୩ ମାସରେ ଡ୍ରେନ୍‌ ଫାଟି ଆଁ

ରାଇବଣିଆ, ୧୧।୧୦(ନବୀନ ସାହୁ):ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଶ୍ରୀରାମପୁର ପଞ୍ଚାୟତ ପେଣ୍ଡରାସାହି ଗ୍ରାମର ୪ ନଂ. ୱାର୍ଡରେ ୩ ମାସ ହେଲା ନିର୍ମାଣ ହୋଇଥିବା ଡ୍ରେନ ଏବେ ଫାଟି ଆଁ କଲାଣି। ଫଳରେ ଲୋକେ ହନ୍ତସନ୍ତ ହେଉଛନ୍ତି। ବର୍ଷାପାଣି ଡ୍ରେନ ଦେଇ ବାହାରକୁ ଯିବା ପରିବର୍ତ୍ତେ ଏହା ବିପରୀତ ଦିଗରେ ଯାଇ ଲୋକଙ୍କ ଘର ଭିତରେ ପଶୁଛି। ଫଳରେ ଲୋକେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ଲୋକଙ୍କ କହିବା ଅନୁଯାୟୀ ପେଣ୍ଡରାସାହି ଗ୍ରାମର ଡ୍ରେନ ନିର୍ମାଣ ସମୟରେ ଯନ୍ତ୍ରୀଙ୍କ ଖାମଖିଆଲି ନୀତିକୁ ଗ୍ରାମବାସୀ ବିରୋଧ କରିଥିଲେ। ଏନେଇ ଡ୍ରେନ ନିର୍ମାଣ ସମୟରେ ଥିବା ବର୍ତ୍ତମାନର ବାଲେଶ୍ୱର ସଦର ବ୍ଲକରେ କାର୍ଯ୍ୟରତ କନିଷ୍ଠଯନ୍ତ୍ରୀ ସୁନନ୍ଦା ବେହେରାଙ୍କୁ ଯୋଗାଯୋଗ କରାଯିବାରୁ ଅସୁବିଧା ହେଲେ ବୁଝିବି କହି ଏଡାଇ ଯାଇଥିଲେ। ଏନେଇ ଗ୍ରାମବାସୀ ରଣଜିତ୍‌ ପାତ୍ର, ଅନୀଲ ପାତ୍ର, ଗୌତମ ସାମଲ, ବୈଦ୍ୟନାଥ ଦାସ, ମହେଶ୍ୱର ପାତ୍ର, ଗଜେନ୍ଦ୍ର ସାମଲ, ଦିଲୀପ ପ୍ରଧାନ ପ୍ରମୁଖ ଅଭିଯୋଗ କରିଥିଲେ। ପଞ୍ଚାୟତ ନିର୍ବାହୀ ଯନ୍ତ୍ରୀ ଜଗଦୀଶ ଦାସ ଅଧିକାରୀଙ୍କୁ ପଚାରିବାରୁ ସରପଞ୍ଚଙ୍କୁ ଆମେ ଜଣାଇବୁ, ସରପଞ୍ଚ ଟଙ୍କା ଦେଲେ କାମ ଆରମ୍ଭ ହେବ। ଏ ନେଇ ସରପଞ୍ଚ ଆଲୋକ କୁମାର ଗିରି କହିଛନ୍ତି ବର୍ଷା ଦିନ ସରିଲେ ଡ୍ରେନ କାମ ନିର୍ମାଣ ହେବ।