ନୂଆଦିଲ୍ଲୀ,୩୦ା୧୦: ଆସନ୍ତା ୫ରୁ ୧୪ ତାରିଖ ପର୍ଯ୍ୟନ୍ତ ଓମାନର ମସ୍କଟଠାରେ ଏସିସି ପୁରୁଷ ୧୯ ବର୍ଷରୁ କମ୍ ଏସିଆନ କପ୍ ଖେଳାଯିବ। ଏଥିଲାଗି ଘୋଷିତ ଭାରତୀୟ ଦଳରେ କର୍ନାଟକର ଅନଭୟ ଡ୍ରାଭିଡ୍ ଓ ଦିଲ୍ଲୀର ଆର୍ଯ୍ୟବୀର ସେହ୍ବାଗ ସ୍ଥାନ ପାଇଛନ୍ତି।
ସେମାନେ ହେଲେ ଯଥାକ୍ରମେ ପୂର୍ବତନ ଭାରତୀୟ କ୍ରିକେଟର ରାହୁଲ ଡ୍ରାଭିଡ୍ ଓ ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ। ନିକଟରେ ଶେଷ ହୋଇଥିବା ଭିନୁ ମଙ୍କଡ ଟ୍ରଫିରେ ଉଭୟ ଅନଭୟ ଓ ଆର୍ଯ୍ୟବୀରଙ୍କ ପ୍ରଦର୍ଶନ ଉଲ୍ଲେଖନୀୟ ରହିଥିଲା। ୧୭ ବର୍ଷୀୟ ଅନଭୟ ଗତ ଜୁଲାଇରେ ହମ୍ବନଟୋଟାଠାରେ ଶ୍ରୀଲଙ୍କା ବିପକ୍ଷ ୟୁଥ ଦିନିକିଆରେ ୬୭ ବଲରେ ୮୭ ରନର ଇନିଂସ ଖେଳି ନିଜ ଦକ୍ଷତାର ପରିଚୟ ଦେଇଥିଲେ।
ସେହିଭଳି ୧୯ ବର୍ଷୀୟ ଆର୍ଯ୍ୟବୀର ମଙ୍କଡ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ୧୪୩ ବଲରେ ୧୭୩ ରନ କରିଥିଲେ। ଲକ୍ଷ୍ୟ ରାଇଚନ୍ଦାନିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଗ୍ରୁପ୍-ଏ’ରେ ୟୁଏଇ, ନେପାଳ ଓ ପାକିସ୍ତାନ ସହ ସ୍ଥାନ ପାଇଛି।