ରାସ୍ତାରେ ଭାସୁଛି ଡ୍ରେନ ପାଣି

ଖୋର୍ଦ୍ଧା,୧୨ା୭(ପ୍ରଭାତ ପାଣିଗ୍ରାହୀ)ଖୋର୍ଦ୍ଧା ସହରର ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି। ଡ୍ରେନ ପାଣି ନିଷ୍କାସନ ହୋଇ ନ ପାରି ରାସ୍ତାକୁ ଉଦ୍‌ବୃତ୍ତ ହୋଇଆସି ବର୍ଷା ଜଳରେ ମିଶୁଥିବାବେଳେ କୁଢ କୁଢ ଆବର୍ଜନା ଭାସୁଥିବା ଦେଖିବାକୁ ମିଳିଛି। ପୌର ପ୍ରଶାସନର ମୋସୁମୀ ପ୍ରାକ୍‌ ପ୍ରସ୍ତୁତି ପଦାରେ ପଡ଼ିଛି।
ୱାର୍ଡ ନଂ ୫ ଦଳିତ ସାହିର ସବୁଠାରୁ ଦୟନୀୟ ସ୍ଥିତି ରହିଛି। ଡ୍ରେନ ସଫା ନ ହେବା ଫଳରେ ଅପରିଷ୍କାର ପାଣି ରାସ୍ତା ଉପରେ ବୋହୁଛି। ଘରେ ଡ୍ରେନ ପାଣି ପଶିଛି। ଅଳିଆ, ଆବଜର୍ନା ନିଷ୍କାସନ ହୋଇ ନ ପାରି ପଚି ଦୁର୍ଗନ୍ଧ ହେଲାଣି। ଲୋକେ ଘରୁ ବାହାରି ପାରୁନାହାନ୍ତି। ଅପରିଷ୍କାର ପାଣିରେ ପଶି ଯାତାୟତ କରିବାକୁ ବାଧ୍ୟ ହେଉଛନ୍ତି। ମୁଖ୍ୟ ରାସ୍ତା ଠାରୁ ତଳେ ରହିଥିବାରୁ ଅସରାଏ ବର୍ଷା ହେଲେ ପାଣି ଜମୁଛି। ଅଗ୍ନିଶମ କାର୍ଯ୍ୟାଳୟ ପାର୍ଶ୍ୱରୁ ଏହି ଅଞ୍ଚଳକୁ ସଂଯୋଗ କରୁଥିବା ସାହି ଡ୍ରେନ ଦୀର୍ଘ ଦିନ ହେଲା ସଫା କରାଯାଇନାହିଁ। ଅପରିଷ୍କାର ପାଣିରେ ମଶା ବଂଶ ବୃଦ୍ଧି ଯୋଗୁ ଅନେକ ଜ୍ୱରରେ ପୀଡିତ ହୋଇଥିବା ସୂଚନା ମିଳିଛି। ସାହି ବାସିନ୍ଦା କହିଛନ୍ତି, ପୌର ପ୍ରଶାସନ ନିକଟରେ ବାରମ୍ବାର ଗୁହାରି ଜଣାଇବା ସ୍ଥାୟୀ ପ୍ରତିକାର କରାଯାଉନାହିଁ। ଆମେ ପୌରାଂଚଳ ବାସିନ୍ଦା। ଆମଠାରୁ ଟିକସ ନେଉଛନ୍ତି। ପୌର ପ୍ରଶାସନ ମୌଳିକ ସୁବିଧା ଯୋଗାଇବାରେ ବିଫଳ ହୋଇଛି।
ଅନ୍ୟପକ୍ଷରେ ଖୋର୍ଦ୍ଧାରେ ଏହା କେବଳ ଗୋଟିଏ ଚିତ୍ର ନୁହଁ। ଏଭଳି ଅନେକ ସାହି ଗଳିକନ୍ଦିର ସମାନ ଦୃଶ୍ୟ ରହିଛି। ଦୀପ ତଳ ଅନ୍ଧାର ଭଳି ପୌର କାର୍ଯ୍ୟାଳୟ ନିକଟ ସ୍କୁଲ ଆଗରେ ଡ୍ରେନ ଭାଙ୍ଗି ମାଟିରେ ମିଶି ଯାଇଥିବାବେଳେ ବାସେଳି ସାହି ସଂଯୋଗ କରୁଥିବା ରାସ୍ତା ପାର୍ଶ୍ୱ ଡ୍ରେନ ପାଣି ରାସ୍ତା ଉପରେ ଭାସୁଛି। ଲୋକେ ଡ୍ରେନ ପାଣି ଦେଇ ଯାତାୟତ କରୁଛନ୍ତି। ସହର ସାରା ଡ୍ରେନପାଣିରେ ରାସ୍ତା ଏବେ ଉବୁଟୁବୁ ହେଉଛି। ମୌସମୀ ଆସିବା ପୂର୍ବରୁ ପୌର ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଫଳରେ ସ୍ଥାନୀୟ ବାସିନ୍ଦା ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଗୋପିନାଥ ସାହି, ଉପରସାହି, ରାଧାବଲ୍ଲଭ ସାହି ଓ ବରୁଣେଇ ସାହିରୁ ନିଷ୍କାସନ ହେଉଥିବା ନାଳ ପୁରୁଣା ଦମକଳ ଛକ ନାଳରେ ମିଶୁଛି। ସେହିଭଳି ସାମନ୍ତରାପୁର ଛକଠାରୁ ଉପରସାହି, ଖୀ୍ରଷ୍ଟିଆନ ସାହି, ବାସେଳି ସାହି, ମାଛ ମାର୍କେଟ, ଉପଜିଲାପାଳଙ୍କ ବାସଭାବନ ପଛପଟ ପ୍ରଭୃତି ସାହିର ନାଳ ପୁରୁଣା ଦମକଳ ଛକ ନାଳକୁ ସଂଯୋଗ କରୁଛି। ସେଠାରୁ ଗୋଡି ପୋଖରୀ ଛକ ପରେ ନାଳ ପାଣି ନିଷ୍କାସନ ପାଇଁ କୌଣସି ବ୍ୟବସ୍ଥା ନାହିଁ। ଅନ୍ୟପଟେ ଏହି ନାଳରେ ଘରୋଇ ବର୍ଜ୍ୟବସ୍ତୁ, ପ୍ଲାଷ୍ଟିକ, ପଲିଥିନ ପ୍ରଭୃତି ପଡି ନାଳରେ ଜମା ହୋଇରହୁଛି। ଏହାକୁ ସଫା କରାଯାଉନାହିଁ। ନାଳପାଣି ନିଷ୍କାସନ ହୋଇ ନ ପାରି ରାସ୍ତା ଉପରେ ଭାସୁଛି। ସେହିଭଳି ଟ୍ରାଫିକ ଛକଠାରୁ ମାରୱାଡି ପଟି ଗୋଟିଏ ପାର୍ଶ୍ୱ ରାସ୍ତା ଡ୍ରେନ ଅବରୋଧ କାରଣରୁ ଦୀର୍ଘ ବର୍ଷ ହେଲା ସଫା କରାଯାଇନାହିଁ। ଫଳରେ ବର୍ଷାରେ ପାଣି ଜମି ଲହଡି ମାରୁଛି। ନୂଆ ବସଷ୍ଟାଣ୍ଡ ମାର୍କେଟ କମ୍ପେକ୍ସ ଠାରୁ କୋର୍ଟ ଛକ ପର୍ଯ୍ୟନ୍ତ ଉଭୟ ପାର୍ଶ୍ୱ ରାସ୍ତା ଡ୍ରେନ ସଫା ହୋଇ ନ ଥିବା ବେଳେ ରାସ୍ତା ଠାରୁ ଡ୍ରେନ ଉଚ୍ଚାରେ ରହିଛି। ବର୍ଷା ପାଣି ନିଷ୍କାସନ କୌଣସି ବ୍ୟବସ୍ଥା ନାହିଁ। ବର୍ଷାରେ ନୂଆବସଷ୍ଟାଣ୍ଡ ରୋଡ ବିଭିନ୍ନ ସ୍ଥାନରେ ପାଣି ଜମୁଛି।
୫ନଂ. ଓ୍ବାର୍ଡା କାଉନସିଲର ଅମୀୟ ମହାନ୍ତି କହିଛନ୍ତି, ଏ ସମ୍ପର୍କରେ ପୌର ନିର୍ବାହୀ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛି। ପୌର ବୈଠକ, ବର୍ଷା ପ୍ରାକ୍‌ ପ୍ରସ୍ତୁତି ବୈଠକରେ ବାରମ୍ବାର କହିବା ସତ୍ତ୍ୱେ ଏଥିପ୍ରତି ଗୁରୁତ୍ୱ ଦିଆଯାଇନାହିଁ। ସାମାଜିକ କର୍ମୀ ବସନ୍ତ ଦାସ କହିଛନ୍ତି, ଭାଙ୍ଗିରୁଜି ଯାଇଥିବା ନାଳ ମରାମତି ଏବଂ ପୋତି ହୋଇ ରହିଥିବା ନାଳକୁ ସଫା କରାଯାଇନାହିଁ। ଗତବର୍ଷ ଭଳି ଏବର୍ଷ ସମାନ ଅବସ୍ଥା। ଡ୍ରେନ ସଫା କଲେନାହିଁ, ସହରବାସୀ ଦୁର୍ଦ୍ଦଶା ଭୋଗୁଛନ୍ତି। ଯୁବ ସାମାଜିକ କର୍ମୀ ଆଦିତ୍ୟ ମହାରଣା କହିଛନ୍ତି, ଦୀର୍ଘ ବର୍ଷ ଧରି ଏହି ସମସ୍ୟା ଲାଗି ରହିଛି। କେବଳ ବର୍ଷାଦିନ ଆସିଲେ ଲୋକେ ଦେଖାଣିଆ ଭାବେ ନାଳସଫା କରି ଛାଡି ଦିଆଯାଉଛି। ଅନ୍ୟ ଦିନେ ସମସ୍ୟା ଲାଗିରହୁଛି। ସାମାଜିକ କର୍ମୀ ଆଶିଷ ବୁଧିରେନ୍ଦ୍ର କହିଛନ୍ତି, ପରିମଳ ସୁଧାରିବା ଲାଗି ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଉଛି। ତେବେ ସବୁ କିଛି ସରକାରୀ କାଗଜକଲମରେ ଚାଲିଛି, କୌଣସି ପରିବର୍ତ୍ତନ ନାହିଁ। ପୌର ନିର୍ବାଚନ ପରେ ନବ ନିର୍ବାଚିତ ଜନପ୍ରତିନିଧି ଏଥିପ୍ରତି ଗୁରୁତ୍ୱ ଦେବା ପରିବର୍ତ୍ତେ ସଭାସମିତି ଏବଂ ବୈଠକରେ ବ୍ୟସ୍ତ ରହୁଛନ୍ତି। ଅନ୍ୟପକ୍ଷରେ ପୌର ନିର୍ବାହୀ ଅଧିକାରୀ ରିଜୱାନ ଓ୍ବାକବ କହିଛନ୍ତି, ଡ୍ରେନ ସଫା ପାଇଁ ପଦକ୍ଷେପ ନିଆଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ୱାଟର ଲଗିଙ୍ଗ ରହିଥିବା ଡ୍ରେନ ସଫାକୁ ଗୁରୁତ୍ୱ ଦିଆଯାଉଛି, ଯେପରି ବର୍ଷା ଆସିଲେ ରାସ୍ତାରେ ପାଣି ଜମିବ ନାହିଁ। ପର୍ଯ୍ୟାୟ କ୍ରମେ ସମସ୍ତ ଡ୍ରେନ ସଫା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri