Categories: ଜାତୀୟ

ଡ୍ରାଗନର ଲାଲ୍‌ଆଖି: ରୁତୋଗ୍‌ରେ ଠୁଳ କରୁଛି ଯୁଦ୍ଧ ସରଞ୍ଜାମ…

ବେଜିଂ/ଲେହ,୧୬।୫: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଜାରି ରହିଛି। ଏପରିସ୍ଥଳେ ଚାଇନା ଗତବର୍ଷ ଭଳି ଚଳିତ ବର୍ଷ ଭାରତକୂ ଘେରିବା ଆରମ୍ଭ କରିଛି। ଶାନ୍ତିର କଥା ବିଷୟରେ କହି ବୁଲୁଥିବା ଡ୍ରାଗନ ପୁଣି ପୂର୍ବ ଲଦାଖ ଅଞ୍ଚଳରେ ସେନ୍ୟ ମୁତୟନ କରିବା ସହିତ ଯୁଦ୍ଧ ସରଞ୍ଜାମ ଠୁଳ କରିବାରେ ଲାଗିଛି। ମେ’ ୧୧ ରେ ସାଟଲାଇଟ ଦ୍ୱାରା ଉତ୍ତୋଳନ କରାଯାଇଥିବା ଫଟୋରେ ଏହା ଜଣାପଡ଼ିଛି। ରୁତୋଗ୍‌ରେ ଚାଇନାର ସମରସଜ୍ଜା ସମ୍ପର୍କରେ ଏଥିରୁ ଭାରତୀୟ ସେନାଙ୍କୁ ସୂଚନା ମିଳିପାରିଛି। ଚାଇନାର ଷଡ଼ଯନ୍ତ୍ର ସମ୍ପର୍କରେ ସାଟେଲାଇଟ୍‌ ଫଟୋ ପର୍ଦ୍ଦାଫାଶ୍‌ କରିଛି। ଏହାକୁ ନେଇ ସୀମାରେ ପୁଣି ଉତ୍ତେଜନା ସୃଷ୍ଟି ହୋଇଛି।

Share