Posted inଖେଳ

ସ୍ବପ୍ନ ଅଧୁରା

ଭାରତକୁ ହରାଇ ଅଷ୍ଟ୍ରେଲିଆ ଜିତିଛି ଆଇସିସି ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ଟାଇଟଲ। ଏଥିସହ ସମସ୍ତ ଫର୍ମାଟ୍‌ରେ ସଫଳତା ପାଇଛି ଏହି ଦଳ। ଅନ୍ୟ ପକ୍ଷରେ ଆଇସିସି ଇଭେଣ୍ଟରେ ଭାରତର ବିଫଳତା ଜାରିରହିଛିି। ଟିମ୍‌ ଇଣ୍ଡିଆର ବାରମ୍ବାର ବିଫଳତା କ୍ରିକେଟପ୍ରେମୀଙ୍କୁ ବେଶ୍‌ ନିରାଶ କରିଛି। ସୋସିଆଲ ମିଡିଆରେ ବେଶ୍‌ ସମାଲୋଚନାର ସରବ୍ୟ ହୋଇଛି ଟିମ୍‌ ଇଣ୍ଡିଆ। ୨୦୧୩ ପରେ ଏବଂ ୨୦୨୩ ଡବ୍ଲ୍ୟୁଟିସି ଫାଇନାଲ ମଧ୍ୟରେ ଆମେ ଆଇସିସି ଟ୍ରଫିର ବିଭିନ୍ନ ଫର୍ମାଟ୍‌ରେ ୪ଟି ଫାଇନାଲ ଏବଂ ୪ଟି ସେମିଫାଇନାଲ ଖେଳିଥିଲେ ମଧ୍ୟ ଟ୍ରଫି ହାସଲ କରି ନ ପାରିବା ଚିନ୍ତାର କାରଣ ହୋଇଛି। କ୍ରମାଗତ ଦୁଇ ଥର ଡବ୍ଲ୍ୟୁଟିସି ଫାଇନାଲରେ ପ୍ରବେଶ କରିବା ଟିମ୍‌ ଇଣ୍ଡିଆ ପାଇଁ ବେଶ୍‌ ଉତ୍ସାହଜନକ ଥିଲା। ଗତ ୨ବର୍ଷ ଧରି ଘରୋଇ ଏବଂ ବିଦେଶ ମାଟିରେ ଭଲ ପ୍ରଦର୍ଶନ କରିଥିଲା ଟିମ୍‌ ଇଣ୍ଡିଆ। ମୋଟ ୧୮ ଟେଷ୍ଟ ମ୍ୟାଚ ଖେଳି ୧୦ ବିଜୟ, ୫ ପରାଜୟ ଏବଂ ୩ଟି ଡ୍ର ସହ ଦୃଢ଼ ପ୍ରଦର୍ଶନ କରି ଏହି ସଫଳତା ହାସଲ କରିଥିଲା। ନ୍ୟୁଜିଲାଣ୍ଡ ବିପକ୍ଷରେ ୧-୦ରେ ସିରିଜ ବିଜୟ ଲାଭ କରିଥିବା ଭାରତ ଦକ୍ଷିଣ ଆଫ୍ରିକା ନିକଟରୁ ୧-୨ରେ ପରାଜିତ ହୋଇଥିଲା। ଏହାପରେ ବାଂଲାଦେଶ ବିପକ୍ଷରେ ୨-୦ ଓ ଶ୍ରୀଲଙ୍କା ବିପକ୍ଷରେ ୨-୦ରେ ସିରିଜ ବିଜୟପରେ ଶକ୍ତିଶାଳୀ ଇଂଲଣ୍ଡ ସହ ୨-୨ରେ ସିରିଜ ଡ୍ର କରିଥିଲା। ସବୁଠାରୁ ବଡ଼ କଥାହେଲା ବର୍ତ୍ତମାନର ଚାମ୍ପିୟନ ଅଷ୍ଟ୍ରେଲିଆକୁ ୨-୧ରେ ଘରୋଇ ସିରିଜରେ ପରାସ୍ତ କରି ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ରେ ୧ନଂ ସ୍ଥାନରେ ରହିବା ସହିତ କ୍ରମାଗତ ଭାବେ ଡବ୍ଲ୍ୟୁଟିସି ଫାଇନାଲରେ ପ୍ରବେଶ କରିଥିଲା। ତେବେ ଆଘାତ ସମସ୍ୟା ଯୋଗୁ ଲୋକେଶ ରାହୁଲ, ଶ୍ରେୟସ ଆୟାର, ରିଷଭ ପନ୍ତ ଏବଂ ଷ୍ଟାର ପେସ୍‌ ବୋଲର ଯଶପ୍ରୀତ ବୁମରାଙ୍କ ଅନୁପସ୍ଥିତି ଦଳକୁ ବେଶ୍‌ ଅନୁଭୂତ ହୋଇଥିଲା। ବିରାଟ କୋହଲିଙ୍କ ନେତୃତ୍ୱରେ ପ୍ରଥମ ଡବ୍ଲ୍ୟୁଟିସି ଫାଇନାଲରେ ନ୍ୟୁଜିଲାଣ୍ଡଠାରୁ ରୋଜବାଓ୍ବଲ ଗ୍ରାଉଣ୍ଡରେ ମାତ୍ର ୪ ଦିନରେ ହାରିଥିଲୁ। ଏବେ ଇଂଲଣ୍ଡର ସୁଇଂ କଣ୍ଡିଶନ, ଗ୍ରାସ୍‌ ଉଇକେଟରେ ମଧ୍ୟ ଆମେ ବିଫଳ ହେଲୁ। ଦୁଇଥରଯାକ ବିଦେଶ ମାଟିରେ ଆମର ବୋଲିଂ ଓ ବ୍ୟାଟିଂ ସବୁକିଛି ବିଫଳ ହେଲା। ପୂର୍ବ ସିରିଜଗୁଡିକରେ ମୟଙ୍କ ଅଗ୍ରୱାଲ, ଶ୍ରେୟସ ଆୟାର, ବିରାଟ କୋହଲି, ଲୋକେଶ ରାହୁଲ, ମହମ୍ମଦ ଶାମି, ଯଶପ୍ରୀତ ବୁମରା, ରିଷଭ ପନ୍ତ, ରବୀନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱିନ, ଅକ୍ଷର ପଟେଲ ପ୍ରମୁଖ ଚମକତ୍ାର ପ୍ରଦର୍ଶନ କରିଥିଲେ। ମାତ୍ର ଫାଇନାଲରେ ସୁଯୋଗ ପାଇଥିବା ଖେଳାଳିମାନେ ସେମାନଙ୍କ ଶ୍ରେଷ୍ଠ ପ୍ରଦର୍ଶନ କରିପାରିଲେ ନାହିଁ।
ପ୍ରଥମ ଡବ୍ଲ୍ୟୁଟିସି ଫାଇନାଲରେ ନ୍ୟୁଜିଲାଣ୍ଡ ଅଧିନାୟକ କେନ୍‌ ଓ୍ବିଲିୟମସନ ସୁନ୍ଦର ଖେଳି ପ୍ଲେୟର ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଥିଲେ। ଏଥର କିନ୍ତୁ ପ୍ରତିଦ୍ୱନ୍ଦ୍ୱୀ ଥିଲା ଭିନ୍ନ। ଲଢ଼େଇ ଥିଲା ଟେଷ୍ଟ କ୍ରିକେଟର ଅନ୍ୟତମ ଶ୍ରେଷ୍ଠ ଦଳ ଅଷ୍ଟ୍ରେଲିଆ ସହିତ। କଙ୍ଗାରୁ ଦଳ ମଧ୍ୟ ଏହି ୨ବର୍ଷର ସାଇକେଲ (ଚକ୍ର)ରେ ବେଶ୍‌ ଭଲ ପ୍ରଦର୍ଶନ କରିଥିଲା। ମୋଟ ୧୯ଟି ମ୍ୟାଚରୁ ୧୧ ବିଜୟ, ୩ ପରାଜୟ ଓ ୫ ଡ୍ର ସହିତ ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜ୍ଜନ କରିଥିଲା। ଟିମ୍‌ ଇଣ୍ଡିଆଠାରୁ ଏହିଦଳ ବେଶ୍‌ ଶକ୍ତିଶାଳୀ ଏବଂ ସନ୍ତୁଳିତ ଜଣାପଡୁଥିଲା। ଦଳରେ ଡେଭିଡ ୱାର୍ନର, ଟ୍ରାଭିସ ହେଡ, ଷ୍ଟିଭ ସ୍ମିଥ, କାମେରନ ଗ୍ରୀନ୍‌, ଆଲେକ୍ସ କାରେ, ଉସମାନ ଖ୍ବାଜାଙ୍କ ପରି ବ୍ୟାଟର ଥିବାବେଳେ ଅଧିନାୟକ ପ୍ୟାଟ କୁମିନ୍ସ, ମିଚେଲ ଷ୍ଟାର୍କ, ସ୍କଟ୍‌ ବୋଲାଣ୍ଡ, ନାଥନ ଲାୟନଙ୍କ ପରି ଷ୍ଟାର ବୋଲରମାନ ରହିଥିଲେ। ଆଶା କରାଯାଉଥିଲା ଲଢ଼େଇ ଜୋରଦାର ହେବ ଏବଂ ଏକ ରୋମାଞ୍ଚକର ଫାଇନାଲ ଦର୍ଶକ ଉପଭୋଗ କରିବେ। ମାତ୍ର ଏକତରଫା ଭାବେ ୨୦୯ ରନରେ କଙ୍ଗାରୁ ଦଳ ଭାରତକୁ ପରାସ୍ତ କରିବା ସହିତ ଇତିହାସ ରଚିଲା।
ଫାଇନାଲରେ ପରାଜୟ ପରେ ଟିମ୍‌ ଚୟନକୁ ନେଇ ରାହୁଲ ଡ୍ରାଭିଡ ଏବଂ ରୋହିତ ଶର୍ମାଙ୍କୁ ବେଶ୍‌ ସମାଲୋଚନା କରାଯାଇଛି। ଏପରି ଖରାପ ପ୍ରଦର୍ଶନ ପାଇଁ ବହୁ ପୂର୍ବତନ ଖେଳାଳି, ଭାଷ୍ୟକାର ଏବଂ ବିଦେଶୀ ଖେଳାଳି ଟିମ୍‌ ଇଣ୍ଡିଆର ଶ୍ରେଷ୍ଠ ବ୍ୟାଟିଂ ଲାଇନ ଏବଂ ରୋହିତ ଶର୍ମାଙ୍କ ଅଧିନାୟକତ୍ୱ ଉପରେ ପ୍ରଶ୍ନ ଉଠାଇଛନ୍ତି। କୌଣସି ରଣନୀତି ନେଇ ଟିମ୍‌ଇଣ୍ଡିଆ ଫାଇନାଲ ଖେଳୁ ନ ଥିଲା ବୋଲି କ୍ରିକେଟ ପ୍ରେମୀମାନେ ସୋସିଆଲ ମିଡିଆରେ ବେଶ୍‌ ଟ୍ରୋଲ କରିବା ଦେଖାଯାଇଛି। ଭାରତୀୟ ଦଳ ବିଫଳତାର ଅନେକ କାରଣ ରହିଛି। ଏହା ମଧ୍ୟରେ ଅନ୍ୟତମ ହେଲା ଷ୍ଟାର ବ୍ୟାଟରଙ୍କ ଖରାପ ଶଟ୍‌ ଚୟନ। ଆଇପିଏଲ୍‌ ଟି୨୦ ପରେ ଖେଳାଳିଙ୍କୁ ବିଶ୍ରାମ ନ ମିଳିବା, ଇଂଲଣ୍ଡରେ କୌଣସି ଅଭ୍ୟାସ ମ୍ୟାଚ ନ ଖେଳିବା, ବ୍ୟାଟରମାନେ କୋକାବୁରା ବଲରେ ଅଭ୍ୟାସ କରିବା ପାଇଁ ସୁଯୋଗ ନ ପାଇବା, ଏପରିକି