ସୋସିଆଲ ମିଡିଆରେ ପୋଷ୍ଟକରି ବିଧାୟକ ହେବାର ସ୍ବପ୍ନ

ଦେବଗଡ଼,୧୦।୨(ଡି.ଏନ୍‌.ଏ.): ଫେସ୍‌ ବୁକ, ହ୍ବାଟ୍ସଆପ, ୟୁଟୁବ ଆଦି ସୋସିଆଲ ମିଡ଼ିଆରେ ପ୍ରତ୍ୟେକ ଦିନ କିଛି ନା କିଛି ପୋଷ୍ଟ କରି ଦେବଗଡ଼ ଜିଲା ତଥା ସହରର କେତେକ ନେତା, କର୍ମୀ ସିଧାସଳଖ ବିଧାୟକ ହେବାର ସ୍ବପ୍ନ ଦେଖୁଛନ୍ତି। ଯାହା ବର୍ତ୍ତମାନ ଦେବଗଡ଼ରେ ବେଶ୍‌ ଆଲୋଚନାର ବିଷୟ ହୋଇଛି। ସୋସିଆଲ ମିଡ଼ିଆରେ ସମ୍ପୃକ୍ତ ନେତା, କର୍ମୀମାନେ ଜିଲାର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରୁଛନ୍ତି। କିନ୍ତୁ କେମିତି ଉକ୍ତ ସମସ୍ୟାର ସମାଧାନ ହେବ ସେନେଇ କେହି ଚିନ୍ତା କରୁନାହାନ୍ତି। କେବଳ ପୋଷ୍ଟ କରି ସମସ୍ତେ ଚୁପ୍‌ ହୋଇ ବସିପଡୁଛନ୍ତି। କିଛି କାମ ହାସଲ କରିବାକୁ ହେଲେ ଗଣତାନ୍ତ୍ରିକ ସମ୍ବିଧାନ ବ୍ୟବସ୍ଥାରେ ଧାରଣା, ଆନ୍ଦୋଳନ, ଅନଶନ, ଏମିତି ବହୁତ କିଛି ଉପାୟ କରିବାକୁ ପଡିଥାଏ। ହେଲେ ସେ ସବୁ କରୁଛି କିଏ ? କେବଳ ସୋସିଆଲ ମିଡିଆରେ ଲେଖିଦେଲେ କାମ ସରିଲା। ଅନ୍ୟପକ୍ଷରେ ହ୍ବାଟ୍ସଆପରେ ଗ୍ରୁପ କରି ବିଭିନ୍ନ ଲୋକଙ୍କୁ ଆଡକରି ଦେବଗଡ଼ ବଦଳାଇ ଦେବା କଥା କହୁଛନ୍ତି। କିନ୍ତୁ କିଛି କାମକୁ ନାହିଁ। ସେ ଗ୍ରୁପରେ କିଛି ମାସ ପରେ ଖାଲି ଗୁଡ଼ମର୍ଣ୍ଣିଂ, ଗୁଡ଼ ନାଇଟ୍‌ ଓ ବିଭିନ୍ନ କାର୍ଯ୍ୟକ୍ରମର ଶୁଭେଚ୍ଛା ମେସେଜ ଦେଖିବାକୁ ମିଳୁଛି। ଖାଲି ଏତିକି ନୁହେଁ, ବିଭିନ୍ନ ନୂଆ ସଙ୍ଗଠନ ତିଆରି କରି କିଛି ଦିନ ସେବା, ସଫେଇ କାମ କରିଦେଇ ସୋସିଆଲ ମିଡ଼ିଆରେ ଛାଡ଼ି ପ୍ରଚାର କରୁଛନ୍ତି। ବିଭିନ୍ନ ଖବରକାଗଜରେ ନାମ ବାହାର୍‌ କରିସାରିଲା ପରେ ସବୁ କାର୍ଯ୍ୟକ୍ରମ ବନ୍ଦ ହୋଇଯିବା ଦେଖିବାକୁ ମିଳୁଛି। ଆଉ କେତେକ ନେତା,କର୍ମୀ ପ୍ରଶାସନକୁ ଦାବିପତ୍ର ଦେଇ ଚୁପ୍‌ ରହୁଥିବାବେଳେ କେତେଜଣ ନେତାନେତ୍ରୀ ଦେବଗଡ଼ ଜିଲାରେ କିଛି ଉନ୍ନତିମୂଳକ କାର୍ଯ୍ୟ ହେଲା ମାତ୍ରେ ଆମେ କରିଛୁ କହି ବାଃ ବାଃ ନେଉଛନ୍ତି। ତାହାକୁ ସୋସିଆଲ ମିଡିଆରେ ପୋଷ୍ଟ କରୁଥିବା ଦେଖିବାକୁ ମିଳିଛି। ଏହିପରି କାମ ଜିଲାରେ ବିଭିନ୍ନ ଦଳର ଯୁବ ନେତା ଓ କର୍ମୀମାନେ କରୁଥିବାରୁ ଜିଲାର ଉନ୍ନତି କେବେ ହୋଇପାରୁନି। ଜିଲାର ଉନ୍ନତି ହୃଦୟରୁ କେହି ଚାହଁୁ ନ ଥିବା ପରି ଅନୁଭବ ହେଉଛି। ଖାଲି କେମିତି ପଦପଦବୀ ପାଇଯିବେ ସେଇଟା ଚିନ୍ତା। ଯିଏ କେବେ ଗୋଟିଏ ୱାର୍ଡମେମ୍ବରରେ ବି ଛିଡା ହୋଇ ଜିତି ନାହାନ୍ତି ସିଏ ବି ବିଧାୟକ ହେବାର ସ୍ବପ୍ନ ଦେଖୁଛନ୍ତି। ଏପରିକି କିଛି ନେତା କର୍ମୀ ବିଭିନ୍ନ ଖେଳ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଅତିଥି ହେବା ପାଇଁ ଲବି କରୁଛନ୍ତି। ଅତିଥି ହୋଇଗଲେ ନିଜ ଗାଡି ଡିକିରେ ନିଜ ପାଇଁ ଫୁଲମାଳ ନେଉଥିବା ଓ ଲୋକଙ୍କୁ ସେଟିଂକରି ମାଳ ପିନ୍ଧି ସଙ୍ଗେ ସଙ୍ଗେ ଫେସ୍‌ବୁକରେ ଅପ୍‌ଲୋଡ କରୁଥିବା ବି ନଜରରେ ଆସିଛି। କୌଣସି ପଦପଦବୀ ନ ପାଇ ମଧ୍ୟ ବିଭିନ୍ନ ସରକାରୀ ବେସରକାରୀ ଅନୁଷ୍ଠାନମାନଙ୍କରେ ବୁଲି ତଦାରଖ କରିବା ସହିତ ନିର୍ଦ୍ଦେଶ ଦେବା ଫେଶବୁକ୍‌ରେ ପୋଷ୍ଟ ହେଉଛି। ଉକ୍ତ ପୋଷ୍ଟକୁ ଦେଖି ଜନସାଧାରଣଙ୍କ ମଧ୍ୟରେ ବିଭିନ୍ନ ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳିଛି। ଜିଲାରେ ବିଭିନ୍ନ ସମୟରେ ଠିକା କରିବା ପାଇଁ ମାଡପିଟ ଝଗଡ଼ା ହେଉଛନ୍ତି। ଏପଟେ ଯେଉଁ ନେତାମାନେ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି ସେମାନେ ନିଜ ପେଟ କଥା କେବଳ ଚିନ୍ତା କରୁଛନ୍ତି। ଜିଲାବାସୀ ତଥା ସହରବାସୀଙ୍କ କଥା କିଏ ପଚାରେ। ଏସବୁ ଶସ୍ତା ରାଜନୀତି ଛାଡି ସମସ୍ତେ ନିଃସ୍ବାର୍ଥ ଭାବରେ ଯଦି କାମ କରିବେ ତେବେ ଜିଲା ଏକ ନମ୍ବର ସ୍ଥାନ ପାଇପାରିବ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri