ସିଂହଦ୍ୱାର ସମ୍ମୁଖରେ ଭାସିଲା ପେଯ ନଳା ପାଣି

ପୁରୀ,୧୮ା୮(ଅଜିତ୍‌ କୁମାର ମହାନ୍ତି): ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଶନିବାର ସକାଳ ସମୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ପେଯ ନଳା ପାଣି ଭାସିଥିଲା, ଯାହାକୁ ନେଇ ସେବାୟତଙ୍କ ଠାରୁ ଆରମ୍ଭ କରି ଭକ୍ତମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସିଂହଦ୍ୱାର ସମ୍ମୁଖରେ ପ୍ରାୟ ୩ଘଣ୍ଟା ଧରି ଭକ୍ତ ସେବାୟତମାନେ ଡ୍ରେନ୍‌ରୁ ବାହାରୁଥିବା ପେଯ ଓ ନଳା ପାଣି କୁଦି ଶ୍ରୀମନ୍ଦିର ମଧ୍ୟକୁ ଯାଇଥିଲେ। ପ୍ରଶାସନର ଦାୟିତ୍ୱହୀନତାରୁ ଏଭଳି ଘଟିଲା ବୋଲି ସେବାୟତମାନେ କହିଛନ୍ତି।
ଶନିବାର ସକାଳେ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ପେଯନଳାରୁ ନିର୍ଗତ ପାଣି ଭାସିଥିଲା। ପେଯ ପାଣି ବହିବା କାରଣରୁ ଭକ୍ତମାନେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ଭୋଗିଥିଲେ। କେବଳ ଭକ୍ତ ନୁହନ୍ତି, ମହାପ୍ରଭୁଙ୍କ ଦୈନନ୍ଦିନ ପାଳି ଖଟୁଥିବା ସେବକମାନେ ମଧ୍ୟ ଏହି ପେଯ ପାଣିକୁ ପାଦରେ ମାଡ଼ି ଶ୍ରୀମନ୍ଦିରକୁ ଯାଉଥିଲେ। ଅପରପକ୍ଷରେ ପେଯସ୍ରୋତକୁ ସଫା କରିବା ପାଇଁ ନାକେଦମ ହୋଇଥିଲେ ସଫେଇ କର୍ମଚାରୀ। ଦୀର୍ଘ ୩ଘଣ୍ଟା ଝାଡୁ ମାରିବା ପରେ ମଧ୍ୟ ବନ୍ଦ ହୋଇ ନ ଥିଲା ପାଣି ପ୍ରବାହ। ବିଭିନ୍ନ ଗଣମାଧ୍ୟମରେ ଏହି ଖବର ପ୍ରକାଶ ପାଇବା ପରେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଯୟ ଯେନା ଘଟଣାସ୍ଥଳକୁ ଆସି ସ୍ଥିତି ଅନୁଧ୍ୟାନ କରିଥିଲେ। ଟାଟା ଅଧିକାରୀଙ୍କୁ ଡ୍ରେନ୍‌ ସଫା ପାଇଁ ନିର୍ଦ୍ଦେଶ ଦେଇଥିଲେ। ପ୍ରାୟ ୩ଘଣ୍ଟା ପରେ ଟାଟା ଅଧିକାରୀମାନେ ଡ୍ରେନ୍‌ ସଫା କରି ସ୍ଥିତିକୁ ସ୍ବାଭାବିକ କରିଥିଲେ। ଡ୍ରେନ୍‌ ସଫା ହେବାପରେ ପେଯନଳା ପାଣି ଡ୍ରେନ ଦେଇ ଯାଇଥିଲା ଓ ସ୍ଥିତି ସ୍ବାଭାବିକ ହୋଇଥିଲା। ସୂଚନାଯୋଗ୍ୟ ମହାପ୍ରଭୁଙ୍କ ମହାପ୍ରସାଦ ପ୍ରସ୍ତୁତ ପରେ ମହାପ୍ରସାଦରୁ ବାହାରୁଥିବା ପେଯ ଓ ପାଣି ଶ୍ରୀମନ୍ଦିର ରୋଷଶାଳାରୁ ଏକ ନିର୍ଦ୍ଦିଷ୍ଟ ନାଳ ଦେଇ ଶ୍ରୀମନ୍ଦିର ଦକ୍ଷିଣ ପାର୍ଶ୍ୱରେ ଥିବା ଏକ ନାଳଦେଇ ବାହାରକୁ ଆସିଥାଏ। ଉକ୍ତ ନାଳକୁ ପେଯନଳା ବୋଲି କୁହାଯାଇଥାଏ। ପରେ ପେଯଗୁଡିକ ଏକ କୁଣ୍ଡ ଦେଇ ଡ୍ରେନକୁ ଯାଇଥାଏ। ମାତ୍ର ଡ୍ରେନ ଯାମ ହେବା କାରଣରୁ ପେଯ ଓ ନଳା ପାଣି ଓଭର ଫ୍ଲୋ ହୋଇ ଶ୍ରୀମନ୍ଦିର ସିଂହଦ୍ୱାର ଦେଇ ଭାସିଥିଲା, ଯାହାକୁ ସେବାୟତଙ୍କଠାରୁ ଆରମ୍ଭକରି ଭକ୍ତମାନେ କୁଦି ଶ୍ରୀମନ୍ଦିର ମଧ୍ୟକୁ ଯାଇଥିଲେ। ପରିକ୍ରମା ପ୍ରକଳ୍ପର ତରବରିଆ ଭାବରେ ନିର୍ମାଣ ହେବା କାରଣରୁ ଏପରି ସମସ୍ୟା ଦେଖାଯାଉଥିବା ସାଧାରଣରେ ଅଭିଯୋଗ ହୋଇଛି। ସେବାୟତଙ୍କ କହିବା ଅନୁଯାୟୀ ଏପରି ଘଟଣା ପ୍ରଥମ ଥର ହୋଇନାହିଁ। ପୂର୍ବରୁ ମଧ୍ୟ ଏଭଳି ଘଟଣା ଘଟିଛି। ଏନେଇ ପ୍ରଶାସନକୁ ଯଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ପ୍ରଶାସନ ଗୁରୁତ୍ୱର ସହ ନେଉନାହିଁ। ଏହାଦ୍ୱାରା ସେବାୟତଙ୍କ ସହ ଭକ୍ତମାନେ ସମସ୍ୟା ଭୋଗୁଛନ୍ତି। ତେଣୁ ଏପରି ଘଟଣାର ସ୍ଥାୟୀ ସମାଧାନ ହେବା ଆବଶ୍ୟକ ବୋଲି ସେବାୟତମାନେ ଦାବି କରିଛନ୍ତି। ଏନେଇ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଯୟ କୁମାର ଯେନା କହିଛନ୍ତି, ଡ୍ରେନ୍‌ ଚୋକ୍‌ ଯୋଗୁ ଏଭଳି ସମସ୍ୟା ଉପୁଯିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri