କୁନି ମନରେ ବଡ଼ ସ୍ବପ୍ନ

କିଏ କହେ ବଡ଼ ହେଲେ ଡାକ୍ତର ହେବି ତ କିଏ ଇଞ୍ଜିନିୟର ଆଉ ପୁଣି କାହାର ଇଚ୍ଛା ଥାଏ ସିଙ୍ଗର କିମ୍ବା ଆକ୍ଟର ହେବାକୁ । କୁନି କୁନି ମନରେ ଥାଏ ଅନେକ ବଡ଼ ସ୍ବପ୍ନ। ହେଲେ କେବେ କେବେ ଅଭିଭାବକମାନଙ୍କର ପିଲାକୁ ଅନ୍ୟ କ୍ଷେତ୍ରରେ ଭର୍ତ୍ତି କରାଇବାର ନିଶା ପିଲାର କ୍ୟାରିୟର ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ। ତେଣୁ ପିଲାକୁ ସଫଳତାର ଶୀର୍ଷରେ ପହଞ୍ଚାଇବାକୁ ହେଲେ ତା’ରୁଚିକୁ ନେଇ କ୍ୟାରିୟର ଗଢ଼ିବା ପାଇଁ ଠିକ୍‌ ମାର୍ଗଦର୍ଶନ ଓ ପ୍ରୋତ୍ସାହନ ଯୋଗାଇଦେବା ଅଭିଭାବକଙ୍କ କର୍ତ୍ତବ୍ୟ ….

ପ୍ରତ୍ୟେକ ଅଭିଭାବକ ନିଜ ପିଲାର ଉଜ୍ଜ୍ୱଳ ଭବିଷ୍ୟତ ଚାହାନ୍ତି। ହେଲେ କେବେ କେବେ ଏକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ଭର୍ତ୍ତି କରାଇବାକୁ ନେଇ ସେମାନେ ଜିଦ୍‌ ଧରନ୍ତି ଏବଂ ଏହାଦ୍ୱାରା ଯେ ପିଲାଙ୍କ ଆଗ୍ରହ ଦବିଯାଉଛି ତାହା ସେମାନେ ଦେଖିପାରନ୍ତି ନାହିଁ। ଏମିତିରେ ଅନେକ ପିଲା ମାତାପିତାଙ୍କୁ ସମ୍ମାନ ଦେବା ଲାଗି ହେଉ ଅବା ବାଧ୍ୟତାମୂଳକ ଭାବେ ନିଜ ସ୍ବପ୍ନ ବଦଳରେ ମାତାପିତାଙ୍କ ସ୍ବପ୍ନ ସାକାର କରିବାକୁ ଆଗେଇ ଆସନ୍ତି। ଫଳରେ ପିଲାର କ୍ୟାରିୟର ଉପରେ ନକାରାତ୍ମକ ପ୍ରଭାବ ପଡ଼ିଥାଏ। ତେଣୁ ପିଲାର ଆଗ୍ରହ ଥିବା ଦିଗକୁ ସମ୍ମାନ ଜଣାଇବା ସହ ଆବଶ୍ୟକ ପ୍ରୋତ୍ସାହନ ଯୋଗାଇଦେଲେ ତା’ର କ୍ୟାରିୟର ଗଢ଼ିବାର ସ୍ବପ୍ନ ସାକାର ହୋଇପାରିବ ସେଥିରେ ସନ୍ଦେହ ନାହିଁ….
ଲଦି ଦିଅନ୍ତୁ ନାହିଁ ନିଜ ଇଚ୍ଛା: କେତେକ କ୍ଷେତ୍ରରେ ପାରିବାରିକ ଆଭିଜାତ୍ୟ, ସମାଜରେ ଷ୍ଟାଟସ୍‌ ଆଦିକୁ ଗୁରୁତ୍ୱ ଦେଇ ହେଉ କିମ୍ବା ଅପୂରଣୀୟ ରହିଯାଇଥିବା ନିଜ ଲକ୍ଷ୍ୟକୁ ପିଲା ଦ୍ୱାରା ପୂରଣ କରିବା ଲାଗି ଅଭିଭାବକମାନେ ପିଲାଙ୍କୁ ଏକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ କ୍ୟାରିୟର ଗଢ଼ିବାକୁ ନେଇ ବାଧ୍ୟ କରନ୍ତି। ହେଲେ ଏହାଦ୍ୱାରା ଯେ, ସବୁବେଳେ ପିଲାର ଉନ୍ନତି ହେବ ତା’ ଭାବିବା ସମ୍ପୂର୍ଣ୍ଣ ଠିକ୍‌ ନୁହେଁ। ତେଣୁ ପିଲା ଉପରେ ନିଜ ଇଚ୍ଛା ଲଦିଦିଅନ୍ତୁ ନାହିଁ କିମ୍ବା ବାଧ୍ୟ କରନ୍ତୁ ନାହିଁ। ତାଙ୍କ ଇଚ୍ଛାକୁ ସମ୍ମାନ ଦେବାର ଅର୍ଥ ନୁହେଁ, ଭୁଲ୍‌ ଦିଗରେ ବି ସହଯୋଗ କରିବା। ଯଦି ପିଲା କ୍ୟାରିୟରକୁ ନେଇ ନିହାତି ଭୁଲ୍‌ ପଦକ୍ଷେପ ନେଉଛି ତେବେ ସେହି କ୍ଷେତ୍ରରେ ହିଁ ତାକୁ ବାରଣ କରିବା ଏବଂ ଉଚିତ ପରାମର୍ଶ ଦେବା ଆପଣଙ୍କ କର୍ତ୍ତବ୍ୟ।
ରୁଚିକୁ ସମ୍ମାନ ଦିଅନ୍ତୁ: କେବଳ ଭଲ ପାଠ ପଢ଼ି ଅଧିକ ଦରମାଯୁକ୍ତ ସରକାରୀ ଚାକିରିଟିଏ ହିଁ ପିଲାର ଉତ୍ତମ ଭବିଷ୍ୟତର ମାପକାଠି ନ ଭାବି ତା’ର କେଉଁ ଦିଗରେ ଦକ୍ଷତା ରହିଛି ଦେଖନ୍ତୁ। ବର୍ତ୍ତମାନ ପାଠ ସହିତ ଖେଳକୁଦ, ନାଚ, ଗୀତ, ଅଭିନୟଠୁ ଆରମ୍ଭକରି ବିଭିନ୍ନ କ୍ଷେତ୍ରରେ କ୍ୟାରିୟର ଗଢ଼ିବାର ସୁଯୋଗ ରହିଛି। ତେଣୁ ଆପଣଙ୍କ ପିଲା କେଉଁ ଦିଗରେ କ୍ୟାରିୟର ଗଢ଼ିବାକୁ ଚାହୁଁଛି ଜାଣିବାକୁ ଚେଷ୍ଟା କରନ୍ତୁ। ତା’ର ସ୍ବପ୍ନକୁ ସମ୍ମାନ ଦେଇ ଆଗକୁ ବଢ଼ିବାର ସୁଯୋଗ ଦିଅନ୍ତୁ।
ଅନ୍ୟ ସହ ତୁଳନା ଭାଙ୍ଗିପାରେ ମନୋବଳ: ଅନେକ ଅଭିଭାବକ ନିଜ ପିଲାଙ୍କୁ ବାରମ୍ବାର ଅନ୍ୟର ଉଦାହରଣ ଦେବା ସହ ଅନ୍ୟ ସହ ତୁଳନା କରିଥାନ୍ତି। ଅନ୍ୟ କାହାର ପିଲା କେଉଁ କ୍ଷେତ୍ରରେ ଉଚ୍ଚକୁ ବଢୁଥିବାର ଦେଖିଲେ ନିଜ ପିଲାଙ୍କୁ ମଧ୍ୟ ସେହି କ୍ଷେତ୍ରରେ ଦେଖିବାକୁ ଚାହାନ୍ତି। ଏମିତିରେ ସେମାନେ ପିଲାର ରୁଚି ଏବଂ ସ୍ବପ୍ନକୁ ଗୁରୁତ୍ୱ ନ ଦେଇ ବାରମ୍ବାର ଅନ୍ୟ ସହ ତୁଳନା କରିବା ଦ୍ୱାରା ପିଲା ଉପରେ ନକାରାତ୍ମକ ପ୍ରଭାବ ପଡ଼ିଥାଏ। ଫଳରେ ପିଲାର ମନୋବଳ ଭାଙ୍ଗିଯାଏ ଏବଂ ସେ କୌଣସି କ୍ଷେତ୍ରରେ ଭଲ ପ୍ରଦର୍ଶନ କରିବାରୁ ବଞ୍ଚତ୍ତ ହୋଇଥାଏ। ତେଣୁ ଏପରି ନ କରି ପିଲାର ଇଚ୍ଛା ଜାଣି ଆଗକୁ ବଢ଼ିବାରେ ସହଯୋଗ କରିବା ହିଁ ବୁଦ୍ଧିମତ୍ତାର କାର୍ଯ୍ୟ।
ପ୍ରୋତ୍ସାହିତ କରନ୍ତୁ: ବର୍ତ୍ତମାନ ରୋଜଗାର ଲାଗି ଅନେକ ମାର୍ଗ ରହିଛି। ତେଣୁ ଆପଣଙ୍କ ପିଲା କେଉଁ କ୍ଷେତ୍ରରେ ଦକ୍ଷ ଏବଂ ପାରଙ୍ଗମ ଏବଂ ଯଦି ସେ ତାକୁ ନେଇ କ୍ୟାରିୟର ଗଢ଼ିବାର ସ୍ବପ୍ନ ଦେଖୁଛି , ତେବେ ଆବଶ୍ୟକ ପ୍ରୋତ୍ସାହନ ଯୋଗାଇ ଦିଅନ୍ତୁ। ଦେଖିବେ ସେ ନିଶ୍ଚୟ ସଫଳତାର ଶୀର୍ଷକୁ ଯାଇ ଆପଣଙ୍କ ପାଇଁ ଗୌରବ ଆଣିଦେବ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri