ବର୍ଷା ପୂର୍ବରୁ ଡ୍ରେନ୍‌ କାମ ସାରିବାକୁ ତାଗିଦ

ଭୁବନେଶ୍ୱର,୧୩।୬(ବ୍ୟୁରୋ): ଚଳିତବର୍ଷ ପ୍ରଖର ରୌଦ୍ରତାପ ହେଉଥିବା ବେଳେ ମୌସୁମୀ ମଧ୍ୟ ବିଳମ୍ବରେ ଓଡ଼ିଶା ଛୁଇଁବାର ରହିଛି। ତେବେ ବର୍ଷା ଦିନେ ରାଜଧାନୀରେ ଡ୍ରେନ୍‌ ସମସ୍ୟା, ଜଳମଗ୍ନ ଅଞ୍ଚଳ ଆଦି ବିଭିନ୍ନ ସମସ୍ୟା ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପାଇଁ ଚିନ୍ତାର କାରଣ ପାଲଟିଥାଏ। ତେଣୁ ମୌସୁମୀ ବର୍ଷା ଆସିବା ପୂର୍ବରୁ ତୁରନ୍ତ ଡ୍ରେନ୍‌ ସଫା କାମ ସାରିବାକୁ ତାଗିଦ କରିଛନ୍ତି ବିଏମ୍‌ସି କର୍ତ୍ତୃପକ୍ଷ। ଆସନ୍ତା ୭ଦିନ ମଧ୍ୟରେ ବିଏମ୍‌ସି ଅଞ୍ଚଳରେ ଥିବା ସମସ୍ତ ମୁଖ୍ୟ ଡ୍ରେନ ସହ ଶାଖା ଡ୍ରେନ୍‌ଗୁଡିକ ସଫା କରିବାକୁ ସମସ୍ତ ଏଜେନ୍ସିଙ୍କୁ ମେୟର ସୁଲୋଚନା ଦାସ ନିର୍ଦ୍ଦେଶ ଦେଇଛନ୍ତି। ସୋମବାର ବିଏମ୍‌ସି ମୁଖ୍ୟାଳୟ ପରିସରସ୍ଥିତ ଏକାମ୍ର ହଲରେ ଅନୁଷ୍ଠିତ ଏକ ବୈଠକରେ ଏ ନେଇ ଆଲୋନଚା ହୋଇଥିଲା। କେତେକ ୱାର୍ଡରେ ଶତପ୍ରତିଶତ ଡ୍ରେନ ସଫା ହୋଇସାରି ଥିବାବେଳେ କେତେକ ୱାର୍ଡରେ ୯୦ ଓ ଆଉ କେତେକ ୱାର୍ଡରେ ୬୦ରୁ ୮୦ ପ୍ରତିଶତ ଡ୍ରେନ୍‌ ସଫା ହୋଇସାରିଛି। ବାକିଥିବା ଡ୍ରେନଗୁଡିକୁ ତୁରନ୍ତ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ବିଏମ୍‌ସି ଅଞ୍ଚଳରେ ୭୭କିଲୋମିଟର ବିଶିଷ୍ଟ ୧୦ଟି ମୁଖ୍ୟ ଡ୍ରେନ୍‌ ରହିଛି। ସେହିପରି ମହାନଗର ନିଗମ ଅଞ୍ଚଳର ବିଭିନ୍ନ ୱାର୍ଡରେ ପ୍ରାୟ ୯୨୫ କିଲୋମିଟର ଶାଖା ଡ୍ରେନ ରହିଛି। ସେଗୁଡିକ ମଧ୍ୟରୁ ଅନେକ ସଫା ହୋଇସାରିଛି। ବାକିଥିବା ଡ୍ରେନଗୁଡିକରୁ ପଙ୍କୋଦ୍ଧାର କରିବା ସହ ବାହାରୁଥିବା ପଙ୍କକୁ ତୁରନ୍ତ ସ୍ଥାନାନ୍ତର କରିବା ପାଇଁ ମଧ୍ୟ ମେୟର ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ୭ଦିନ ମଧ୍ୟରେ ଡ୍ରେନ ସଫା ନ କଲେ ସମ୍ପୃକ୍ତ ଏଜେନ୍ସି ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥିସହ ବ୍ୟାରିକେଡ୍‌ ହୋଇ ନ ଥିବା ଡ୍ରେନ୍‌ ପାର୍ଶ୍ୱରେ ବ୍ୟାରିକେଡ ନିର୍ମାଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରଥଯାତ୍ରା ଆସୁଥିବାରୁ ଡ୍ରେନ୍‌ ସମେତ ପରିମଳ ବ୍ୟବସ୍ଥାରେ ମଧ୍ୟ ସୁଧାର ଆଣିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଚଳିତବର୍ଷ ଭୁବନେଶ୍ୱରରେ ୫୭ଟି ରଥ ବାହାରିବା ପାଇଁ ନିଷ୍ପତ୍ତି ହୋଇଛି ା ସେଥିପାଇଁ ଡ୍ରେନ ସହ ପରିମଳ ବ୍ୟବସ୍ଥାରେ ଯେପରି କୌଣସି ବ୍ୟତିକ୍ରମ ନ ହୁଏ, ସେଥିପ୍ରତି ସତର୍କ ଦୃଷ୍ଟି ଦେବାକୁ କୁହାଯାଇଛି। ମଙ୍ଗଳବାରଠାରୁ କେଉଁ ୱାର୍ଡରେ କେତେ କିଲୋମିଟର ଡ୍ରେନ ଓ ରାସ୍ତା ରହିଛି, ତାହାକୁ ମାପିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା। ପ୍ରତ୍ୟେକ ୱାର୍ଡର କର୍ପୋରେଟର, ସମ୍ପୃକ୍ତ ଏଜେନ୍ସି ଏବଂ ସାନିଟାରି ଇନ୍ସପେକ୍ଟର ମିଳିତ ଭାବେ ଏହି ମାପ କରିବେ। ଦୁଇ ଦିନ ମଧ୍ୟରେ ରାସ୍ତା ଓ ଡ୍ରେନ ମାପ ଶେଷ କରିବାକୁ ନିଷ୍ପତ୍ତି ହୋଇଛି। ମୌସୁମୀ ଆସିବା ପୂର୍ବରୁ ଜାତୀୟ ରାଜପଥ ପ୍ରାଧିକରଣ ଓ ବିଏମ୍‌ସି ତୁରନ୍ତ କାମ ଶେଷ କରିବା ପାଇଁ ପଦକ୍ଷେପ ନେଇଥିବାବେଳେ ପୂର୍ତ୍ତ ବିଭାଗ କାର୍ଯ୍ୟ କରିବାରେ ବିଳମ୍ବ କରୁଛି। ତେଣୁ ବିଏମ୍‌ସିର କାମ ଶେଷହେବା ପରେ ଆବଶ୍ୟକ ପଡ଼ିଲେ ବିଏମ୍‌ସି ଡ୍ରେନ୍‌ ସଫେଇ କାର୍ଯ୍ୟରେ ପୂର୍ତ୍ତ ବିଭାଗକୁ ସହାୟତା କରିବ ବୋଲି ମେୟର କହିଛନ୍ତି। ବୈଠକରେ ଡେପୁଟି ମେୟର ମଞ୍ଜୁଲତା କଅଁର, ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ ଓ ଶୁଭେନ୍ଦୁ କୁମାର ସାହୁ, ସିଟି ଇଞ୍ଜିନିୟର ଅରୁଣ କୁମାର ନାୟକଙ୍କ ସମେତ ସମସ୍ତ କର୍ପୋରେଟର, ଡେପୁଟି କମିଶନର, ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ, ଇଞ୍ଜିନିୟର, ଏଜେନ୍ସିର କର୍ମକର୍ତ୍ତା ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri