‘ମେସି ଡାଇନାଷ୍ଟାର୍‌ ପ୍ରତିଯୋଗିତା ସିଜନ-୧’

ନୂଆଦିଲ୍ଲୀ,୧୩।୨: ଦେଶର ପ୍ରମୁଖ ଟ୍ରାକ୍ଟର ନିର୍ମାତା ‘ଟାଫେ ଟ୍ରାକ୍ଟର୍ସ ଆଣ୍ଡ୍‌ ଫାର୍ମ ଇକ୍ୱିପ୍‌ମେଣ୍ଟ ଲିମିଟେଡ୍‌’ ପକ୍ଷରୁ ଏକ ଅଭିନବ ପ୍ରତିଯୋଗିତା ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ‘ମେସି ଡାଇନାଷ୍ଟାର୍‌ କଣ୍ଟେଷ୍ଟ-୨୦୨୩ ହାସଟ୍ୟାଗ ସବ୍‌ସେ ବଡ଼େ ଅଲ୍‌ରାଉଣ୍ଡର୍‌ କି ତଲାସ୍‌’ ସିଜନ-୧ର ଶୁଭାରମ୍ଭ କରାଯାଇଛି। ଉକ୍ତ ପ୍ରତିଯୋଗିତାର ବିଜେତାଙ୍କୁ ୭.୫ ଲକ୍ଷ ଟଙ୍କା ମୂଲ୍ୟର ଏକ ମେସି ଫର୍‌ଗୁସନ ୨୪୧ ଡାଇନାଟ୍ରାକ୍‌ ଟ୍ରାକ୍ଟର ପ୍ରଦାନ କରାଯିବ। ଏହାବ୍ୟତୀତ ପ୍ରଥମ ୨ରନର୍‌ ଅପ୍‌ଙ୍କୁ ୮ଗ୍ରାମ୍‌ର ଗୋଲ୍ଡ କଏନ୍‌ ସହ ଶୀର୍ଷ ୨୦ ମନୋନୀତ ଅଂଶଗ୍ରହଣକାରୀଙ୍କୁ ୫୦୦୦ ଟଙ୍କା ମୂଲ୍ୟର ଗିଫ୍ଟ ହାମ୍ପର ପ୍ରଦାନ କରାଯିବ ବୋଲି ଟାଫେ ପକ୍ଷରୁ କୁହାଯାଇଛି।

ସେହିଭଳି ପ୍ରଥମ ୧୦୦ଜଣ ବୈଧ ପ୍ରାରମ୍ଭିକ ପ୍ରତିଯୋଗୀଙ୍କୁ ୫୦୦ଟଙ୍କା ମୂଲ୍ୟର ଗିଫ୍ଟ ଭାଉଚର ଏବଂ ପ୍ରତିଯୋଗିତା ଉପରେ ୩ଟି ସର୍ବୋତ୍ତମ ସୋସିଆଲ ମିଡିଆ ପୋଷ୍ଟକୁ ୨୦୦୦ଟଙ୍କା ମୂଲ୍ୟର ଗିଫ୍ଟ ଭାଉଚର ମିଳିବ। ଉକ୍ତ ପ୍ରତିଯୋଗିତାରେ ସମସ୍ତ ଭାରତୀୟ ନାଗରିକ (୧୮ବର୍ଷରୁ ଊର୍ଦ୍ଧ୍ୱ)ଙ୍କ ପାଇଁ ବିନା କୌଣସି ପ୍ରବେଶ ଶୁଳ୍କରେ ସାମିଲ ହେବାକୁ ଆହ୍ବାନ କରାଯାଇଛି। ଏହାର ଅଂଶଗ୍ରହଣକାରୀମାନେ କମ୍ପାନୀର ଓ୍ବେବ୍‌ସାଇଟ୍‌ ଭିଜିଟ୍‌ କରି ନିଜର କଣ୍ଟେଷ୍ଟ ଏଣ୍ଟ୍ରିକୁ ଅପ୍‌ଲୋଡ କରିପାରିବେ। ଏପରିକି ଉକ୍ତ ପ୍ରତିଯୋଗିତା ପାଇଁ ପଞ୍ଜୀକରଣ ୨୦୨୩ ଫେବୃୟାରୀ ୨୭ ତାରିଖ ପର୍ଯ୍ୟନ୍ତ ଖୋଲା ରହିବ।

ଉକ୍ତ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ପ୍ରତିଯୋଗୀଙ୍କୁ ୱେବ୍‌ସାଇଟ୍‌ରେ ପଞ୍ଜୀକରଣ କରିବାକୁ ହେବ। ଅପରପକ୍ଷରେ ଏମ୍‌ଏଫ୍‌ ଡାଇନାଟ୍ରାକ୍‌ ଟ୍ରାକ୍ଟର ସମ୍ପର୍କରେ ୪ଟି ସରଳ ପ୍ରଶ୍ନ ଥିବା ଏକ ସହଜ କୁଇଜ୍‌ର ଉତ୍ତର ଦେବାକୁ ହେବ। କୁଇଜ୍‌କୁ ସଫଳତାର ସହ ଶେଷ କରିବା ପରେ ନିଜ ସମ୍ପର୍କିତ ମୌଳିକ ସୂଚନା ଓ ନିଜର କଣ୍ଟେଷ୍ଟ ଏଣ୍ଟ୍ରିକୁ ଭିଡିଓ କିମ୍ବା ଟେକ୍ସଟ୍‌ ଫର୍ମାଟ୍‌ରେ ଦାଖଲ କରିବାକୁ ହେବ। ପରିଶେଷରେ ଫାଇନାଲିଷ୍ଟ ଓ ବିଜେତାଙ୍କ ନାମ ଅଫିସିଆଲ ମେସି ଫର୍‌ଗୁସନ ଇଣ୍ଡିଆ ଓ ଟାଫେ ୱେବ୍‌ସାଇଟ୍‌ରେ ପ୍ରକାଶ କରାଯିବ।

 


Enter your email to get our daily news in your inbox.

All Right Reserved By Dharitri.Com

ମାଡ଼ି ଆସୁଛି ବଡ଼ ପ୍ରଳୟ! ୪୦ ହଜାର ଲୋକଙ୍କୁ ଘର ଛାଡିବାକୁ ନିର୍ଦ୍ଦେଶ, ସ୍କୁଲ-କଲେଜ ବନ୍ଦ

ୱାଶିଂଟନ/କାଲିଫର୍ଣ୍ଣିଆ: ଆମେରିକାର କାଲିଫର୍ଣ୍ଣିଆରେ ଏକ ବଡ଼ ଧରଣର ବିପଦ ଦେଖାଦେଇଛି। ଏକ ଶିଳ୍ପାଞ୍ଚଳ (Industrial Site) ରେ ରଖାଯାଇଥିବା ବିଷାକ୍ତ କେମିକାଲ ଟାଙ୍କି ହଠାତ ଅତ୍ୟଧିକ ଗରମ…

କାନଝରୀ ଡ୍ୟାମରେ ବୁଡ଼ିଗଲେ ଇଞ୍ଜିନିୟରିଂ ଛାତ୍ର

କେନ୍ଦୁଝର,୨୩।୫(ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ଥାନା ଅନ୍ତର୍ଗତ କାନଝରୀ ଡ୍ୟାମରେ ଶନିବାର ସକାଳେ ଗାଧୋଇବାକୁ ଯାଇଥିବା ବେଳେ ଜଣେ ଇଞ୍ଜିନିୟରିଂ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ରଙ୍କ…

ମୋଦିଙ୍କୁ ଭେଟିଲେ ଆମେରିକୀୟ ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ, ହ୍ବାଇଟ ହାଉସ ଗସ୍ତ ପାଇଁ କଲେ ନିମନ୍ତ୍ରଣ

ନୂଆଦିଲ୍ଲୀ,୨୩।୫: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାରି ଦିନିଆ ଗସ୍ତ ପାଇଁ ଭାରତ ଆସିଥିବା ଆମେରିକୀୟ ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓଙ୍କ ସହ ସାକ୍ଷାତ କରିଛନ୍ତି। ସାକ୍ଷାତ…

