ନାଟକ ମୋର ପ୍ରଥମ ପ୍ରେମ

ଜାତୀୟ ପୁରସ୍କାରପ୍ରାପ୍ତ ରଜିତ କପୁର ବଲିଉଡ୍‌ର ଜଣେ ଜଣାଶୁଣା ଅଭିନେତା। ଅଭିନୟ ଛଡ଼ା ସେ ପ୍ରଯୋଜନା, ନିର୍ଦ୍ଦେଶନା ତଥା କାହାଣୀ ମଧ୍ୟ ଲେଖିଥାନ୍ତି। ୧୯୯୩ର ବ୍ୟୋମକେଶ ବକ୍ସି ଏବଂ ୧୯୯୬ରେ ମହାତ୍ମା ଗାନ୍ଧୀଙ୍କ ଚରିତ୍ର ତାଙ୍କୁ ଦର୍ଶକଙ୍କ ମହଲରେ ବେଶ୍‌ ଲୋକପ୍ରିୟ କରିଥିଲା। ଏହି ୨ ଚରିତ୍ରରେ ସେ ନିଜର ଦମ୍‌ଦାର ଅଭିନୟର ଛାପ ଛାଡ଼ିଛନ୍ତି। ଦ ମେକିଙ୍ଗ ଅଫ ମହାତ୍ମା, ସୁରଜ କା ସାତଭନ ଘୋଡ଼ା, ଅଗ୍ନିସାକ୍ଷୀ, କମର୍ସିଆଲ ଫିଲ୍ମ କିକ୍‌, ଉରି: ଦ ସର୍ଜିକାଲ ଷ୍ଟ୍ରାଇକ୍‌, ରାଜି ଓ ଟିଭି ସିରିଜ ବ୍ୟୋମକେଶ ବକ୍ଶି ପ୍ରମୁଖରେ ସେ ଅଭିନୟ କରିଛନ୍ତି। ନିକଟରେ ରକେଟ୍ରି ଦ ନ୍ୟାମ୍ବି ଇଫେକ୍ଟରେ ସେ ନଜର ଆସିଥିଲେ। ଫିଲ୍ମ, ଧାରାବାହିକ ବ୍ୟତୀତ ସେ ବିଭିନ୍ନ ସ୍ଥାନକୁ ଯାଇ ନାଟକ ପରିବେଷଣ କରନ୍ତି। ସେ ଓଡ଼ିଶାର ଜନଜାତିଙ୍କୁ ନେଇ ରଚିତ ନାଟକ ମହୁଆରେ ମଧ୍ୟ ନିର୍ଦ୍ଦେଶନା ଦେଇଛନ୍ତି। ପୂର୍ବରୁ ସେ ୨ଥର ଭୁବନେଶ୍ୱର ଆସିଛନ୍ତି। ଶୁକ୍ରବାର ଭୁବନେଶ୍ୱରଠାରେ ଜେନ ଫାଉଣ୍ଡେଶନ ପକ୍ଷରୁ ଆୟୋଜିତ ହେବାକୁ ଥିବା ‘ୱାନ୍‌ ଅନ୍‌ ୱାନ’ ନାଟକ ଭିତ୍ତିକ କାର୍ଯ୍ୟକ୍ରମରେ ନାଟକ ପରିବେଷଣ କରିବାକୁ ସେ ଭୁବନେଶ୍ୱର ଆସିଥିବା ବେଳେ ଧରିତ୍ରୀ ସହ ତାଙ୍କର ସ୍ବତନ୍ତ୍ର ସାକ୍ଷାତ୍‌କାର…

ୱାନ୍‌ ଅନ୍‌ ୱାନ୍‌ରେ ଦର୍ଶକ କ’ଣ ଦେଖିବାକୁ ପାଇବେ?
ବହୁ ବ୍ୟକ୍ତି ଭଲ କାହାଣୀ ରଚନା କରିଥାନ୍ତି, ଯାହାକି ପୂର୍ଣ୍ଣ ନାଟକ ହୋଇପାରି ନ ଥାଏ। ସେହି ନାଟକଗୁଡ଼ିକୁ ଦର୍ଶକଙ୍କ ପାଖେ ଉପସ୍ଥାପିତ କରିବା ଦରକାର। ସେହିପରି ୱାନ୍‌ ଅନ୍‌ ୱାନରେ ପରିବେଷିତ ହେବାକୁ ଥିବା କ୍ଷୁଦ୍ର ନାଟକଗୁଡ଼ିକ ଦର୍ଶକଙ୍କୁ ଭିନ୍ନ ଭିନ୍ନ ସ୍ବାଦ ଦେବ। ଦର୍ଶକ ଏହାକୁ ଉପଭୋଗ କରିବେ ବୋଲି ମୁଁ ଆଶା କରୁଛି।
ଓଡ଼ିଶାର ନାଟକ ପରମ୍ପରା ବିଷୟରେ କ’ଣ କହିବାକୁ ଚାହିଁବେ ?
ମୁଁ ଏପର୍ଯ୍ୟନ୍ତ କୌଣସି ଓଡ଼ିଆ ନାଟକ ଦେଖିନାହିଁ। କିନ୍ତୁ ଓଡ଼ିଶାର ନାଟକ, କଳା, ସଂସ୍କୃତି ଅତ୍ୟନ୍ତ ଉଚ୍ଚକୋଟୀର। ମୁଁ ମହୁଆ ନାମକ ଏକ ଓଡ଼ିଆ ନାଟକରେ ନିର୍ଦ୍ଦେଶନା ଦେଇଛି। ଯେଉଁଥିରେ ଓଡ଼ିଶାର ଜନଜାତି ସମ୍ପର୍କରେ ମୁଁ ଜାଣିବାକୁ ପାଇଥିଲି। ନାଟକ ପାଇଁ ଲୋକ ସଙ୍ଗୀତରେ ନିର୍ଦ୍ଦେଶନା ମଧ୍ୟ ଦେଇଛି।
ଆପଣ ଏଠାକୁ ପୂର୍ବରୁ ୨ଥର ଆସିଛନ୍ତି। ଅନ୍ୟ ସହର ତୁଳନାରେ ଏଠାକାର ଦର୍ଶକଙ୍କ ପ୍ରତିକ୍ରିୟା କିଭଳି ରହିଛି?
ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଦର୍ଶକ। କୋଲକାତା, ମହାରାଷ୍ଟ୍ର ଭଳି ସ୍ଥାନରେ ଲୋକମାନେ ପ୍ରେକ୍ଷାଳୟ ପ୍ରାୟ ଯାଆନ୍ତି। ମୁମ୍ବାଇ, ଦିଲ୍ଲୀରେ ଏହା ଅତି କମର୍ସିଆଲ। ମୁଁ ଭାବୁଛି ଭୁବନେଶ୍ୱରରେ ଦର୍ଶକମାନେ ଲୋକନୃତ୍ୟକୁ ବେଶି ପସନ୍ଦ କରନ୍ତି। ଆମକୁ ବିଭିନ୍ନ ପ୍ରକାର ନାଟକ ପରିବେଷଣ କରି ଦର୍ଶକଙ୍କୁ ଆତ୍କୃଷ୍ଟ କରିବାର ଅଛି।
ମହାତ୍ମା ଗାନ୍ଧୀ, ବ୍ୟୋମକେଶ ବକ୍ସି, ଜବାହର ଲାଲ ନେହେରୁଙ୍କ ଚରିତ୍ରରେ ଅଭିନୟ କରିଛନ୍ତି। ଏଥିପାଇଁ ନିଜକୁ କିଭଳି ପ୍ରସ୍ତୁତ କରିଥାନ୍ତି?
ଅଭିନୟ ପୂର୍ବରୁ ଚରିତ୍ରକୁ ଜାଣିବା ଆବଶ୍ୟକ। ଏଥିପାଇଁ ତୁମର ଶାରୀରିକ ଗଠନ ଅପେକ୍ଷା ଚରିତ୍ରର ଗୁରୁତ୍ୱ ଓ ଆବଶ୍ୟକତା ବୁଝିବା ଦରକାର।
ବ୍ୟୋମକେଶ ବକ୍ସି ଏବେ ବି ଲୋକପ୍ରିୟ। ଏହି ସଫଳତା ପାଇଁ ଆପଣ କେତେ ଗୁରୁତ୍ୱ ଦେଇଥିଲେ?
ସେ ଚରିତ୍ର ବହୁ ଲୋକପ୍ରିୟ। ଯାହା ପାଇଁ ଏହା ଅନେକ ସଫଳତା ସାଉଁଟିଥିଲା। ମୋ ପାଇଁ ବାସ୍‌ ତାହା ଏକ କାମ ଥିଲା। ମୁଁ ମୋ କାମ କରି ସାରିବା ପରେ ସେଠାରୁ ଦୂରେଇ ଆସିଥିଲି। କିନ୍ତୁ ଖୁସିର କଥା ତାହା ଏବେ ବି ଲୋକପ୍ରିୟ ଓ ଏବେକାର ପିଢ଼ି ୟୁଟ୍ୟୁବରେ ଏହାକୁ ଦେଖୁଛନ୍ତି।
ନାଟକ ଓ ଚଳଚ୍ଚିତ୍ର ମଧ୍ୟରୁ ଆପଣଙ୍କୁ କେଉଁଟି ଅଧିକ ଶାନ୍ତି ଦେଇଥାଏ?
ନାଟକ ମୋର ପ୍ରଥମ ପ୍ରେମ। ପ୍ରଥମେ ମୁଁ ଜଣେ ନାଟକ କଳାକାର ପରେ ଅଭିନେତା। ଦର୍ଶକଙ୍କ ସହ ସିଧା ସଳଖ ପହଞ୍ଚତ୍ବାରେ ନାଟକ ହିଁ ସୁଯୋଗ ଦିଏ। ନାଟକ ହିଁ କଳାକାର ଓ ଦର୍ଶକଙ୍କ ମଧ୍ୟରେ ଭଲ କେମେଷ୍ଟ୍ରି ସୃଷ୍ଟି କରିଥାଏ। ଯେଉଁଥିପାଇଁ ନାଟକ ମୋର ବେଶି ପସନ୍ଦ।
ଓଟିଟି ପ୍ଲାଟ୍‌ଫର୍ମ ସମ୍ପର୍କରେ କ’ଣ କହିବେ?
ଓଭର ଦ ଟପ୍‌(ଓଟିଟି) ପ୍ଲାଟଫର୍ମ ବର୍ତ୍ତମାନର ଲେଖକ, କଳାକାରଙ୍କ ପାଇଁ ଭଲ ସୁଯୋଗ ସୃଷ୍ଟି କରିଛି। ଦର୍ଶକ ଏଠାରେ ଅନେକ ଅଧ୍ୟାୟ ଦେଖି ପାରିବେ, ଯାହାକି ତାଙ୍କୁ ଚଳଚ୍ଚିତ୍ରର ଅନୂଭୂତି ଆଣିଦେବ।
କୋଭିଡ୍‌ ପରେ ନାଟକର ସ୍ଥିତି କିଭଳି ରହିଛି?
କୋଭିଡ୍‌ ପରେ ନାଟକ ଧୀରେ ଧୀରେ ତା’ର ପୂର୍ବ ସ୍ଥିତିକୁ ଫେରୁଛି। ମୁମ୍ବାଇରେ ଏ ପର୍ଯ୍ୟନ୍ତ ନାଟକ ପରିବେଷଣ ପାଇଁ ସ୍ଥିତି ସ୍ବାଭାବିକ ହୋଇନାହିଁ। ନିକଟରେ ଆମେ ଚଣ୍ଡିଗଡ଼, ଲୁଧିଆନାରେ ନାଟକ କରିଥିଲୁ। ଯେଉଁଠି ଆମେ ଭରପୂର ଦର୍ଶକ ପାଇଥିଲୁ। ଭୁବନେଶ୍ୱରରେ ମଧ୍ୟ ସେଭଳି ଦର୍ଶକଙ୍କ ସଂଖ୍ୟା ଦେଖିବାକୁ ମିଳିବ ବୋଲି ଆଶା।
ଆଗାମୀ ଯୋଜନା କ’ଣ ରହିଛି?
ଆଗାମୀ ବର୍ଷଟି ପାଇଁ ମୋର ନାଟକ ଉପରେ ଲକ୍ଷ୍ୟ ରହିଛି। ମୋର ଅନେକ ଫିଲ୍ମ ରିଲିଜ ହେବାକୁ ଯାଉଛି। ଗୋଲ୍ଡଫିସ୍‌, ଏଜେଣ୍ଟ ଦୁର୍ଗା ଆଦି ସଫଳତା ହାସଲ କରିବ ବୋଲି ଆଶା କରୁଛି।

ସାକ୍ଷାତ୍‌କାର- ଶର୍ମିଷ୍ଠା ପାଣିଗ୍ରାହୀ, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri