Posted inଖେଳ

ଟିମ୍‌ ଇଣ୍ଡିଆର ପୂର୍ଣ୍ଣକାଳୀନ କୋଚ୍‌ ହେବେ କି? ଦ୍ରାବିଡ ଦେଲେ ଏଭଳି ଜବାବ

କଲମ୍ବୋ,୩୦।୭: ଶ୍ରୀଲଙ୍କା ବିପକ୍ଷ ସୀମିତ ଓଭର ସିରିଜ ପାଇଁ ଭାରତୀୟ ଦଳର କୋଚିଂ ଦାୟିତ୍ୱ ଗ୍ରହଣ କରିଥିଲେ ରାହୁଲ ଦ୍ରାବିଡ। ଆଗାମୀ ଦିନରେ ପୂର୍ଣ୍ଣକାଳୀନ ଭିତ୍ତିରେ ଜାତୀୟ ଦଳର କୋଚ୍‌ ହେବେ କି ପ୍ରଶ୍ନରେ ସେ କିଛି ଚିନ୍ତା କରି ନ ଥିବା କହିଛନ୍ତି। ତେବେ ଶ୍ରୀଲଙ୍କାରେ ଦଳର ପ୍ରଶିକ୍ଷଣ ଅଭିଜ୍ଞତାକୁ ସେ ଉପଭୋଗ କରିଥିବା କହିଛନ୍ତି।

ଦ୍ରାବିଡ ତୃତୀୟ ତଥା ଅନ୍ତିମ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ ପରେ ଗୁରୁବାର ରାତିରେ ଏକ ଭର୍ଚୁଆଲ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ମୁଁ ଏହି ଅଭିଜ୍ଞତାକୁ ଉପଭୋଗ କରିଛି। ଆଗକୁ କ’ଣ ହେବ ସେ ବିଷୟରେ ବାସ୍ତବରେ ମୁଁ ଚିନ୍ତା କରିନାହିଁ। ଭବିଷ୍ୟତରେ ଯଦି ସୁଯୋଗ ମିଳେ ତେବେ କୋଚିଂ ପଦ ଗ୍ରହଣ କରିବାକୁ ଚାହାନ୍ତି କି ନାହିଁ ନେଇ ରାହୁଲ କହିଛନ୍ତି, ସତ କହିବାକୁ ଗଲେ ମୁଁ ବର୍ତ୍ତମାନ ଯାହା କରୁଛି ସେଥିରେ ଖୁସି। ଏହି ଗସ୍ତ ବ୍ୟତିତ ଅନ୍ୟ କିଛି ବିଷୟରେ ଚିନ୍ତା କରିନାହିଁ। ମୁଁ ଅଭିଜ୍ଞତାକୁ ଉପଭୋଗ କରିଛି। ମୋତେ ଏହି ଖେଳାଳିମାନଙ୍କ ସହ କାମ କରିବା ଆନନ୍ଦ ଦେଇଛି। ଏହା ଚମତ୍କାର ଥିଲା। ଏବେ ମୁଁ ଅନ୍ୟ କିଛି ବିଷୟରେ ଚିନ୍ତା କରିନାହିଁ। ପୂର୍ଣ୍ଣକାଳୀନ ଭୂମିକା ଗ୍ରହଣ କରିବାରେ ବହୁତ ଚ୍ୟାଲେଞ୍ଜ ଅଛି ତେଣୁ ମୁଁ ପ୍ରକୃତରେ ସେ ବିଷୟରେ ଜାଣି ନ ଥିବା ସେ କହିଛନ୍ତି।

ପ୍ରକାଶ ଯେ, ଭାରତୀୟ ଟିମ୍‌ର ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ ଏବେ ଭାରତୀୟ ଟେଷ୍ଟ ଟିମ୍‌ ସହ ଅଛନ୍ତି। ଶାସ୍ତ୍ରୀଙ୍କ ଚୁକ୍ତିନାମା ଟି୨୦ ବିଶ୍ୱକପ୍‌ ଶେଷ ହେବା ପର୍ଯ୍ୟନ୍ତ ଅଛି। ଭାରତୀୟ ପ୍ରଶିକ୍ଷକଙ୍କ ପଦ ପାଇଁ ସର୍ବାଧିକ ବୟସ ସୀମା ୬୦ ବର୍ଷ ହୋଇଥିବା ବେଳେ ୫୯ ବର୍ଷ ବୟସରେ ଶାସ୍ତ୍ରୀ ପୁନର୍ବାର ଆବେଦନ କରିବାକୁ ଚାହୁଁଛନ୍ତି କି ନାହିଁ ତାହା ଏଯାବତ ସ୍ପଷ୍ଟ ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଡେଙ୍ଗୁ, ଚିକୁନଗୁନିଆରେ ପୀଡ଼ିତ ଅଛନ୍ତି କ୍ରିକେଟର ଚହଲ

ପୁଣେ,୧୮ା୧୨: ଲେଗ୍‌ ସ୍ପିନର ୟୁଜବେନ୍ଦ୍ର ଚହଲ ଡେଙ୍ଗୁ ଓ ଚିକନଗୁନିଆରେ ପୀଡ଼ିତ ଅଛନ୍ତି। ଏଥିଯୋଗୁ ସେ ଗୁରୁବାର ଝାଡ଼ଖଣ୍ଡ ଓ ହରିୟାଣା ମଧ୍ୟରେ ଖେଳାଯାଇଥିବା ସୟଦ...

ନାବାଳିକା ବଳାତ୍କାର ମାମଲାର ଆସିଲା ରାୟ: ଅଭିଯୁକ୍ତଙ୍କୁ ମିଳିଲା ଏଭଳି ଦଣ୍ଡ, ଜାଣନ୍ତୁ…

ଫୁଲବାଣୀ,୧୮ା୧୨(ରାକେଶ କୁମାର ରାଉତ): ଜଣେ ନାବାଳିକାଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାର ବିଚାର କରି ଗୁରୁବାର ଫୁଲବାଣୀ ପୋକ୍‌ସୋ କୋର୍ଟ ବିଚାରପତି ମନୋରଞ୍ଜନ ଦାସ ଅଭିଯୁକ୍ତଙ୍କୁ...

ରେଳଯାତ୍ରୀଙ୍କୁ ବଡ଼ ଝଟ୍‌କା: ପ୍ଲେନ୍‌ ଭଳି ଏବେ…

ନୂଆଦିଲ୍ଲୀ, ୧୮।୧୨: ଟ୍ରେନ୍‌ ଯାତ୍ରା କରୁଥିବା ଯାତ୍ରୀମାନେ ନିର୍ଦ୍ଧାରିତ ସୀମାରୁ ଅଧିକ  ସାମଗ୍ରୀ ନେଲେ ଶୁଳ୍କ ଦେବାକୁ ପଡ଼ିବ। ଏନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ...

ମା’ଙ୍କ ମୃତ୍ୟୁ ଖବର ପାଇ ଧାଇଁ ଆସିଥିଲେ, ଦ୍ୱାଦଶାହରେ ଚାଲିଗଲା ପୁଅଙ୍କ ଜୀବନ, ଗାଁରେ ଶୋକାକୂଳ ପରିବେଶ…

ଦିଗପହଣ୍ଡି,୧୮।୧୨(ଅଶେଷ ନାଥ ମିଶ୍ର): ମା’ଙ୍କ ମୃତ୍ୟୁ ଖବର ଶୁଣି ମୁମ୍ବାଇରୁ ଧାଇଁ ଆସିଥିଲେ ପୁଅ। ହେଲେ ଦ୍ୱାଦଶାହରେ ଚାଲିଗଲା ଜୀବନ।  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ...

ସ୍କୁଲରେ ମଦ୍ୟପ ଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ: ୩୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଗୋଡେଇ ଗୋଡେଇ ନିସ୍ତୁକ ପିଟିଲେ

ଅନୁଗୋଳ,୧୮ା୧୨: ଅନୁଗୁଳ ଜିଲା ପାଳଲହଡ଼ା ବ୍ଲକ ସାନବାଗଦରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ମଦ୍ୟପ ଶିକ୍ଷକଙ୍କ କାର୍ଯ୍ୟକଳାପକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ସହକାରୀ...

ମୁଣ୍ଡରେ ପଡ଼ିଲା ଅମୃତଭଣ୍ଡା: ଚାଲିଗଲା ମହିଳାଙ୍କ ଜୀବନ

ବାଲିଗୁଡ଼ା,୧୮ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଗୋଛାପଡ଼ା ଗ୍ରାମରେ ଗୁରୁବାର ଏକ ଅଘଟଣ ଘଟିଛି। ଅମୃତଭଣ୍ଡା ତୋଳିବା ବେଳେ ଅମୃତଭଣ୍ଡା ମୁଣ୍ଡରେ ପଡି...

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା: ମିଳିବ ୫୧,୦୦୦ ଟଙ୍କା, ଜାଣନ୍ତୁ ଯୋଗ୍ୟତା ଓ କିପରି କରିବେ ଆବେଦନ

ଭୁବନେଶ୍ୱର,୧୮ା୧୨: ରାଜ୍ୟର ଗରିବ ଓ ଆର୍ଥିକ ଅନଗ୍ରସର ପରିବାରର ଝିଅମାନଙ୍କ ବିବାହ ପାଇଁ ଓଡ଼ିଶା ସରକାର ଏକ ବଡ଼ ଘୋଷଣା କରିଛନ୍ତି। ନୂତନ ଭାବେ ଆରମ୍ଭ...

ଈଶାନ କିସାନଙ୍କ ଧୂଆଁଧାର ଶତକ: ସୟଦ ମୁସ୍ତାକ ଅଲି ଟ୍ରଫି ଜିତିଲା ଝାଡ଼ଖଣ୍ଡ

ପୁନେ,୧୮ା୧୨: ଅଧିନାୟକ ଇଶାନ କିଶନଙ୍କ ଧୂଆଁଧାର ଶତକ ବଳରେ ଝାଡ଼ଖଣ୍ଡ କ୍ରିକେଟ ଦଳ ଏକ ନୂଆ ଇତିହାସ ରଚିଛି। ଗୁରୁବାର ପୁଣେର MCA ଷ୍ଟାଡିୟମଠାରେ ଅନୁଷ୍ଠିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri