ଆଜି ଓଡ଼ିଶା ଆସୁଛନ୍ତି ଦ୍ରୌପଦୀ

ଭୁବନେଶ୍ୱର,୮ା୭(ବ୍ୟୁରୋ): ଭାଜପା ସମର୍ଥିତ ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ତଥା ଓଡ଼ିଆ ଆଦିବାସୀ ନେତ୍ରୀ ଦ୍ରୌପଦୀ ମୁର୍ମୁ ଶୁକ୍ରବାର ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ରାଷ୍ଟ୍ରପତି ନିର୍ବାଚନରେ ଭୋଟ ଦେବା ଲାଗି ପ୍ରାୟ ସବୁ ରାଜ୍ୟ ଗସ୍ତ କରୁଥିବାବେଳେ ଏହି କ୍ରମରେ ସେ ଓଡ଼ିଶା ଆସୁଛନ୍ତି। ଦଳମତ ନିର୍ବିଶେଷରେ ସେ ସମସ୍ତଙ୍କ ସମର୍ଥନ ଲୋଡ଼ିବେ। ଅନ୍ୟପଟେ ତାଙ୍କୁ ସ୍ବାଗତ କରିବା ଲାଗି ଉଭୟ ଭାଜପା ଏବଂ ବିଜେଡି ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି। ଦ୍ରୌପଦୀ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ସ୍ବାଗତ କରିବା ଲାଗି ଭାଜପାର ପ୍ରାୟ ସମସ୍ତ ବିଧାୟକ, ଏମ୍‌ପି, ରାଜ୍ୟର ଜଣେ କେନ୍ଦ୍ରମନ୍ତ୍ରୀ ଏବଂ ବିଜେଡିର ଏକ ଟିମ୍‌ ମଧ୍ୟ ଉପସ୍ଥିତ ରହିବେ। ସମସ୍ତେ ତାଙ୍କୁ ବିମାନବନ୍ଦରରୁ ସ୍ବାଗତ କରିବା ପରେ ସେଠାରୁ ସେ ସିଧାସଳଖ ରାଜ୍ୟ ଅତିଥି ଭବନ ଯିବେ। ଅନ୍ୟପଟେ ତାଙ୍କ ସହ ଭାଜପାର ଦୁଇ ବରିଷ୍ଠ ନେତା ଗଜେନ୍ଦ୍ର ସିଂ ଶେଖାଓ୍ବତ ଏବଂ ବିନୋଦ ତାଉଡେ ଆସିବା କାର୍ଯ୍ୟକ୍ରମ ରହିଛି। ସେଠାରେ କିଛି ସମୟ ରହିବା ପରେ ପୂର୍ବାହ୍ନ ୧୦ଟା ସମୟରେ ଦ୍ରୌପଦୀ ବିଧାନସଭାରେ ପହଞ୍ଚିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେଠାରେ ତାଙ୍କୁ ସ୍ବାଗତ କରିବା ସହ ଏକ ବୈଠକ କରିବା କାର୍ଯ୍ୟକ୍ରମ ରହିଛି। ବିଧାନସଭାରେ ସମସ୍ତ ମନ୍ତ୍ରୀ, ବିଧାୟକମାନଙ୍କୁ ନବୀନ ଏହି ଅବସରରେ ଦ୍ରୌପଦୀଙ୍କୁ ଭୋଟ ଦେବା ସପକ୍ଷରେ କହିବେ। ଯେମିତି ରାଜ୍ୟର ସବୁ ଭୋଟ ଦ୍ରୌପଦୀଙ୍କ ସପକ୍ଷରେ ଯିବ ସେନେଇ ନବୀନ ଗୁରୁତ୍ୱ ଦେଇ ଆସୁଛନ୍ତି। ଏନ୍‌ଡିଏ ଦ୍ରୌପଦୀଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରିବା ପରେ ଏ ସମ୍ପର୍କରେ ଆଗରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋଚନା କରିଥିବା ନବୀନ କହିବା ସହ ସମର୍ଥନ କରିବା ନେଇ ଘୋଷଣା କରିଥିଲେ। ଏହାପରେ ଦଳମତ ନିର୍ବିଶେଷରେ ଦ୍ରୌପଦୀଙ୍କୁ ଭୋଟ ଦେବା ଲାଗି ମଧ୍ୟ ମୁଖ୍ୟମନ୍ତ୍ରୀ ଟୁଇଟ୍‌ କରି ଜଣାଇଥିଲେ। ସେହି ଅନୁଯାୟୀ ମୁଖ୍ୟମନ୍ତ୍ରୀ ସ୍ବାଧୀନ ବିଧାୟକ ମକରନ୍ଦ ମୁଦୁଲିଙ୍କୁ ଭେଟି ସମର୍ଥନ ଲୋଡ଼ିଥିବା ବେଳେ ବିଜେଡିର ଆଉ କେତେଜଣ ବିଧାୟକ କଂଗ୍ରେସର ବିଧାୟକମାନଙ୍କୁ ସାକ୍ଷାତକରି ଦ୍ରୌପଦୀଙ୍କୁ ଭୋଟ ଦେବା ଲାଗି ଅନୁରୋଧ କରି ଭେଟିବା ସମୟର ଫଟୋ ପୋଷ୍ଟ କରିଛନ୍ତି। ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଶରତ ପଟ୍ଟନାୟକ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ବିଧାୟକ ମହମ୍ମଦ ମୋକିମ, ସୁରେଶ କୁମାର ରାଉତରାୟ, ରାଜନ ଏକ୍କାଙ୍କୁ ବିଜେଡି ବିଧାୟକ, ମନ୍ତ୍ରୀମାନେ ସାକ୍ଷାତକରି ଓଡ଼ିଆ ଝିଅ ଦ୍ରୌପଦୀଙ୍କୁ ସମର୍ଥନ କରିବା ଲାଗି କହିଛନ୍ତି। ଅନ୍ୟପକ୍ଷରେ ଦ୍ରୌପଦୀଙ୍କ ସ୍ବାଗତରେ ଯେପରି ସାମାନ୍ୟତମ ହେଳା ନ ହୁଏ ସେଦିଗରେ ମଧ୍ୟ ବିଜେଡି ସମ୍ପୂର୍ଣ୍ଣ ପ୍ରସ୍ତୁତି ଚଳାଇଛି। ବାଜା, ବାଣ ସହ ରାଲିର ବ୍ୟବସ୍ଥା ମଧ୍ୟ ହୋଇଛି। ବିଧାନସଭାରେ ବୈଠକ ଶେଷ ହେବାପରେ ପୁଣି ଅତିଥି ଭବନ ହୋଇ ସେ ଦିଲ୍ଲୀ ଫେରିଯିବା କାର୍ଯ୍ୟକ୍ରମ ରହିଛି। ଅନ୍ୟପଟେ ବିରୋଧୀ ମେଣ୍ଟର ରାଷ୍ଟ୍ରପତି ପ୍ରାର୍ଥୀ ଯଶଓ୍ବନ୍ତ ସିହ୍ନା ଭୋଟ ଭିକ୍ଷା କରିବା ପାଇଁ ଗତ ବୁଧବାର ଆସିବାର ଥିବାବେଳେ ଏହି କାର୍ଯ୍ୟକ୍ରମ ବାତିଲ ହୋଇଯାଇଛି। ତେବେ ସିହ୍ନା କେବେ ଆସିବେ ସେନେଇ ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ପର୍କରେ କୌଣସି ଖବର ଆସି ନ ଥିବା କଂଗ୍ରେସ ବିଧାୟକ ମହମ୍ମଦ ମୋକିମ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

ଟ୍ରମ୍ପଙ୍କ ଅଲ୍ଟିମେଟମ୍‌: ଆଜି ରାତିରେ ଗୋଟିଏ ସଭ୍ୟତାର ବିନାଶ ନିଶ୍ଚିତ, ବିଶ୍ୱରେ ଚହଳ

ୱାଶିଂଟନ/ତେହେରାନ,୭।୪: ହର୍ମୁଜ ପ୍ରଣାଳୀ ଖୋଲିବାକୁ ନେଇ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବିସ୍ଫୋରକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri