Categories: ଜାତୀୟ

ପୋଙ୍ଗୋଙ୍ଗରେ ଡ୍ରାଗନର ନଜର: ବ୍ୟବହାର କରୁଛି ହାଇସ୍ପିଡ୍‌ ପାଟ୍ରୋଲିଂ କ୍ରାଫ୍ଟ୍‌

ଲେହ, ୧୩।୧୦: ପୂର୍ବ ଲଦାଖର ଏଲ୍‌ଏସିରେ ଚାଇନା ଲଗାତାର ଉତ୍ତେଜନା ସୃଷ୍ଟି କରିବାରେ ଲାଗିଛି। ଭାରତୀୟ ସେନାର କଡ଼ା ଆଭିମୁଖ୍ୟକୁ ଦୃଷ୍ଟିରେ ରଖି ଚାଇନା ଏବେ ପୋଙ୍ଗୋଙ୍ଗ ହ୍ରଦରେ ଅଣ୍ଡର ଓ୍ବାଟର ଗତିବିଧିକୁ ଜୋରଦାର କରିଛି। ଚାଇନା ଏଠାରେ ହାଇସ୍ପିଡ୍‌ ପାଟ୍ରୋଲିଂ କ୍ରାଫ୍ଟ୍‌ର ବ୍ୟବହାର କରୁଥିବା ଅଭିଯୋଗ ହୋଇଛି। ଚାଇନା ପୋଙ୍ଗୋଙ୍ଗରେ ଟାଇପ୍‌ ୩୦୫ ଏବଂ ଟାଇପ୍‌ ୯୨୮-ଡି ବୋଟ୍‌ ବ୍ୟବହାର କରୁଛି। ଏସମ୍ପର୍କରେ ଉପଗ୍ରହ ଦ୍ୱାରା ଉତ୍ତୋଳନ କରାଯାଇଥିବା ଫଟୋରୁ ଜଣାପଡ଼ିଛି। ଚାଇନା ଆଣ୍ଟି ସବ୍‌ମେରାଇନ୍‌ ଅସ୍ତ୍ରଶସ୍ତ୍ର ଏଠାରେ ଠୁଳ କରିଥିବା ଫଟୋରେ ଦେଖିବାକୁ ମିଳୁଛି। ପୋଙ୍ଗୋଙ୍ଗ ଅଞ୍ଚଳରେ ଚାଇନା ମ୍ୟାଗ୍ନେଟିକ୍‌ ଆନାମୋଲି ଡିକ୍ଟେଟରର ଉପଯୋଗ ଗତିବିଧି ଉପରେ ନଜର ରଖିବା ଲାଗି ଉପଯୋଗ କରୁଛି। ଏହି କାର୍ଯ୍ୟରେ ଚାଇନା ଓ୍ବାଇ-୮ ଜିଏକ୍ସ୍‌-୬, ଶାନାକ୍ସି ଓ୍ବାଇ-୮ ଟ୍ରାନ୍ସ୍‌ପୋର୍ଟର ଗୋକ୍ସିନ୍‌-୬ ଏବଂ ନୂତନ ୬ ଭ୍ୟାରିଆଣ୍ଟ୍‌ ଏୟାରକ୍ରାଫ୍ଟ୍‌ ମୁତୟନ କରିଥିବା ଜଣାପଡ଼ିଛି।

Share