‘ଡ୍ରିମ୍‌ ଡାଇମଣ୍ଡ୍‌ ଟୁର ଅଫ୍‌ ଓଡ଼ିଶା’ଉଦ୍‌ଯାପିତ

ଭୁବନେଶ୍ୱର,୧୩।୨: ରିଲାଏନ୍ସ ଜୁଏଲସ୍‌ ପକ୍ଷରୁ ନିକଟରେ ଆୟୋଜିତ ହୋଇଥିବା ‘ଏଲିନାଙ୍କ ଡ୍ରିମ୍‌ ଡାଇମଣ୍ଡ୍‌ ଟୁର୍‌ ଅଫ୍‌ ଓଡ଼ିଶା’ ରବିବାର ରାଉରକେଲାର ଚନ୍ଦ୍ରପୁର କଚେରି ରୋଡ୍‌ସ୍ଥିତ ଶୋ’ରୁମ ପରିସରରେ ଉଦ୍‌ଯାପିତ ହୋଇଯାଇଛି। ବିଶେଷ କରି ଏହାର ପୃଷ୍ଠପୋଷାକମାନଙ୍କ ଉତ୍ସାହଜନକ ଅଂଶଗ୍ରହଣ ଏବଂ ଉତ୍ସାହକୁ ନେଇ ରିଲାଏନ୍ସ ଜୁଏଲସ୍‌ ଦୀର୍ଘ ୧୫ ବର୍ଷ ଧରି ତା’ର ଡିଜାଇନ ଉତ୍କର୍ଷ ଜରିଆରେ ବ୍ରାଣ୍ଡର ପୃଷ୍ଠପୋଷକମାନଙ୍କୁ ରୋମାଞ୍ଚିତ କରିବା ଜାରି ରଖିଛି। ଏହି ଟୁର୍‌ ଓଡ଼ିଶା ଏବଂ ଏହାର ପୃଷ୍ଠପୋଷକମାନଙ୍କ ସହ ବ୍ରାଣ୍ଡ୍‌ର ସମ୍ପର୍କକୁ ପାଳନ କରୁଛି। ଏପରି କି ଏଲିନାଙ୍କ ଡ୍ରିମ୍‌ ଡାଇମଣ୍ଡ୍‌ ଟୁର୍‌ ଅଫ୍‌ ଓଡ଼ିଶା ଜରିଆରେ ରିଲାଏନ୍ସ ଜୁଏଲ୍‌ସର ଆକର୍ଷଣୀୟ ହୀରା ଗହଣାକୁ ପରିଧାନ କରିବା ଏବଂ ଓଡ଼ିଶାର ଅତି ପରିଚିତ ଏଲିନା ସାମନ୍ତରାୟଙ୍କ ସହ ର଼୍ୟାମ୍ପ୍‌ରେ ଚାଲିବା ଓ ଓଡ଼ିଶାରେ ରିଲାଏନ୍ସ ଜୁଏଲ୍‌ସର ଥିବା ୫ ନିର୍ଦ୍ଦିଷ୍ଟ ଷ୍ଟୋରରେ ଏଲିନାଙ୍କ ସହ ଭାବ ବିନିମୟ କରିବାର ଏକ ସ୍ବତନ୍ତ୍ର ଅନୁଭୂତି ପ୍ରଦାନ କରିଛି।
ଉଲ୍ଲେଖଯୋଗ୍ୟ, ୨୦୨୩ ଫେବୃୟାରୀ ୩ରେ ରିଲାଏନ୍ସ ଜୁଏଲସ୍‌ର ଚନ୍ଦ୍ରଶେଖରପୁର ଶୋ’ରୁମ୍‌ରେ ଏଲିନାଙ୍କ ଡ୍ରିମ୍‌ ଡାଇମଣ୍ଡ୍‌ ଟୁର୍‌ ଅଫ୍‌ ଓଡ଼ିଶା ଆରମ୍ଭ ହୋଇଥିଲା। ଯେଉଁଠାରେ ଉକ୍ତ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବା ପାଇଁ ଏଲିନା ଏବଂ ରିଲାଏନ୍ସ ଜୁଏଲ୍‌ସର ସିଇଓ ସୁନୀଲ ନାୟକ ଉପସ୍ଥିତ ଥିଲେ। ସମ୍ପର୍କରେ ରିଲାଏନ୍ସ ଜୁଏଲ୍‌ସର ସିଇଓ ସୁନୀଲ ନାୟକ କହିଛନ୍ତି, ଏକ ବଜାର ଭାବେ ଓଡ଼ିଶା ଆମର ଅତି ନିକଟତର ଏବଂ ଏଠାରେ ୧୨ସହରରେ ୧୭ଟି ଷ୍ଟୋର ରହିଛି। ଯାହା ହେଉଛି ଓଡ଼ିଶାରେ ଗହଣା ରିଟେଲରମାନଙ୍କ ମଧ୍ୟରେ ଅନ୍ୟତମ ସର୍ବବୃହତ ନେଟ୍‌ୱର୍କ। ବିପୁଳ ଭରସା, ବିଶ୍ୱସନୀୟତା ଏବଂ ପୃଷ୍ଠପୋଷକତା ଆଦି ଯାହା ଆମ ଉପରେ ବର୍ଷ ବର୍ଷ ଧରି ପ୍ରକଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri