‘ମେସି ଡାଇନାଷ୍ଟାର୍‌ ପ୍ରତିଯୋଗିତା ସିଜନ-୧’

ନୂଆଦିଲ୍ଲୀ,୧୩।୨: ଦେଶର ପ୍ରମୁଖ ଟ୍ରାକ୍ଟର ନିର୍ମାତା ‘ଟାଫେ ଟ୍ରାକ୍ଟର୍ସ ଆଣ୍ଡ୍‌ ଫାର୍ମ ଇକ୍ୱିପ୍‌ମେଣ୍ଟ ଲିମିଟେଡ୍‌’ ପକ୍ଷରୁ ଏକ ଅଭିନବ ପ୍ରତିଯୋଗିତା ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ‘ମେସି ଡାଇନାଷ୍ଟାର୍‌ କଣ୍ଟେଷ୍ଟ-୨୦୨୩ ହାସଟ୍ୟାଗ ସବ୍‌ସେ ବଡ଼େ ଅଲ୍‌ରାଉଣ୍ଡର୍‌ କି ତଲାସ୍‌’ ସିଜନ-୧ର ଶୁଭାରମ୍ଭ କରାଯାଇଛି। ଉକ୍ତ ପ୍ରତିଯୋଗିତାର ବିଜେତାଙ୍କୁ ୭.୫ ଲକ୍ଷ ଟଙ୍କା ମୂଲ୍ୟର ଏକ ମେସି ଫର୍‌ଗୁସନ ୨୪୧ ଡାଇନାଟ୍ରାକ୍‌ ଟ୍ରାକ୍ଟର ପ୍ରଦାନ କରାଯିବ। ଏହାବ୍ୟତୀତ ପ୍ରଥମ ୨ରନର୍‌ ଅପ୍‌ଙ୍କୁ ୮ଗ୍ରାମ୍‌ର ଗୋଲ୍ଡ କଏନ୍‌ ସହ ଶୀର୍ଷ ୨୦ ମନୋନୀତ ଅଂଶଗ୍ରହଣକାରୀଙ୍କୁ ୫୦୦୦ ଟଙ୍କା ମୂଲ୍ୟର ଗିଫ୍ଟ ହାମ୍ପର ପ୍ରଦାନ କରାଯିବ ବୋଲି ଟାଫେ ପକ୍ଷରୁ କୁହାଯାଇଛି।

ସେହିଭଳି ପ୍ରଥମ ୧୦୦ଜଣ ବୈଧ ପ୍ରାରମ୍ଭିକ ପ୍ରତିଯୋଗୀଙ୍କୁ ୫୦୦ଟଙ୍କା ମୂଲ୍ୟର ଗିଫ୍ଟ ଭାଉଚର ଏବଂ ପ୍ରତିଯୋଗିତା ଉପରେ ୩ଟି ସର୍ବୋତ୍ତମ ସୋସିଆଲ ମିଡିଆ ପୋଷ୍ଟକୁ ୨୦୦୦ଟଙ୍କା ମୂଲ୍ୟର ଗିଫ୍ଟ ଭାଉଚର ମିଳିବ। ଉକ୍ତ ପ୍ରତିଯୋଗିତାରେ ସମସ୍ତ ଭାରତୀୟ ନାଗରିକ (୧୮ବର୍ଷରୁ ଊର୍ଦ୍ଧ୍ୱ)ଙ୍କ ପାଇଁ ବିନା କୌଣସି ପ୍ରବେଶ ଶୁଳ୍କରେ ସାମିଲ ହେବାକୁ ଆହ୍ବାନ କରାଯାଇଛି। ଏହାର ଅଂଶଗ୍ରହଣକାରୀମାନେ କମ୍ପାନୀର ଓ୍ବେବ୍‌ସାଇଟ୍‌ ଭିଜିଟ୍‌ କରି ନିଜର କଣ୍ଟେଷ୍ଟ ଏଣ୍ଟ୍ରିକୁ ଅପ୍‌ଲୋଡ କରିପାରିବେ। ଏପରିକି ଉକ୍ତ ପ୍ରତିଯୋଗିତା ପାଇଁ ପଞ୍ଜୀକରଣ ୨୦୨୩ ଫେବୃୟାରୀ ୨୭ ତାରିଖ ପର୍ଯ୍ୟନ୍ତ ଖୋଲା ରହିବ।

ଉକ୍ତ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ପ୍ରତିଯୋଗୀଙ୍କୁ ୱେବ୍‌ସାଇଟ୍‌ରେ ପଞ୍ଜୀକରଣ କରିବାକୁ ହେବ। ଅପରପକ୍ଷରେ ଏମ୍‌ଏଫ୍‌ ଡାଇନାଟ୍ରାକ୍‌ ଟ୍ରାକ୍ଟର ସମ୍ପର୍କରେ ୪ଟି ସରଳ ପ୍ରଶ୍ନ ଥିବା ଏକ ସହଜ କୁଇଜ୍‌ର ଉତ୍ତର ଦେବାକୁ ହେବ। କୁଇଜ୍‌କୁ ସଫଳତାର ସହ ଶେଷ କରିବା ପରେ ନିଜ ସମ୍ପର୍କିତ ମୌଳିକ ସୂଚନା ଓ ନିଜର କଣ୍ଟେଷ୍ଟ ଏଣ୍ଟ୍ରିକୁ ଭିଡିଓ କିମ୍ବା ଟେକ୍ସଟ୍‌ ଫର୍ମାଟ୍‌ରେ ଦାଖଲ କରିବାକୁ ହେବ। ପରିଶେଷରେ ଫାଇନାଲିଷ୍ଟ ଓ ବିଜେତାଙ୍କ ନାମ ଅଫିସିଆଲ ମେସି ଫର୍‌ଗୁସନ ଇଣ୍ଡିଆ ଓ ଟାଫେ ୱେବ୍‌ସାଇଟ୍‌ରେ ପ୍ରକାଶ କରାଯିବ।

 


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱରରେ ବିର୍ଲା ଫର୍ଟିଲିଟି ଆଣ୍ଡ ଆଇଭିଏଫ୍‌ ସେଣ୍ଟର

ନୂଆଦିଲ୍ଲୀ,୨୧।୧୨: ସିକେ ବିର୍ଲା ଗ୍ରୁପ୍‌ର ହେଲ୍‌ଥ କେୟାର ୟୁନିଟ୍‌ ପକ୍ଷରୁ ମଙ୍ଗଳବାର ସ୍ଥାନୀୟ ଶହୀଦନଗର ନିକଟସ୍ଥ ଜନପଥସ୍ଥିତ ଅନୁଜ ଟାଇମ୍ସ ସ୍କୋୟାରଠାରେ ବିର୍ଲା ଫର୍ଟିଲିଟି ଆଣ୍ଡ...

ଟଙ୍କା ମୂଲ୍ୟରେ ସୁଧାର

ନୂଆଦିଲ୍ଲୀ,୫ା୧୧: ସାରା ବିଶ୍ୱରେ ମାନ୍ଦାବସ୍ଥା ଜାରି ରହିଛି। ହେଲେ ଏହାର ପ୍ରଭାବ ସମସ୍ତ ଦେଶର ଅର୍ଥନୀତିକୁ ବିଗାଡ଼ିଦେଇଥିବା କୁହାଯାଉଛି। ଏପରିକି ମାନ୍ଦାବସ୍ଥା ଯୋଗୁ ଭାରତୀୟ ଅର୍ଥବ୍ୟବସ୍ଥା...

ମେଟାରେ ନିଯୁକ୍ତ ହେଲେ ବିକାଶ ପୁରୋହିତ

ନୂଆଦିଲ୍ଲୀ,୧୦।୧: ଅନ୍ତଃରାଷ୍ଟ୍ରୀୟ ସୋସିଆଲ ମିଡିଆ ପ୍ଲାଟଫର୍ମ ମେଟାର ଗ୍ଲୋବାଲ ବିଜନେସ୍‌ ଗ୍ରୁପ ଅଫ୍‌ ଇଣ୍ଡିଆର ନିର୍ଦ୍ଦେଶକ ଭାବେ ଅଭିଜ୍ଞ ବିକାଶ ପୁରୋହିତଙ୍କୁ ନିକଟରେ ନିଯୁକ୍ତ କରାଯାଇଛି।...

ସୌର ଚୁଲାର ଶୁଭାରମ୍ଭ କଲେ ତୈଳମନ୍ତ୍ରୀ

ନୂଆଦିଲ୍ଲୀ,୭ା୭: ବର୍ତ୍ତମାନ ଦରବୃଦ୍ଧି ଓ ଖଣିଜ ସମ୍ପଦ (ତୈଳ ଓ ଇନ୍ଧନ)ର ଅଭାବୀ ଚାହିଦାକୁ ପୂରଣ କରିବା ଲକ୍ଷ୍ୟରେ ଅତ୍ୟାଧୁନିକ ଜ୍ଞାନକୌଶଳ ଦ୍ୱାରା ସୌର ଚୁଲାର...

ସ୍ବାଭାବିକ ହେବ ଅର୍ଥନୀତି: ଆତ୍ମନିର୍ଭର ଭାରତ ୩.୦ ପ୍ୟାକେଜ୍‌ ଘୋଷଣା

ନୂଆଦିଲ୍ଲୀ,୧୨।୧୧: କରୋନା ମହାମାରୀରେ ଦେଶର ଅର୍ଥ ବ୍ୟବସ୍ଥା ସଙ୍କଟ ଦେଇ ଗତି କରୁଛି। ଏପରିସ୍ଥଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପକ୍ଷରୁ ସହାୟତା ପ୍ୟାକେଜ୍‌ ଘୋଷଣା...

ବିଏସ୍‌ -୬ ଚାରିଚକିଆ ଯାନ ପାଇଁ ନୂଆ ନିୟମ

ନୂଆଦିଲ୍ଲୀ,୮।୬: କେନ୍ଦ୍ର ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ବିଏସ୍‌-୬ ଯାନ ଲାଗି ନୂଆ ନିୟମ ଘୋଷଣା କରାଯାଇଛି। ଏହି ଯାନଗୁଡିକୁ ସହଜରେ ଚିହ୍ନିବା...

ମୋଦିଙ୍କୁ ବ୍ୟବସାୟୀ ସଂଘର ଚିଠି

ନୂଆଦିଲ୍ଲୀ,୨୨।୨: ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି)ରେ ରହିଥିବା ବିଭିନ୍ନ ସମସ୍ୟାକୁ ନେଇ ସର୍ବଭାରତୀୟ ବ୍ୟବସାୟୀ ମହାସଂଘ(ସିଏଆଇଟି) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛି। ଫେବୃୟାରୀ...

ରିଲାଏନ୍ସ ଦେଉଛି କିରାନା ସାମଗ୍ରୀ ଅର୍ଡର ସୁବିଧା

ନୂଆଦିଲ୍ଲୀ,୨୮।୪: ହ୍ବାଟ୍ସଆପ୍‌ ମାଧ୍ୟମରେ କିରାନା ସାମଗ୍ରୀ ଅର୍ଡର କରିବା ଲାଗି ରିଲାଏନ୍ସ ପକ୍ଷରୁ ସେବା ଭାରତରେ ଆରମ୍ଭ ହୋଇଛି। ଏହାକୁ ପ୍ରାଥମିକ ପର୍ଯ୍ୟାୟରେ ମୁମ୍ବାଇରେ ଶୁଭାରମ୍ଭ...

Advertisement
Archives

Model This Week