Categories: ଖେଳ

ବିରାଟଙ୍କୁ ଖାସ୍‌ ଉପହାର ଦେଲେ ଦ୍ରାବିଡ

ମୋହାଲି,୪।୩:ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ମୋହାଲିରେ ଖେଳାଯାଉଛି। ଏହା ହେଉଛି ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ୧୦୦ ତମ ମ୍ୟାଚ। ଏହି ସଫଳତା ହାସଲ କରିବାରେ ସେ ହେଉଛନ୍ତି ଦ୍ୱାଦଶ ଭାରତୀୟ ଖେଳାଳି। ବିରାଟଙ୍କ ୧୦୦ ତମ ମ୍ୟାଚରେ ଭାରତୀୟ କୋଚ ରାହୁଲ ଦ୍ରାବିଡ ତାଙ୍କୁ ଏକ ସ୍ବତନ୍ତ୍ର କ୍ୟାପ ଦେଇଥିଲେ। ଏହି ସ୍ବତନ୍ତ୍ର କ୍ୟାପରେ ୧୦୦ ଲେଖାଯାଇଥିଲା। ଏହି ଅବସରରେ ବିରାଟଙ୍କ ସ୍ତ୍ରୀ ଅନୁଷ୍କା ଶର୍ମା ଏବଂ ତାଙ୍କ ଭାଇ ମଧ୍ୟ ପଡିଆରେ ଉପସ୍ଥିତ ଥିଲେ।
ସ୍ବତନ୍ତ୍ର କ୍ୟାପ ପାଇବା ପରେ ବିରାଟ କହିଛନ୍ତି, ଏହା ମୋ ପାଇଁ ଏକ ବିଶେଷ ମୁହୂର୍ତ୍ତ। ମୋ ସ୍ତ୍ରୀ ଏବଂ ଭାଇ ଏଠାରେ ଅଛନ୍ତି। ସମସ୍ତେ ବହୁତ ଖୁସି । ଏହା ଏକ ଦଳଗତ ଖେଳ ଏବଂ ସମସ୍ତଙ୍କ ବିନା ଏହା ସମ୍ଭବ ନୁହେଁ। ବିସିସିଆଇକୁ ମଧ୍ୟ ଧନ୍ୟବାଦ।

Share