Categories: ଜାତୀୟ

ବିନା ପାଇଲଟର ଡ୍ରୋନ୍ ରୁସ୍ତମ-୨ର ସଫଳ ପରୀକ୍ଷଣ

ଚିତ୍ରଦୁର୍ଗ,୧୦ ।୧୦: ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ(ଡିଆର୍‌ଡିଓ)ଶୁ୍‌କ୍ରବାର ସ୍ୱଦେଶୀ ପ୍ରୋଟୋଟାଇପ୍ ଡ୍ରୋନ୍ ରୁସ୍ତମ-୨ର ଫ୍ଲାଇଟ୍ ଟେଷ୍ଟିଂ କରିଛି । କର୍ନାଟକର ଚିତ୍ରଦୁର୍ଗରେ ରୁସ୍ତମ-୨ ପ୍ରାୟ ୧୬,୦୦୦ଫୁଟ ଉଚ୍ଚତାରେ ୮ ଘଣ୍ଟାର ଉଡାଣ କରିଛି । ଆଶା କରାଯାଇଛି ଏହି ପ୍ରୋଟୋଟାଇପ୍ ଡ୍ରୋନ୍ ରୁସ୍ତମ-୨, ୨୦୨୦ ଶେଷ ବେଳକୁ ୨୬ ହଜାର ଫୁଟ ଓ ୧୮ ଘଣ୍ଟାର ସ୍ଥିରତା ହାସଲ କରିପାରିବ । ଡିଆର୍‌ଡିଓ ଦ୍ୱାରା ଏହା ସେନାକୁ ସହାୟତା କରିବାକୁ ନିର୍ମାଣ କରାଯାଇଛି । ଏହାର ବ୍ୟବହାର ଶତ୍ରୁକୁ ଖୋଜିବା, ଶତ୍ରୁ ଉପରେ ନଜର ରଖିବା, ଟାର୍ଗେଟ ଉପରେ ସଠିକ ଅନୁମାନ ଲଗାଇବା ଇତ୍ୟାଦି । ସୂଚନାଯୋଗ୍ୟ, ଆମେରିକା ତା’ର ଶତ୍ରୁମାନଙ୍କ ଉପରେ ଆକ୍ରମଣ କରିବା ପୂର୍ବରୁ ଏହି ଡ୍ରୋନ୍‌ର ବ୍ୟବହାର କରିଥାଏ । ଏହାପୂର୍ବରୁ ସେପ୍ଟେମ୍ବର ୨୦୧୯ରେ ଏହାର ପରୀକ୍ଷଣ ସଫଳ ହୋଇ ନ ଥିଲା । ଚିତ୍ରଦୁର୍ଗରେ ହିଁ ଏହାର ପରୀକ୍ଷଣ ସମୟରେ ଏହା କ୍ରାସ୍ ହୋଇଯାଇଥିଲା ।

Share