Categories: ଜାତୀୟ

ସମର୍ଥନ ପାଇଁ ଦ୍ରୌପଦୀ ମୁର୍ମୁଙ୍କ ଦକ୍ଷିଣ ଭାରତ ଗସ୍ତ…

ଚେନ୍ନାଇ, ୨।୭ : ଭାଜପା ନେତୃତ୍ୱାଧିନ ଏନଡ଼ିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ସମର୍ଥନ ଯୋଗାଡ଼ ପାଇଁ ଦକ୍ଷିଣ ଭାରତ ଗସ୍ତ କରିଛନ୍ତି। ଏହି ମର୍ମରେ ସେ ଶନିବାର ତାମିଲନାଡୁରେ ଏଆଇଏଡିଏମ୍‌କେ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଇ.ପାଲାନିସାମୀ ଏବଂ ଓ.ପନିରସେଲଭାମ୍‌ଙ୍କୁ ଭେଟିଛନ୍ତି। ଏହା ସହିତ ସେ ରାଜ୍ୟର ଅନ୍ୟାନ୍ୟ ନେତାଙ୍କ ସହିତ ସାକ୍ଷାତ୍‌ ଆଲୋଚନା କରିଛନ୍ତି।

ଏହା ସହିତ ସେ ପୁଡୁଚେରୀ ଗସ୍ତ କରି ମୁଖ୍ୟମନ୍ତ୍ରୀ ଏନ୍‌.ରଙ୍ଗାସ୍ବାମୀଙ୍କୁ ଭେଟିଛନ୍ତି।

ଏନଡ଼ିଏର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିବା ପରେ ଏହା ତାଙ୍କର ପ୍ରଥମ ଗସ୍ତ। ମୁର୍ମୁଙ୍କୁ ଏନଡ଼ିଏର ସହଯୋଗୀ ଦଳଙ୍କ ସମର୍ଥନ ପ୍ରାପ୍ତ ହୋଇଛି।

Share