକୁ ବାଧ୍ୟ ହୋଇଥିଲା। ଆଗାମୀ ଦୁଇଟି ସେସନ ପାଇଁ ଡ୍ରିମ୍‌ ୧୧କୁ ଉପଯୁକ୍ତ ଭାବେ ପାଉଣା ବୃଦ୍ଧି କରିବାକୁ କୁହାଯାଇଥିଲା ବୋଲି ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଆଗାମୀ ଦୁଇବର୍ଷରେ କୋଭିଡି-୧୯ ପରିସ୍ଥିତିରେ ଉନ୍ନତି ହେବା ନିଶ୍ଚିତ ମନେ ହେଉଛି। ଭିଭୋ ସହିତ ଏବେ ବି ଆମର ଚୁକ୍ତି ବଳବତ୍ତର ରହିଛି। ଭିଭୋଠାରୁ ଆମେ ବର୍ଷକୁ ୪୪୦ କୋଟି ଟଙ୍କା ପାଉଥିବା ବେଳେ ୨୪୦ କୋଟି ଟଙ୍କାରେ ଡ୍ରିମ୍‌ ୧୧କୁ ଅଧିକାର ପ୍ରଦାନ କରିବାର ଆବଶ୍ୟକତା କ’ଣ ବୋଲି ସେ ପ୍ରଶ୍ନ କରିନ୍ତି। ପୁଣି ଏହାର କୌଣସି ପ୍ରାସଙ୍ଗିକତା ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।
ଡ୍ରିମ୍‌ ୧୧ ଇତିମଧ୍ୟରେ ବହୁତ ଲୋକପ୍ରିୟତା ହାସଲ କରିଛି ଓ ଆଇପିଏଲ୍‌ର ୬ଟି ଫ୍ରାଞ୍ଚାଇଜ୍‌ ସମେତ ଏବେ ମୋଟ ଉପରେ ୧୯ଟି ଲିଗ୍‌ ସହିତ ଜଡିତ ରହିଛି। ୨୦୨୦ ସଂସ୍କରଣ ପାଇଁ ଟାଇଟଲ ପ୍ରାୟୋଜକ ଭାବେ ଆମେ ଡ୍ରିମ୍‌ ୧୧କୁ ସ୍ବାଗତ କରୁଛୁ ବୋଲି ଆଇପିଏଲ୍‌ ଚେୟାରମ୍ୟାନ ବ୍ରିଜେଶ ପଟେଲ କହିଛନ୍ତି। ଡ୍ରିମ୍‌ ୧୧ ଏକ ଡିଜିଟାଲ ବ୍ରାଣ୍ଡ ହୋଇଥିବାରୁ ଅନ୍‌ଲାଇନ୍‌ରେ ଏହା ଆଇପିଏଲ୍‌କୁ ଆହୁରି ଲୋକପ୍ରିୟ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ସେ କହିଛନ୍ତି। ଯଦି ଟାଇଟଲ ପ୍ରାୟୋଜକ ଭାବେ ଭିଭୋ ପ୍ରତ୍ୟାବର୍ତ୍ତନ ନ କରେ ତେବେ ବିସିସିଆଇ ୨୦୨୧ ଓ ୨୦୨୨ ସଂସ୍କରଣ ପାଇଁ ନୂଆ ବିଡ୍‌ ଖୋଲିବ। ଅତିକମ୍‌ ୪୦୦ କୋଟି ଟଙ୍କାରୁ କମ୍‌ ଥିବା କୌଣସି ବିଡ୍‌କୁ ବିସିସିଆଇ ଗ୍ରହଣ କରିବ ନାହିଁ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri