Categories: ଜାତୀୟ

ଦୁଇ ରାଜ୍ୟ ଉପରେ ଅକ୍ତିଆର ସ୍ବପ୍ନ

ନୂଆଦିଲ୍ଲୀ, ୮।୧୦: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ନିଜ ଦଳ ଟିଆର୍‌ଏସ୍‌କୁ ଭାରତୀୟ ରାଷ୍ଟ୍ର ସମିତିରେ ପରିବର୍ତ୍ତିତ କରିବାର ଦୁଇଦିନ ପରେ ଓ୍ବାଇଏସ୍‌ଆର୍‌ ତେଲଙ୍ଗାନା ପାର୍ଟି (ଓ୍ବାଇଏସ୍‌ଆର୍‌ଟିପି) ପ୍ରତିଷ୍ଠାତା ଓ୍ବାଇ.ଏସ୍‌. ଶର୍ମିଲା ରେଡ୍ଡୀ କହିଛନ୍ତି, ଦୁର୍ନୀତିରେ ବୁଡ଼ି ରହିଥିବା କେସିଆର୍‌ଙ୍କ ଯିବା ସମୟ ଆସିଗଲାଣି। ମୋ ଦଳ ଓ୍ବାଇଏସ୍‌ଆର୍‌ସିପିଠାରୁ ଭିନ୍ନ। ୨୦୨୩ ବିଧାନସଭା ନିର୍ବାଚନରେ ତେଲଙ୍ଗାନାର ସବୁ ଆସନରେ ଆମେ ଲଢ଼ିବୁ। ଶର୍ମିଲା ହେଉଛନ୍ତି ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ୍ବାଇଏସ୍‌ଆର୍‌. ରେଡ୍ଡୀଙ୍କ ଝିଅ ତଥା ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଜଗନ୍‌ମୋହନ ରେଡ୍ଡୀଙ୍କ ଭଉଣୀ। ଶର୍ମିଲାଙ୍କ ମା’ ଓ୍ବାଇଏସ୍‌ ବିଜୟାମ୍ମା ଓ୍ବାଇଏସ୍‌ଆର୍‌ଟିପି ଅଧ୍ୟକ୍ଷା ଥିବାରୁ ଝିଅଙ୍କ ଉପରେ ତାଙ୍କ ଆଶୀର୍ବାଦ ରହିବା ସ୍ବାଭାବିକ। ତେଣୁ ଭଉଣୀ ଭାଇ ଅବିଭକ୍ତ ଆନ୍ଧ୍ରପ୍ରଦେଶ (ଆନ୍ଧ୍ର ଓ ତେଲଙ୍ଗାନା)କୁ ଅକ୍ତିଆର କରିବା ପାଇଁ ସ୍ବପ୍ନ ଦେଖୁଥିବା ରାଜନୈତିକ ବିଶ୍ଳେଷକମାନେ ମତ ଦେଇଛନ୍ତି।

Share