ଡ୍ୟୁକ ବଲରେ ଇଂଲଣ୍ଡର ଗ୍ରାସି ପିଚରେ ଅଧିକ ବାଉନ୍ସ ହେଉଥିବା ବଲକୁ ଉପଯୁକ୍ତ ଭାବେ ସାମ୍ନା କରି ନ ପାରିବା ବିଫଳତାର ଅନ୍ୟତମ ଗୋଟିଏ ଲେଖାଏ କାରଣ। ମେଘୁଆ ପାଗ, ଘାସଯୁକ୍ତ ଉଇକେଟରେ ଟସ୍‌ ଜିତି ବୋଲିଂ ନେବା ନିଷ୍ପତ୍ତି ସବୁଠାରୁ ବଡ଼ ଭୁଲ୍‌ ଥିଲା। କାରଣ ଦି ଓଭାଲ ଗ୍ରାଉଣ୍ଡରେ ପ୍ରଥମେ ବ୍ୟାଟିଂ କରିବା ଦଳ ଶତକଡା ୮୦ ଭାଗ ମ୍ୟାଚ ଜିତିଛି। ସେଠାରେ ଉଭୟ ଅଷ୍ଟ୍ରେଲିଆ ଏବଂ ଇଣ୍ଡିଆ ଦଳର ଟେଷ୍ଟ ରେକର୍ଡ ଆଦୌ ଭଲ ନ ଥିଲା। ୧୪ଟି ମ୍ୟାଚରୁ ଭାରତ ମାତ୍ର ୨ଟି ବିଜୟ ଲାଭ କରିଥିବା ବେଳେ ଅଷ୍ଟ୍ରେଲିଆ ୩୪ଟି ମ୍ୟାଚରୁ ମାତ୍ର ୭ଟି ମ୍ୟାଚରେ ପୂର୍ବରୁ ବିଜୟୀ ହୋଇଥିଲା। ୫ଦିନ ପାଗ ଭଲ ରହିବାର ପୂର୍ବ ସୂଚନା ପାଇ ମଧ୍ୟ ଟିମ୍‌ ଇଣ୍ଡିଆ ବୋଲିଂ ନେବା ଏବଂ ପିଚକୁ ଠିକ୍‌ ରୂପେ ଅଧ୍ୟୟନ କରି ନ ପାରିବା ମଧ୍ୟ ଅନ୍ୟତମ କାରଣ ଥିଲା। ରୋହିତଙ୍କ ନେତୃତ୍ୱ ଉଚ୍ଚକୋଟୀର ନ ଥିବା ବେଳେ ବୋଲରମାନଙ୍କ ଦିଶାହୀନ ବୋଲିଂ ଟ୍ରାଭିସ ହେଡ ଏବଂ ଷ୍ଟିଭ ସ୍ମିଥଙ୍କୁ ଶତକୀୟ ଇନିଂସ ଖେଳିବା ପାଇଁ ସୁଯୋଗ ଦେଇଥିଲା। ଯଦିଓ ଭାରତ ମହମ୍ମଦ ସାମି, ମହମ୍ମଦ ସିରାଜ, ଶାର୍ଦ୍ଦୂଳ ଠାକୁର, ଅଜିଙ୍କ୍ୟ ରାହାନେ, ରବୀନ୍ଦ୍ର ଜାଡେଜାଙ୍କ ପ୍ରଦର୍ଶନ ଯୋଗୁ କିଛି ମାତ୍ରାରେ ଆତ୍ମସମ୍ମାନ ରକ୍ଷା କରିଥିଲା ତେବେ ତାହା ଅଷ୍ଟ୍ରେଲିଆପରି ଦଳକୁ ଚ୍ୟାଲେଞ୍ଜ ଦେବାକୁ ପର୍ଯ୍ୟାପ୍ତ ନ ଥିଲା।
ବିଶ୍ୱର ୧ନଂ ଟେଷ୍ଟ ବୋଲର ଏବଂ ୨ନଂ ସ୍ପିନ ଅଲରାଉଣ୍ଡର ରବିଚନ୍ଦ୍ରନ ଅଶ୍ୱିନଙ୍କୁ ବାହାରେ ବସାଇବା ଟିମ୍‌ ମ୍ୟାନେଜମେଣ୍ଟର ଅନ୍ୟତମ ତ୍ରୁଟି ଥିଲା। ଘରୋଇ ବର୍ଡର ଗାଭାସ୍କର ଟ୍ରଫିରେ ଚମକତ୍ାର ଅଲରାଉଣ୍ଡ ପ୍ରଦର୍ଶନ କରିଥିବା ଏବଂ ଟେଷ୍ଟ କ୍ରିକେଟର ୯୨ଟି ମ୍ୟାଚରୁ ୪୭୩ ଉଇକେଟ ନେଇଥିବା ଖେଳାଳିଙ୍କୁ ରିଜର୍ଭ ବେଞ୍ଚରେ ବସାଇତ୍ଥଲା ଟିମ୍‌ ଇଣ୍ଡିଆ, ଯେଉଁଠାରେକି ଅଷ୍ଟ୍ରେଲିଆର ୪ଜଣ ବ୍ୟାଟର ବାମହାତୀ ବ୍ୟାଟିଂ କରୁଥିଲେ। ଅଶ୍ୱିନି ଜଣେ ଚତୁର ବୋଲର। ଏକାଧିକ ବାର ଟ୍ରାଭିସ ହେଡ ଏବଂ ଷ୍ଟିଭ ସ୍ମିଥଙ୍କ ଉଇକେଟ ସେ ନେଇଛନ୍ତି। ଯାହାକି ସମ୍ପୂର୍ଣ୍ଣ ରୂପେ ଟିମ୍‌ ଇଣ୍ଡିଆକୁ ଏହି ଟେଷ୍ଟରେ ବ୍ୟାକଫୁଟ୍‌ରେ ରଖିଲା। ଟିମ୍‌ ଇଣ୍ଡିଆକୁ ୨ଜଣ ସ୍ପିନର ଖେଳାଇବାର ଥିଲା। ଉମେଶ ଯାଦବ ଆଘାତ ପ୍ରାପ୍ତ ଥିବା ବେଳେ ତାଙ୍କୁ ଟିମ୍‌ରେ ସାମିଲ କରିବା ବଡ ଭୁଲ ଥିଲା। ଅନ୍ୟତମ କାରଣ ଥିଲା ୨ଟି ଯାକ ଇନିଂସରେ ଟପ ଅର୍ଡର ବ୍ୟାଟରମାନଙ୍କ ବିଫଳତା। କେବଳ ରାହାନେଙ୍କ ପ୍ରଦର୍ଶନ ଆଖିଦୃଶିଆ ରହିଥିଲା। ଟପ ଅର୍ଡର ବ୍ୟାଟିଂ ବିଫଳତାର ଅନ୍ୟତମ ମୁଖ୍ୟ କାରଣ ହେଲା ଟି୨୦ ଫର୍ମାଟରୁ ବାହାରି ପାରିଲେନି ଆମ ବ୍ୟାଟର୍ସ। କ୍ରିକେଟର ସବୁଠାରୁ ଛୋଟ ଫର୍ମାଟରୁ ଆସି ହଠାତ୍‌ ସବୁଠୁ ଲମ୍ବା ଫର୍ମାଟ ସହିତ ଖାପ ଖୁଆଇ ପାରିଲେନି। ଯାହାକି ବଡ ବିଫଳତା। ଶୁବମନ ଗିଲଙ୍କ ଦ୍ୱିତୀୟ ଇନିଂସ ଆଉଟ ମଧ୍ୟ ବେଶ୍‌ ଚର୍ଚ୍ଚା ସୃଷ୍ଟି କରିଥିଲା। ଯଦି ଟିମ୍‌ ଇଣ୍ଡିଆ ଟେଷ୍ଟ ମ୍ୟାଚ ଡ୍ର ରଖିଥାନ୍ତା ତେବେ ଉଭୟ ଯୁଗ୍ମ ବିଜେତା ହୋଇଥାନ୍ତେ। ଏହା ହୋଇଥିଲେ ଟିମ୍‌ ଇଣ୍ଡିଆର ୧୦ ବର୍ଷର ସ୍ବପ୍ନ ସାକାର ହୋଇଥାନ୍ତା। ଏବେ ଆଇସିସି ଟ୍ରଫି ପାଇଁ ଟିମ୍‌ ଇଣ୍ଡିଆକୁ ନଭେମ୍ବରରେ ଘରୋଇ ମାଟିରେ ହେବାକୁ ଥିବା ଏକଦିବସୀୟ ବିଶ୍ୱକପ ଉପରେ ଫୋକସ କରିବାକୁ ହେବ।

-ନିର୍ମଳ କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri