Categories: ଜାତୀୟ

ସୀମାରେ ଡିଆର୍‌ଡିଓ ଲ୍ୟାବ୍‌: ଏଲ୍‌ଓସି-ଏଲ୍‌ଏସି ଉପରେ ରହିବ କଡ଼ା ନଜର

ନୂଆଦିଲ୍ଲୀ,୧।୧୨: ସୀମାରେ ଗବେଷଣା ଜାରି ସହିତ ଏଲ୍‌ଓସି-ଏଲ୍‌ଏସି ଉପରେ କଡ଼ା ନଜର ରଖିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ଏଠାରେ ରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ(ଡିଆର୍‌ଡିଓ )ର ଥିବା ୨ଟି ଲ୍ୟାବ୍‌କୁ ମିଶାଇ ଏକ ବଡ଼ ଲ୍ୟାବ କରାଯାଇଛି। ଏହି ଲ୍ୟାବ୍‌ ଅରୁଣାଚଳପ୍ରଦେଶ ଠାରୁ ଆରମ୍ଭ କରି ଲଦାଖ ଅଞ୍ଚଳରେ ଗବେଷଣା କରିବ। ଏହା ସହିତ ଏସବୁ ଅଞ୍ଚଳରେ ଥିବା ଅନ୍ତର୍ଜାତୀୟ ସୀମାରେ ହେଉଥିବା ଶତ୍ରୁ କାର୍ଯ୍ୟ କଳାପ ଉପରେ ମଧ୍ୟ ତୀକ୍ଷ୍‌ଣ ଦୃଷ୍ଟି ରଖିବାକୁ ସକ୍ଷମ ହେବ। ଡିଆର୍‌ଡିଓ ପକ୍ଷରୁ ମନାଲିଠାରେ ଥିବା ବରଫ ଏବଂ ହିମସ୍ଖଳନ ଅଧ୍ୟୟନ ସଂସ୍ଥା ଏବଂ ଦିଲ୍ଲୀରେଠାରେ ଥିବା ରକ୍ଷା ଭୂଭାଗ ଗବେଷଣା ପ୍ରୟୋଗଶାଳାକୁ ମିଶାଇ ଡିଫେନ୍ସ୍‌ ଜିଓ ଇନଫରମେଟିକ୍ସ୍‌ ରିସର୍ଚ୍ଚ ଏଷ୍ଟାବ୍ଲିଶ୍‌ମେଣ୍ଟ ସ୍ଥାପନା କରାଯାଇଛି। ଏହି ଲ୍ୟାବ ପାକିସ୍ତାନ ଏବଂ ଚାଇନାର ପ୍ରତିଟି କାର୍ଯ୍ୟ ଉପରେ ଦୃଷ୍ଟି ରଖି ପାରିବ ବୋଲି କୁହାଯାଉଛି।

Share