୧୦ ବର୍ଷ ଶିଶୁର ହତ୍ୟାକୁ ନେଇ ଅଶାନ୍ତ ତାମିଲନାଡୁ, ରାସ୍ତାକୁ ଓହ୍ଲାଇଲେ ଜନତା; ମୁଖ୍ୟମନ୍ତ୍ରୀ କହିଲେ…

ଚେନ୍ନାଇ,୨୩।୫: ତାମିଲନାଡୁର କୋଏମ୍ବାଟୁର ଜିଲାର ସୁଲୁର ଅଞ୍ଚଳରେ ଜଣେ ୧୦ ବର୍ଷୀୟା ଝିଅର ହତ୍ୟା ଘଟଣା ସମଗ୍ର ରାଜ୍ୟକୁ ଥରାଇ ଦେଇଛି। ଗୁରୁବାର ସାରୁ ନିଖୋଜ ଥିବା…

ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ; ଅଳ୍ପକେ ବଞ୍ଚିଗଲେ ୩ ସେନା ଅଧିକାରୀ; ଦୁର୍ଘଟଣା ପରେ ସେଲଫି ନେଲେ ମେଜର ଜେନେରାଲ

ଲେହ,୨୩।୫: ଲଦାଖର ଲେହ ନିକଟସ୍ଥ ପାର୍ବତ୍ୟ ଟାଙ୍ଗଷ୍ଟେ ଅଞ୍ଚଳରେ ଏକ ହେଲିକପ୍ଟର ଦୁର୍ଘଟଣାରେ ତିନି ଜଣ ଭାରତୀୟ ସେନା ଅଧିକାରୀ ଅଳ୍ପକେ ବଞ୍ଚି ଯାଇଛନ୍ତି। ପୁରୁଣା ଚିତା…

ଆମ୍ବ ଗୋଟାଇବା ଲାଗି ତୋଟାକୁ ଯାଇଥିଲେ ନାବାଳକ, ହଠାତ୍‌ ହେଲା ବଜ୍ରପାତ, ଆଉ ତା’ ପରେ…

ଲାଞ୍ଜିଗଡ଼,୨୩ା୫(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଥାନା ଲାଞ୍ଜି ପଞ୍ଚାୟତ ଅନ୍ତର୍ଗତ ଜଙ୍ଗେରଗୁଡା ଗ୍ରାମର ଜଣେ ନାବାଳକର ବଜ୍ରାଘାତରେ ଶୁକ୍ରବାର ଅପରାହ୍ନରେ ମୃତ୍ୟୁ…

ରାଜ୍ୟରେ ଆଇନ-ଶୃଙ୍ଖଳା ସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀ କଲେ ସମୀକ୍ଷା: ଛୁଟି ଦିନ ସତ୍ତ୍ୱେ…

ଭୁବନେଶ୍ୱର,୨୩।୫: ରାଜ୍ୟର ଆଇନ-ଶୃଙ୍ଖଳା ସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା କରିଛନ୍ତି। ଛୁଟି ଦିନ ହୋଇଥିବା ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ଅଫିସକୁ ଆସି ଏହି…

ମମତାଙ୍କ ନିଷ୍ପତ୍ତିକୁ ବଦଳାଇ ଦେଲେ ନୂଆ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ

କୋଲକାତା,୨୩।୫: ପଶ୍ଚିମବଙ୍ଗର ଶୁଭେନ୍ଦୁଙ୍କ ନେତୃତ୍ୱାଧୀନ ସରକାର ଈଦ-ଉଲ-ଆଧା (ବକ୍ରିଦ ଭାବରେ ମଧ୍ୟ ଜଣାଶୁଣା) ପାଇଁ ଛୁଟି ଅବଧିକୁ ହ୍ରାସ କରିଛନ୍ତି। ଏବେ, ଏହି ପର୍ବ ପାଇଁ କେବଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri